ପୃଷ୍ଠା:Ama Deha (BB Patnaik 1940) o.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୦
ଆମ ଦେହ

ପ୍ରତ୍ୟେକ ସ୍ଥାନର ଅଭାବ ବୁଝି ଖାଦ୍ୟାଦି ଯୋଗାଇବା ନିମନ୍ତେ ଏକପ୍ରକାର ନାଡ଼ୀ (Trophic Nerve) ଅଛି । ଏହି ନାଡ଼ୀମାନଙ୍କର କେନ୍ଦ୍ର ସ୍ୱତନ୍ତ୍ର ନାଡ଼ୀତନ୍ତ୍ରରେ ରହିଅଛି । ଏହି ନାଡ଼ୀସବୁ ଆମ ଇଚ୍ଛାଧୀନ ନ ହେଲେ ସୁଦ୍ଧା ଏମାନଙ୍କର ମସ୍ତିଷ୍କ ସହିତ ସମ୍ପର୍କ ରହିଅଛି ।

ଦେହର ଚାରିଆଡ଼େ ନାଡ଼ୀ ପୂରି ରହିଅଛି, ତେଣୁ ସମସ୍ତ କାର୍ଯ୍ୟ ଖୁବ୍ ଭଲଭାବରେ ଅଥଚ ଠିକ୍ ସମୟରେ ଓ ସଂଯତରୂପେ ସାଧିତ ହେଉଅଛି । କେଉଁଠାରେ କାହାରି କିଛି ଗୋଳମାଳ ହେଉ ନାହିଁ କିମ୍ବା କୌଣସି ତ୍ରୁଟୀ ଦେଖାଯାଉ ନାହିଁ ।