ପୃଷ୍ଠା:Ama Deha (BB Patnaik 1940) o.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୭
ଆମ ଦେହ

ଶ୍ରବଣେନ୍ଦ୍ରିୟ :- ଯେଉଁ ଇନ୍ଦ୍ରିୟଦ୍ୱାରା ଆମ୍ଭେମାନେ ସମସ୍ତ ପ୍ରକାର ଶବ୍ଦ ଶୁଣି ପାରୁଁ, ତାକୁ ଶ୍ରବଣେନ୍ଦ୍ରିୟ କହନ୍ତି । କାନ ଆମ୍ଭମାନଙ୍କର ଏହି କାର୍ଯ୍ୟ କରେ । ମୁଣ୍ଡର ଦୁଇପାଖରେ ଆମର ଦୁଇଟି କାମ ଅଛି । କାନର ଯେଉଁ ଅଂଶ ବାହାରକୁ ଦେଖାଯାଏ, ସେହି ଅଂଶକୁ କର୍ଣ୍ଣପକ୍ଷ (Pinna) କହନ୍ତି ଓ ଏହା ଏକ ପ୍ରକାର ତରୁଣାସ୍ଥିରେ ତିଆରି ହୋଇଅଛି; ତେଣୁ ଏହା ହାଡ଼ପରି ଶକ୍ତ ନୁହେଁ କିମ୍ବା ଚମ ଓ ମାଂସପରି ନରମ ନୁହେଁ । ଏହା ଏପରି ଭାବରେ ଗଢ଼ା ଯେ, ଯେଉଁଆଡ଼ୁ ଶବ୍ଦ ଆସୁ ନା କାହିଁକି, ତାହା ଏଥିରେ ବାଜି ଠିକ୍ କାନଫୋଡ଼ ଭିତରକୁ ଯାଏ । କର୍ଣ୍ଣପକ୍ଷ ଭିତରେ ଯେଉଁ ଫୋଡ଼ ଦେଖାଯାଏ, ତାହା ପ୍ରାୟ ଏକଇଞ୍ଚ ଲମ୍ବର ଗୋଟିଏ ନଳ; ଭିତରକୁ ଯାଇ ଗୋଟାଏ ପରଦାରେ ଶେଷ ହୋଇଛି । ଏହି ନଳକୁ କର୍ଣ୍ଣଗହରର ପ୍ରଥମ ଭାଗ କୁହାଯାଏ । ଯେଉଁ ପରଦାରେ ଏହା ଶେଷ ହୋଇଅଛି, ତାହା ଅନେକଟା ଢୋଲ ଦେହରେ ଥିବା ଚମଡ଼ା ପରି । ଏହି ପରଦାକୁ ଗିରି ବା କର୍ଣ୍ଣପଟୁହ (Tympanic Membrance) କହନ୍ତି । ଏହାର ଭିତର ପାଖରୁ ମଧ୍ୟ-କର୍ଣ୍ଣଗହର ବା କର୍ଣ୍ଣକୁହରର ଆରମ୍ଭ ହୋଇଛି । ଏହି କର୍ଣ୍ଣକୁହର ମଧ୍ୟରେ ଲାଗିଲାଗି ହୋଇ ତିନି ଖଣ୍ଡି ଛୋଟ ଛୋଟ ହାଡ଼ ଅଛି । ଏହି ହାଡ଼ ଭିତରୁ ପ୍ରଥମ ହାଡ଼ଟି ଦେଖିବାକୁ ଅନେକ ଅଂଶରେ ହାତୁଡ଼ି ପରି । ଏହାକୁ ମୁନ୍ଦରିକା (Malleus)