Jump to content

ପୃଷ୍ଠା:Amari jatir agua neta.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାୟକ ଏହି ଓଡ଼ିଶା ମାଟିର ଅମର ସନ୍ତାନ। ସେମାନଙ୍କର ଅପୁର୍ବ ବୀରତ୍ବ , ଦେଶପ୍ରେମ ଓ ସାହସର କାହାଣୀ ଗୁଡିକ ଏହି ପୁସ୍ତକଟିରେ ସ୍ଥାନ ପାଇଛି। ଏହା ସମସ୍ତ ଙ୍କୁ ପ୍ରେରଣା ଦେଉ ସବୁରି ମନରେ ନିଜ ଦେଶ ମାତା ପାଇଁ ମମତା ଜଗାଉ, ଲେଖକର କାମନା ।

ଏହି ବ‌ହି ବିଷୟରେ କିଛି କ‌ହିବାକୁ ମୁଁ ପ‌ହିଲେ ଚାହୁଁ ନଥିଲି । ଶୁଆ ମୂଲ ଶୁଆ ନିଜେ କ‌ହିବ। ଜାତୀୟ ପ୍ରତିଯୋଗିତାରେ ଏହାର ପାଣ୍ଡୁଲିପିଟି ପୁରସ୍କାର ପାଇବା ଫଳରେ ତାହା ପ୍ରମାଣିତ ହେଲା। ଏଥିରେ ମୋର ଆନନ୍ଦ ଯେତିକି ଆତ୍ମ ବିଶ୍ବାସ ତା'ଠାରୁ ଅଧିକ ହେଲା ।

ନୂଆଦିଲ୍ଲୀର ସାଲୁଜା ପ୍ରକାଶନ ଏହି ପ୍ରକାର ନବସାକ୍ଷରମାନଙ୍କ ଉଦ୍ଦିଷ୍ଟ ପୁର‌‌ସ୍କୃତ ପାଣ୍ଡୁଲିପିଗୁଡ଼ିକ ବିଭିନ୍ନ ଭାଷାରେ ପ୍ରକାଶ କରିବାରେ ସିଦ୍ଧହସ୍ତ ହୋଇଛ‌ନ୍ତି ।ପ୍ରତିଯୋଗିତାର ଫଳାଫଳ ଘୋଷଣା ପରେ ଏହି ପାଣ୍ଡୁଲିପି ପୁରସ୍କାର ଲାଭ କରିବା ସମ୍ବାଦ ମୋତେ ଏହି ସଂସ୍ଥା ପ୍ରଥମେ ଜଣାଇଥିଲେ ଏବଂ ଏହାକୁ ପ୍ରକାଶ କରିବାକୁ ଆଗ୍ରହ ଦେଖାଇଥିଲେ । ସେଥିପାଇଁ ମୁଁ ମଧ୍ଯ ସ୍ବୀକୃତି ଜଣାଇଥିଲି ।