ପୃଷ୍ଠା:Amari jatir agua neta.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଡିଲା। ଇଂରେଜ ଫଉଜ ମଧ୍ଯ ଗୁଳିବର୍ଷା ଆରମ୍ଭ କରିଦେଲେ । ସେଇ ଗୁଳିମାଡରେ ଚିତ୍ତପ୍ରିୟ ନାମକ ଜଣେ ଯୁବକ ଟଳି ପଢ଼ିଲେ। ବୀରେନ୍ଦ୍ର ଓ ଜ୍ଯୋତିଷ ଆଉ ଦୁଇଜଣ ଯୁବକ ଆହତ ହେଲେ। ଯତୀନ୍ଦ୍ର ଙ୍କ ଡାହାଣ ହାତରେ ଗୁଳି ବାଜି ଅଚଳ ହୋଇଗଲା। ତ ଥାପି ବାଁ ହାତରେ ସେ ବନ୍ଧୁକ ଚଳାଇଲେ।

ସିପେହି ଦଳର ନେତା ଏସ୍ ପି ଟେର୍ଗାଟ ସାହେବ ହୁକୁମ ଦେଲେ- ବନ୍ଦୀ କର। ସିପେହିମାନେ ଘେରି ଯାଇ ଯତୀନ୍ଦ୍ର ଆଉ ତା ଙ୍କ ସାଥିମାନ ଙ୍କ ହାତରେ ଶିକୁଳି ପିନ୍ଧାଇ ଦେଲେ। ସେମାନ ଙ୍କୁ ଧରି ସେମାନେ ଚାଲିଲେ।

ବାଲେଶ୍ବର ଡ଼ାକ୍ତରଖାନାରେ ବହୁ ସମୟ ଧରି ଯତୀନ୍ଦ୍ର ଅଚେତ ଅବସ୍ଥାରେ ପଡ଼ି ରହିଲେ। ପେଟ ତାଙ୍କର ଅପରେସନ ହୋଇ ଗୁଳି କେତୋଟି ବାହାର କରାଗଲା। ତା ଙ୍କ ଦେହ ସାରା ଖଣ୍ଡିଆ ଖାବରା ହୋଇଥିଲା। କନା ପଟିରେ ସେହି ସବୁ କ୍ଷତ ସ୍ଥାନ ଗୁଡ଼ିକ ବନ୍ଧା ହେଲା।