ପୃଷ୍ଠା:Amari jatir agua neta.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାଗଜ ପତ୍ର ପାଇଲେ । କପ୍ତି ପଦା ଯାଇ ବିପ୍ଲବୀମାନଙ୍କୁ ଧରିବାର ଚେଷ୍ଟା କଲେ । ଏଥିରେ ଦିଲ୍ଲୀର କେନ୍ଦ୍ର ଗୋଇନ୍ଦା ପୋଲିସ୍, ବାଲେଶ୍ବରର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଉ କଲିକତାର ଗୋରା ଫଉଜ ମିଶି ସଣ୍ଢୁ ଆସି ଆକ୍ରମଣ ଚଳାଇଲେ । କିନ୍ତୁ ଯତିନ୍ଦ୍ର ଏଇ ଖବର ପାଇ ସାଥିମାନଙ୍କୁ ଧରି ବାଲେଶ୍ବର ଚାଲି ଆସିଲେ ।

ଭାଦ୍ର ମାସ । ଧାନ ବିଲ ମଧ୍ୟଦେଇ ସେମାନେ ଚାଲି ଚାଲି ବୁଢାବଳଙ୍ଗ ନଦୀ କୂଳରେ ପହଞ୍ଚିଲେ । ଗୋଟିଏ ନାଆରେ ନଦୀ ପାର ହୋଇ ସେମାନେ ଆଗେଇ ଚାଲି ଲେ । ଯେଉଁ ମାନେ ସେମାନଙ୍କୁ ଅଟକେଇଲେ, ସେମାନଙ୍କୁ ମାରି ଦିଆଗଲା । ଶେଷରେ ସେମାନେ ଚଷା ଖଣ୍ଡ ନିକଟରେ ଜଙ୍ଗଲ ଘେରା ପାହାଡ଼ ଗୁମ୍ଫାରେ ଲୁଚି ରହିଥିଲେ ।

ଏଠାରେ ବହୁ ସମୟ ଧରି ଯେଉଁ ଖଣ୍ଡଯୁଦ୍ଧ ଚାଲିଥିଲା, ତାହା ପ୍ରଥମରୁ କୁହାଯାଇଛି । ଯତିନ୍ଦ୍ରନାଥ ସିନା ଡାକ୍ତରଖାନାରେ ସବୁଦିନ ପାଇଁ ଆଖି ବୁଜିଲେ, ତାଙ୍କର ଅନ୍ଯ କେତେକ