ପୃଷ୍ଠା:Amari jatir agua neta.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାଥୀଙ୍କୁ ବନ୍ଦୀ କରି ଇଂରେଜ ସରକାର ବିଚାରର ପ୍ରହସନ କଲେ । ନିରେନ୍ ଓ ମନୋରଞନଙ୍କୁ ବାଲେଶ୍ବର ଠାରେ ଫାଶି ଦଣ୍ଡ ଦିଆଗଲା । କେତେକ ସାରା ଜୀବନ ପାଇଁ ଫଳାପାଣି ପାର ହେଲେ ଆଉ କେତେକ ଜେଲ୍ ଭିତରେ ଅସୁସ୍ଥ ହୋଇ ମୃତ୍ଯୁ ମୁଖରେ ପଡିଲେ ।

ଏହି ସାହସୀ ଯୁବକ ମାନଙ୍କର ବଳିଦାନ ଏ ଜାତି ଭୁଲି ପାରିବ ନାହିଁ । ସେମାନଙ୍କ ରକ୍ତରେ ଯେଉଁ ଚଷା ଖଣ୍ଡ ଗ୍ରାମ ଓଦା ହୋଇଥିଲା ,ତାକୁ ଏବେ ରକ୍ତ୍ତତୀର୍ଥ କୁହାଯାଏ ।ସେମାନେ ଏ ଦେଶର ସ୍ବାଧୀନତା ଲଢେଇର ଆଗୁଆ ସଇ ନ ।ସେମାନଙ୍କ ପବିତ୍ର ସ୍ମୃତି ନିକଟରେ ଆମେ ଆଜି ମଥା ନୁଆଁ ଇବା ଆଉ ତାଙ୍କରି ଆଦର୍ଶରେ କାର୍ଯ୍ୟ କରି ଏଇ ମାଟି ମାଆକୁ ବଡ କରି ଗଢିବା ।