ପୃଷ୍ଠା:Amari jatir agua neta.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଡ ଆଗକୁ ବଢା ଅ । ତା ଙ୍କ କଥା ଶୁଣି ସମସ୍ତେ ନିଜ ନିଜ ବାଁ ଗୋଡକୁ ଆଗକୁ ବଢ଼ାଇଲେ।

ଏହାପରେ ସେ କ ହିଲେ- ଶୁଣ ଭାଇମାନେ, ଏଇ ଯେଉଁ ଗୋଡକୁ ଆଗକୁ ବଢାଇଛ, ତାକୁ ଆଉ ପଛାଇ ନେବ ନାହିଁ। ଆମ ଦେଶରୁ ଇଂରେଜମାନେ ହଟି ନଯିବା ଯାଏଁ, ଆମର ଯାତ୍ରା, ଆମର ସାହସ ଦରକାର । ଧୈଯ୍ଯ ଦରକାର ।

ଏହା କହି ଲକ୍ଷ୍ମଣ ଦେଖିଲେ ଥାନା ଆଗ ପଡିଆରେ ଲୋକପୂର୍ଣ୍ଣ । ଏ ମୁଣ୍ଡରୁ ଥାଳି ମାରି ଦେଲେ ସେ ମୁଣ୍ଡକୁ ଥାଳି ଚାଲିଯିବ । ଅଧିକାଂଶ ଲୋକ ଗରିବ, ଆଦିବାସୀ ଆଉ ହରିଜନ । ଜଣେ ହେଲେ କେହି ଘୂନ୍ଚିବାର ଦେଖାଗଲା ନାହିଁ । ଗୋଟିଏ ଧାଡିରେ ଲୋକମାନେ ଶୋଭାଯାତ୍ରାରେ ଚାଲିଲେ । ଲକ୍ଷ୍ମଣ ଘୋଷଣା କଲେ ଭାଇମାନେ, ଏଇ ଥାନା ଉପରେ ଆମେ ଜାତୀୟ ପତାକା ଉଡାଇବା । ଥାନା ଆଗରେ ସତ୍ଯାଗ୍ରହ କରିବା, ଭୋକ ଉପାସରେ ବସିବା । ପୋଲିସ