Jump to content

ପୃଷ୍ଠା:Amari jatir agua neta.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହନ୍ତସନ୍ତ ହେଉଥିଲେ,ପାଟି ଫିଟାଇବାର ଯୁ ନଥିଲା। ଯେ କରିବି ପାଟି,ସେ ଯିବ ପତର କାଟି।

ଲକ୍ଷ୍ମଣ କିନ୍ତୁ ଲୋକଙ୍କ ଦୁଃଖ କଷ୍ଟ ଦେଖି ସହି ପାରିଲେ ନାହିଁ।ଲୋକଙ୍କ ଦୁଃଖ କଷ୍ଟ୍ଟ ଦେଖି ସ ହି ପାରିଲେ ନାହିଁ।ଲୋକଙ୍କୁ ମେଳି କାରି ଗୋରା ସରକାରକୁ ଶିକ୍ଷା ଦେବାକୁ ସେ ଆଗେ ଗୁଣିଆ କାମ ଶିଖିଲେ।ଗଛର ଚେରମୂଳିର ଗୁଣ ଚିହ୍ନି ଓଷଦ ତିଆରି କରିବା,ଠାକୁରାଣୀ ପୂଜା କରିବା ପ୍ରଭୃତି ବିଦ୍ୟା ଶିଖିଲେ। ରୋଗବୈରାଗରେ ସେ ଆଦୀବାସୀଙ୍କୁ ସାହାଯ୍ୟ କଲେ। ଆଉ ବିପଦ ଆପଦରେ ସାହା ହେଲେ।


ଥରେ କୋରାପୁଟ ଘୁମର ଗାଁରେ ଗୋତିଏ ସଭା ହେଲା। ଶହ ଶହ ଲୋକ ସଭାକୁ ଆସିଥିଲେ।ଲକ୍ଷ୍ମଣ ମଧ୍ୟ ସେଇ ସଭାରେ ଥାଇ ଶୁଣିଲେ ଯେ,ଅହିଂସା ଉପାୟରେ ବି ଗୋରା ସରକାରକୁ ହଟାଇ ହେବ।ସେଥିପାଇଁ ହାତ- ହତିଆର ଗୋଳା ବନ୍ଧୁକ ଲୋଡା ନାହିଁ।ଲୋଡା ଖାଲି ମନର ବଳ,ଳକଙ୍କର ମେଲ।ସରକାରକୁ କେଉଁଥିରେ ସାହଯ୍ୟ କରିବେ ନାହିଁ।