ପୃଷ୍ଠା:Amari jatir agua neta.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିଶିଲେ, ପୋଲିସମାନେ ସେମାନଙ୍କୁ ହଇରାଣ କଲେ । ଜେଲ୍‌କୁ ନେଲେ, ମାଡ ମାରିଲେ । ଲକ୍ଷ୍ମଣ ତେଣୁ ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ଜଙ୍ଗଲକୁ ଚାଲିଯିବା ପାଇଁ ମତାଇଲେ । ପାହାଚ ଗୁମ୍ଫାରେ ଲୁଚି ରହି ଏଇ ଆନ୍ଦୋଳନ ଚଳାଇବାକୁ ବତାଇଲେ ।

ଥରେ ଲକ୍ଷ୍ମଣ ଠିକ୍ କଲେ ମାତିଲି ଥାନା ଆଗରେ ଆନ୍ଦୋଳନ ଚାଲିବ । ଥାନା ଆଗରେ ତ୍ରିରଙ୍ଗା ପତାକା ଉଡ଼େଇବେ । ମାତିଲ ଥାନାର ପୋଲିସମାନେ ନିଜେ ହୁସିଆର ହେଲେ ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ମାଲକାନ୍‌ଗିରିରୁ ବହୁ ସଂଖ୍ୟାରେ ପୋଲିସମାନେ ଆସି ପହଞ୍ଚିଗଲେ । ଲୋକମାନେ ବି ତା'ଠାରୁ ଅଧିକ ସଂଖ୍ୟାରେ ଜମା ହୋଇଗଲେ । ସବୁରି ଆଗରେ ଲକ୍ଷ୍ମଣ ନାୟକ ଲୋକମାନଙ୍କୁ ଶାନ୍ତି ରକ୍ଷା କରିବାକୁ କହୁଛନ୍ତି ।

ମାତିଲି ଥାନାର ଦାରୋଗା ଜମାଦାର ଶହ ଶହ ସଂଖ୍ୟାରେ ଲୋକ ଗହଳି ଦେଖି ଅବାକ୍ । ଏତେ ଲୋକଙ୍କୁ ହଟାଇବା ସହଜ ନୁହେଁ ।