ପୃଷ୍ଠା:Amari jatir agua neta.pdf/10

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଖଣ୍ଡ ତାଙ୍କର କ୍ଷମତା । ତା' ଛଡା ପୁଣି ଛୋଟ ବଡ ରାଜ୍ଯର ମାଲିକ ଥା'ନ୍ତି ମରହଟ୍ଟା, ପଠାଣ, ହିନ୍ଦୁ-ବ‌ହୁ ଧର୍ମର,ବ‌ହୁ ଜାତିର । ସେମାନଙ୍କ ସଂଖ୍ଯା ଶହ ଶହ,ହଜାର ହଜାର । ସେମାନଙ୍କ ମଧ୍ଯରେ କେତେ ଯେ କଳି କଜିଆ, ବାଦ ବିବାଦ କ‌ହିଲେ ନସରେ ।

କଙ୍କଡାକୁ ଗୋଳିପାଣି ସୁହାଏ । ବିଦେଶ ବେପାରିଙ୍କୁ ସୁବିଧା ମିଳିଗଲା । ଦୀପ ତେଜିଲେ, ହାତ ଚିକ୍‌କଣ କଲେ ।କେତେବେଳେ କାହା ସାଥିରେ ହାତ ମିଳାଇଲେ ।ଏଘର ମାଉସୀ ସେଘର ପିଉସୀ ହେଲେ ।ବେପାରରୁ ଭଲ ରୋଜଗାର ବି କଲେ ।ରାଜାମାନଙ୍କ ଠାରୁ ଦୟାରେ ବା ସ‌ହାନୂଭୂତିରେ ଖଣ୍ଡେ ଖଣ୍ଡେ ଜାଗା ପାଇଲେ । ସେଠାରେ ଦୁର୍ଗ ତିଆରି କଲେ । ରାଜା ମହାରାଜା ମାନଙ୍କୁ କ‌ହି ବୋଲି କେତେପ୍ରକାର ସୁବିଧା ପାଇଲେ ।

କିନ୍ତୁ ହାୟ,,,,,,,,,,,
ଆମ ଦେଶର ରାଜାମାନେ ଇଂରେଜଙ୍କ ମାୟା ଜାଲରେ ପଶିପାରିଲେ ନାହିଁ । ସେମାନଙ୍କ ଛନ୍ଦ