Jump to content

ପୃଷ୍ଠା:Amari jatir agua neta.pdf/11

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କପଟ ବୁଝିପାରିଲେ ନାହିଁ|ବେଳାଉଣ୍ଡି କେଉଁ ରାଜାଙ୍କୁ ଲଢେଇରେ ସାହାଯ୍ଯ କରି ବା କେଉଁ ରାଜାଙ୍କୁ ନାଲିଆଖି ଦେଖାଇ ଖଣ୍ଡେ ଖଣ୍ଡେ ରାଜ୍ଯ ଦଖଲ କରି ଶାସନ କଲେ।ଆଉ ଯେଉଁ ବିଦେଶୀ ଆସିଲେ ସେମାନଙ୍କୁ କଳେ,ବଳେ ଆଉ କୌଶଳରେ ହଟାଇ ଦେଲେ।
ଦିନକୁ ଦିନ ସେମାନଙ୍କ କ୍ଷମତା ବଢିବାରେ ଲାଗିଲା ବର୍ଷାଦିନେ ନଈ ବଢ଼ିଲାପରି।ଆମ ଦେଶର ଅନେକ ରାଜା ବି ସେମାନଙ୍କ ଅଧୀନତା ସ୍ୱୀକାର କଲେ।ଇଂରେଜମାନେ କହିଲେ ସେମାନେ ବସିବେ,ସେମାନେ ଉଠିବେ।ନିଜ ଘରେ ନିଜେ ପ୍ରବାସୀ ହେଲେ।ବାଘ ଘରେ ମିରିଗର ନାଟଚାଲିଲା ।
ଆମ ଦେଶରେ ରାଜାମାନେ ଯେତେବେଳେ ସେମାନଙ୍କର ବୋଲକରା ହେଲେ,ଘର ଢ଼ିଙ୍କି କୁମ୍ଭୀର ହେଲା,ସେତେବେଳେ ଦେଶର ଅବସ୍ଥା କ'ଣ ହେବ? ଖୁଣ୍ଟ ଗୁଣେ ଘୋଡ଼ା ନାଚେ। ଘର ଗୁଣେ ବିଲେଇ ବାଈ। ଦେଶରେ ଆଉ ଶାନ୍ତି ଶୃଙ୍ଖଳା ବା ଉନ୍ନତି କ'ଣ ହେବ? ଧମକାଇ