ପୃଷ୍ଠା:Amari jatir agua neta.pdf/14

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାଇ ନ ଥିଲା । ସେତେବେଳେ ଖୋର୍ଦ୍ଧାର ରାଜା ଥିଲେ ଦ୍ଯିତୀୟ ମୁକୁନ୍ଦ ଦେବ। ସେ ମଧ୍ଯ ଇଂରେଜମାନଙ୍କୁ ବାଧା ନ ଦେଇ ସେମାନଙ୍କର ବାଧ୍ଯ ହୋଇଗଲେ । କିନ୍ତୁ ଇଂରେଜମାନେ ଖୋର୍ଦ୍ଧା ଗଡ ଦଖଲ କରିବାକୁ ବସିବାରୁ ରାଜା ମନ୍ତ୍ରୀ ସେଠାରୁ ଖସି ଚାଲିଗଲେ । ପାଇକମାନେ ଦୂର୍ଗ ଭିତରେ ଜଗି ରହିଲେ । ଖୁବ ସାହସର ସହିତ ବ ହୁଦିନ ଲଢେଇ କରି ଶେଷରେ ହଟିଗଲେ ।

ଇଂରେଜମାନେ ଗଡ ଭିତରେ ପଶି ରାଜା ମନ୍ତ୍ରୀଙ୍କୁ ପାଇଲେ ନାହିଁ। ଯେତେ ଯୁଆଡେ ଖୋଜିଲେ ମଧ୍ଯ ସେମାନଙ୍କର ପତ୍ତା ମିଳିଲା ନାହିଁ । ତେଣୁ ଇଂରେଜମାନେ ରାଜାଙ୍କୁ ଗାଦିରୁ ହଟାଇ ଦିଆଗଲା ବୋଲି ଘୋଷଣା କଲେ ।
ତାଙ୍କଠାରୁ ଜଗନ୍ନାଥ ମନ୍ଦିର ଦାୟିତ୍ୱ ମଧ୍ଯ କାଢି ନିଆଗଲା। କିନ୍ତୁ ରାଜାଙ୍କୁ ଧରି ନପାରିଲେ ସେ କେତେବେଳେ ଗଣ୍ଡଗୋଳ କରିବସିବେ । ସବୁ ଓଲଟ ପାଲଟ ହୋଇଯିବ । ଏଇ ଭୟରେ ଇଂରେଜମାନେ ରାଜାଙ୍କର ବନ୍ଧୁ ବାନ୍ଧବମାନଙ୍କୁ ଧରି ଆଣି ଧମକ ଚମକ ଦେଲେ ରାଜାଙ୍କର ଖବର ପାଇବାକୁ

14