ପୃଷ୍ଠା:Amari jatir agua neta.pdf/20

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଣପୁରରେ ବିଦ୍ରୋହର ସଫଳତା ପାଇକ-ମାନଙ୍କୁ ଖୁବ୍ ଉତ୍ସାହିତ କଲା । ସେମାନେ ମାତୃଭୁମିର ଜୟ ଜୟକାର କରି ଖୋର୍ଦ୍ଧା ଆଡକୁ ଆଗେଇ ଚାଲିଲେ । ଖୋର୍ଦ୍ଧାରେ କଚେରୀ ଥିବାରୁ କେତେକ ଗୋରା ହାକିମ ଥା'ନ୍ତି । ହଜାର ହାଜର ପାଇକ ସାମୁଦ୍ରର ଲହରୀ ପାରି ମାଡି ଆସୁଥିବାରୁ ଶୁଣି ସେମାନେ ଖୋର୍ଦ୍ଧା ଛାଡି କଟକକୁ ପଳାଇଲେ । ବିଦ୍ରୋହୀମାନେ ଖୋର୍ଦ୍ଧାରେ ଇଂରେଜ କର୍ମଚାରୀମାନଙ୍କୁ ନପାଇ କିମ୍ବା କେଉଁଠି କାହାଠାରୁ ବାଧା ନପାଇ ସହଜରେ କଚେରୀ ସବୁ ଜାଳିପୋଡି ପାଉଁଶ କରିଦେଲେ । ଖୋର୍ଦ୍ଧା ଖଜଣାଖାନା ଲୁଟ୍ ପାଟ୍ କରିନେଲେ । ଇଂରେଜମାନଙ୍କର ଜଣେ ବିଶ୍ୱସ୍ତ କର୍ମଚାରୀ ଥିଲେ ଚରଣ ପଟ୍ଟନାୟକ । ପାଇକମାନଙ୍କର ସବୁ ଭିତିରି ଖବର ଇଂରେଜ ମାନଙ୍କୁ ଜଣାଇ ଦେଉଥିଲେ । ତେଣୁ ପାଇକମାନେ ରାଗିଯାଇଥିଲେ । ସେମାନେ ଚରଣଙ୍କ ଗାଁ ଲେମ୍ବାଇକୁ ଧାଇଁଲେ । ସେମାନେ ତାଙ୍କୁ ବଡ ନିଷ୍ଠୁର ଭାବରେ ହତ୍ୟା କଲେ । ଦେଶଦ୍ରୋହୀକୁ ନିପାତ କରି ସେମାନେ ଖୁସି ହେଲେ ଆଉ ଲେମ୍ବାଇ ଅଞ୍ଚଳକୁ ନିଜ ଦଖଲରେ ରଖିଲେ ।