ପୃଷ୍ଠା:Amari jatir agua neta.pdf/34

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ'ଣ ବା ଥିଲା? ତାଙ୍କ ଚଳିବା ପାଇଁ ଯେଉଁ ଶହେ ଟଙ୍କା ଭତ୍ତା ଠିକ୍ ହୋଇଥିଲା, ତାହା ଶହେ ପଚାଶ ଟଙ୍କାକୁ ବଢିଥିଲା। ସେ କମିଶନ୍ ଙ୍କ ବିନାନୁମତିରେ କତକ ଛାଡି ଯାଇ ପାରିଲେ ନାହିଁ। ସମ୍ଭବତଃ ସେ ଆଜିର ବକ୍ସି ବଜାର ଅଞ୍ଚଳରେ ରହୁଥିଲେ। ବର୍ତ୍ତମାନ ସେଠାରେ ଥିବା ବକ୍ସି ପୋଖରୀ ତାଙ୍କ ରହୁଥିବା ଘର ପାଖରେ ଥିବା ଅନୁମାନ।

୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ଖୋର୍ଦ୍ଧାସିଂହ ବକ୍ସି ଜଗବନ୍ଧୁ ଶେଷ ନିଶ୍ୱାସ ଛାଡିଥିଲେ। ଜାତିର ସୁଯୋଗ୍ୟ ସନ୍ତାନ ଭାବରେ ତାଙ୍କର ବୀରତ୍ୱ, ଦେଶପ୍ରେମ ଓ ସାହାସ ସୁନା ଅକ୍ଷରରେ ଲେଖା ହୋଇ ରହିବ। ଗାନ୍ଧୀଜୀ ଶହେବର୍ଷ ପରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯେଉଁ ଅସହଯୋଗ ଆନ୍ଦୋଳନ ଚଳାଇଥିଲେ, ଜଗବନ୍ଧୁ ଯେ ତା'ର ପ୍ରଥମ ପ୍ରବର୍ତ୍ତକ, ଏହା କହିଲେ ଭୁଲ୍ ହେବ ନାହିଁ।

ଫିରିଙ୍ଗି ଶାସନର ଅନ୍ଧକାର ଯୁଗରେ ଯେତେବେଳେ ନ୍ୟାୟ ଓ ସତ୍ୟ ବିଚାରର

34