ପୃଷ୍ଠା:Amari jatir agua neta.pdf/40

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆନ୍ଦୋଳନ ବୋଲି ଇତିହାସରେ କହିଲେ ହେଁ, ଏହାହିଁ ସତରେ ଭାରତର ପହିଲି ସ୍ୱାଧୀନତା ଲଢେଇ ।

            ଇଂରେଜମାନଙ୍କ ଆଧୁନିକ ଅସ୍ତ୍ର ଶସ୍ତ୍ର ପାଖରେ ଓଡିଶା ପାଇକମାନଙ୍କର ପୁରୁଣାକାଳିଆ ହାତ ହତିଆର ଟେକି ପାରିଲା ନାହିଁ । ବିଦ୍ରୋହ ବିଫଳ ହେଲା । ବକ୍ସି ଧରା ପଡିଲେ । ୧୮୨୫ରୁ ୧୮୨୯ ଯାଏ ଇଂରେଜମାନେ ତାଙ୍କୁ ନଜରବନ୍ଦୀ ଭାବରେ ରଖିଥିଲେ । ସେତେବେଳେ ସେ କଟକର ଯେଉଁ ଅଞ୍ଚଳରେ ରହୁଥିଲେ, ଏବେ ତାକୁ ବକ୍ସି ବଜାର କୁହାଯାଉଛି । ବାଣପୁରର କୃତ୍ତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର ଆଦି ବୀରମାନଙ୍କୁ ଇଂରେଜମାନେ କଳାପାଣିକୁ ପଠାଇଲେ । ଖୋରଧାର ଜୟୀ ରାଜଗୁରୁ ଫାଶି ପାଇଲେ । କେହି ହାତ ହତିଆର ଧରି ପାରିବେ ନାହିଁ ବୋଲି ଇଂରେଜ ସରକାର ଜଣାଇ ଦେଲେ । ଖୋରଧା ଅଞ୍ଚଳରେ ମଶାଣିର ଶାନ୍ତି ବିରାଜମାନ ହେଲା । କିନ୍ତୁ ମଶାଣିର ପାଉଁଶ ଗଦା ତଳେ ନିଆଁ ଝୁଲ ପରି ଅଶାନ୍ତି ଦକ୍ ଦକ୍ ହୋଇ ଜଳୁଥିଲା ।

40