ପୃଷ୍ଠା:Amari jatir agua neta.pdf/42

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫିରିଙ୍ଗି କଳିଭାରତରେ ତଥ୍ୟ ଅଛି ।

ଇଂରେଜମାନେ ଏଇ ବିଦ୍ରୋହକୁ ପୁରାପୁରି ଦମନ କରିବା ପାଇଁ ରବର୍ଟ କେର୍ ଓ ତାଙ୍କ ପରେ ଉଇଲକିନ୍ ସନ ସାହେବଙ୍କୁ ଖୋରଧାର ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ କଲେ। ୧୮୧୯ରେ ଇଂରେଜମାନେ ଘୋଷଣା କଲେ ଯେ- ଯେଉଁ- ମାନେ ଦଳବେହେରା, ଦଳେଇ ସରଦାର,ସରବରାକାର ପ୍ରଭୃତି ପାଇକ ବିଦ୍ରୋହରେ ନେତା ହୋଇଥିଲେ; ସେମାନେ ଆସି ନିଜର ଭୁଲ ମାନିଲେ କ୍ଷମା ମିଳିବ। ନ ଚେତ ସେମାନଙ୍କୁ କଠୋର ଶାସ୍ତି ଦିଆଯିବ ।

କିନ୍ତୁ ଜୀବନ ଆଶାରେ ଏମିତି ଭୁଲ ମାନିବାକୁ ବୀର ପାଇକମାନେ ଅପମାନ ମଣିଲେ। ତାପଙ୍ଗ ଗଡର ଦଳବେହେରା ସାମନ୍ତ ମାଧବ ଚନ୍ଦ୍ର ରାଉତରାୟ ଏଇ ଆଦେଶକୁ ଅମାନ୍ୟ କଲେ। ସେ ଇଂରେଜ ଶାସନ ଲୋପ କରି ଓଡିଶାରେ ସ୍ୱାଧୀନ ଗଜପତି ରାଜୁତି ଚଳାଇବକୁ ପଣ କଲେ।

୧୮୧୭ରୁ ୧୮୨୭ ଯାଏ ଇଂରେଜମାନେ ତାପଙ୍ଗ ଅଞ୍ଚଳରୁ ଖଜଣା ଆଦାୟ କରିପାରି