Jump to content

ପୃଷ୍ଠା:Amari jatir agua neta.pdf/49

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଦ୍ରୋହୀ ବୀର ସୁରେନ୍ଦ୍ର ସାଏ

ମଧ୍ୟପ୍ରଦେଶର ଘନ ଜଙ୍ଗଲ ଭିତରେ ଅସୁରଗଡ ଦୁର୍ଗ। ତାର ଗୋଟିଏ କୋଠରୀରେ ବନ୍ଦୀ ଆଉ ପୀଡିତ ବୀର ସୁରେନ୍ଦ୍ର ସାଏ। କାହିଁକି ସେ ବନ୍ଦୀ? ସେ ଚୋରି ଡକାୟତି କରି ନାହାନ୍ତି କିମ୍ବା କାହାକୁ ମାରି ହାଣି ନାହାନ୍ତି ।