Jump to content

ପୃଷ୍ଠା:Amari jatir agua neta.pdf/51

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେବେ ସେ ବୁଢା ବୟସରେ ନିଜ ଘରଦ୍ୱାର ଠାରୁ କେତେ ଦୂରରେ ବଣଜଙ୍ଗଲ ଭିତରେ ଉଚ୍ଛା ପାଚିରୀ ଘେରା ଗଡଟା ଭିତରେ ବନ୍ଦୀ ହୋଇଛନ୍ତି କାହିଁକି? ପୁଣି ମାସେ କି ବର୍ଷେ ନୁହେଁ। ଏଠାରେ ତାଙ୍କର ଦୀର୍ଘ ୨୦ ବର୍ଷ କଟି ଗଲାଣି। ଯୁବକ ବେଳେ ସେମିତି ଆଉ ଗୋତିଏ ଦୂର ଦୂରାନ୍ତର ଜେଲ୍ ରେ ୧୭ ବର୍ଷ କାଳ କଟିଥିଲା। କାହିଁକି? ତାଙ୍କ ମନରେ ବାରମ୍ବାର ଏହି ପ୍ରଶ୍ନ ଉଠୁଛି!

ଯେଉଁ ଇଂରେଜମାନେ ବଣିଜ କରିବାକୁ ଆସି ଏଇ ଦେଶରେ ରାଜନୀତି କଲେ, ଆମ୍ଭମାନଙ୍କ ଭିତରେ ବାଦ ବିବାଦର ସୁଯୋଗନେଇ ନିଜର କ୍ଷମତା ବିସ୍ତାର କଲେ ସେମାନେ। ସେମାନେ ହେଲେ ସୁନାପୁଅ! ଯେଉଁ ଭାରତୀୟ ମାନେ ନିଜ ମାଟିରେ ନିଜର ହକ୍ ଅଧିକାର ସାବ୍ୟସ୍ତ କରିବାକୁ ବସିଲେ, ସେମାନେ ହେଲେ ରାଜଦ୍ରୋହୀ! ଯେଉଁମାନେ ତାଙ୍କର ଗୋଲାମି ନ କଲେ ସେମାନେ ହେଲେ ଶତ୍ରୁ, ତାଙ୍କର କଣ୍ଟା! ସେମାନଙ୍କୁ ନେଇ ବନ୍ଦୀଶାଳାରେ ଅତକ ରଖିବା, ସେମାନଙ୍କ ପ୍ରତି ଅପରାଧୀଙ୍କ ପରି