ପୃଷ୍ଠା:Amari jatir agua neta.pdf/56

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜେଲକୁ ଭାଙ୍ଗି ସେଠାରେ ବନ୍ଦୀଥିବା ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଉଦନ୍ତଙ୍କୁ ଖଲାସ କରି ଦେଲେ । ସେତେବେଳେ ସେଠାରେ ଥିବା ଓଡିଶା ଗଡଜାତ ଅଞ୍ଚଳର ୩୭ଜଣ ବନ୍ଦୀ ମଧ୍ଯ ଖଲାସ ହୋଇଗଲେ । ସୁରେନ୍ଦ୍ର ସେମାନଙ୍କୁ ଏକାଠି ବସାଇ ଗୋଟିଏ ସଭାରେ ସ୍ଥିର କଲେ ଯେ - ସମ୍ବଲପୁର ଫେରି ସେମାନେ ବିଦ୍ରୋହର ନିଆଁ ଜାଳି ଦେବେ ଆଉ ଫିରିଙ୍ଗ ଶାସନକୁ ମୂଳପୋଛ କରିଦେବେ ।

ଏହାପରେ ସେମାନେ ସମ୍ବଲପୁର ଚାଲିଲେ ।

ସିଂହପୁର, ଗାଙ୍ଗପୁରର କେତେ ବଣ ଜଙ୍ଗଲ,ନଈ, ପାହାଡ ଅତିକ୍ରମ କଲେ । ସୁରେନ୍ଦ୍ର ଓ ଉଦନ୍ତ ସେମାନଙ୍କ ସହିତ ମଧ୍ୟ ଚାଲିଲେ । କଳେ, ବଳେ, କଔଶଳେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସେମାନେ ପଣ କଲେ । ସୁରେନ୍ଦ୍ର ଓ ଉଦନ୍ତ ସେମାନଙ୍କ ସହିତ ମଧ୍ୟ ଚାଲିଲେ । କଳେ,ବଳେ, କଔସଳେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସେମାନେ ପଣ କଲେ । ବାଟରେ ମଧ୍ୟ ଅନେକେ ସେମାନଙ୍କ ସହିତ ଯୋଗ ଦେଲେ । ସେମାନେ ସମ୍ବଲପୁରଠାରେ ପହଞ୍ଚିଲା ମାତ୍ରେ ପ୍ରବଳ ବିଦ୍ରୋହ ଲାଗି ଉଠିଲା । ଇଂରେଜ ସରକାର ଏହାକୁ ଦମନ କରିବାକୁ ଲାଗିଗଲେ ।