ପୃଷ୍ଠା:Amari jatir agua neta.pdf/57

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯଦିଓ ପ୍ରଥମେ ସୁରେନ୍ଦ୍ରଙ୍କୁ ସ୍ୱାଧୀନ ଭାବରେ ରହିବାକୁ ଅନୁମତି ଦିଆଗଲା, ପରେ ନିଜ ଘରୁ ସରକାରଙ୍କ ବିନାନୁମତିରେ କୁଆଡେ ଯିବାକୁ ମନା କରାଗଲା । ତାପରେ ତାଙ୍କୁ ଶୀଘ୍ର ଅନ୍ୟ କେଉଁଠିକୁ ନେଇଯିବାର ଯୋଜନା ହେଉଛି ଶୁଣି ସୁରେନ୍ଦ୍ର ନିଜ ଗାଁକୁ ଲୁଚି ଚାଲିଗଲେ ।

ଫିରିଙ୍ଗ ସରକାର ବିନା ଯୁଦ୍ଧରେ ତାଙ୍କର ଦାବୀ ମାନି ନେବେ ନାହିଁ ଜାଣି ସୁରେନ୍ଦ୍ର ଆନ୍ଦୋଳନ ଆରମ୍ଭ କରିଦେଲେ । ବହୁ ପଡୋଶୀ ଜମିଦାର ଓ ଗଡଜାତ ରାଜା ତାଙ୍କୁ ମଧ୍ୟ ଗୁପ୍ତ ଭାବରେ ସାହାଯ୍ୟ କଲେ । କୋହ୍ଲ, କନ୍ଧ ଓ ଗଣ୍ଡ ଜାତିର ଆଦିବାସୀମାନେ ସୁରେନ୍ଦ୍ରଙ୍କ ଦଳରେ ଯୋଗ ଦେଲେ । ବଣ ଜଙ୍ଗଲରେ ଅସ୍ଥାୟୀ ଦୁର୍ଗସବୁ ତିଆରି କରାଗଲା । ବିଦ୍ରୋହୀମାନେ ଦଳ ଦଳ ହୋଇ ସରକାରୀ ଅଫିସ ଉପରେ ଚଢଉ କଲେ । ସରକାରୀ ରାସ୍ତାଘାଟ ଓ ଡାକ ଚଳାଚଳ ବନ୍ଦ କରିଦେଲେ ।

ସୁରେନ୍ଦ୍ର ଏମିତି ପାଞ୍ଚବର୍ଷ କାଳ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଟାଙ୍ଗିଆ,