Jump to content

ପୃଷ୍ଠା:Amari jatir agua neta.pdf/61

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାହିଁ।ତାଙ୍କ ସହିତ ସାନଭାଇ ଉଦନ୍ତଙ୍କୁ ମଧ୍ୟପ୍ରଦେଶ ରାଯପୁର ଜେଲ୍ରେ ଅଟକ କରି ରଖା ଗଲା। ହାୟ, ଉଦନ୍ତ ସେଠାରେ ତାନ୍କୁ ସବୁଦିନ ପାଇଁ ଛାଡ଼ି ପର ପାରିକୁ ଚାଲିଗଲେ।

ଏବେ ସେ ସେହି ଅସୁରଗଡର ଦୁର୍ଗ ମଧ୍ୟରେ ଏକା ରହି ଜୀର୍ଣଶୀର୍ଣ। ଅତୀତର ହିସାବ ନିକାଶ କରି ସେ ହତାଶ ଆଉ ଭବିଷ୍ୟତର ସ୍ୱପ୍ନରେ ବିଭୋର!କିନ୍ତୁ ସେ ସ୍ୱାଧୀନତାର ସ୍ୱପ୍ନ ତାଙ୍କ ଜୀବନ କାଳରେ ସତ ହୋଇ ପାରିଲା ନାହିଁ। ଅବଶୋଷ ରହିଗଲା।

ଯେଉଁ ଟାଣୁଆ ଦେହ ମନକୁ ନେଇ ସେ ଇଂରେଜ ସିଂହ ବିରୁଦ୍ଧ ରେ ଲଢ଼େଇ କରୁଥିଲେ,ତାହା ସବୁ ଅବଶ ହୋଇ ଗଲାଣି। ବୁଢ଼ା ଦେହକୁ ରୋଗର ଆକ୍ରମଣ !ଇଂରେଜ ଡ଼ାକ୍ତର କୋଲିସ ତାନ୍କର ଚିକିସ୍ଛା କରୁଛନ୍ତି।ସେ ଥରେ ଥରେ ସୁରେନ୍ଦ୍ରଙ୍କ ସ‌ହିତ ଦୁଃଖ ସୁଖ ହୁଅନ୍ତି।ଫିରିନ୍ଗି ବେପାରୀ ଦଳ ବଣିକ କାରବାରର ଆଢ଼ୁଆଳରେ ସରଳ ଦେଶବାସୀ ଭାଇମାନନ୍କୁ ଠକି ଯେମିତି ରାଜ୍ୟ ବିସ୍ତାର କଲେ,ନିଜେ