ପୃଷ୍ଠା:Amari jatir agua neta.pdf/62

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ବଲପୁର ରାଜା ହୋଇସୁଦ୍ଧା ତା୍ଙ୍କୁ ରାଜଦ୍ରୋର୍ହୀ ବୋଲି ସେମାନେ କହି ଯେମିତି ବନ୍ଦୀ ଭାବରେ ଜୀବନର ଅଧିକାଂଶ ବର୍ଷ କାଟିବାକୁ ଅ ନ୍ୟାୟ ଆଦେଶ ଦେଲେ,ଡାକ୍ତରଙ୍କୁ କହି ସେ ଦୀର୍ଘ ନିଶ୍ୱାସ ପକାନ୍ତି । ଡାକ୍ତର କୋଲିସ ଏହା ଶୁଣି ମନରେ ଦୁଃଖ କରନ୍ତି ଆଉ ବାହାରେ ମଧ୍ୟ ସହାନୁଭୂତି ପର୍କାଶ କରନ୍ତି । ଥରେ ସେ ଏମିତି କହୁ କହୁ ଖୁବ୍ ଉତ୍ତେଜିତ ହୋଇ ପଡିଲେ ଆଉ ପ୍ରଳାପ କରି ଉଠିଲେ- ହେ ମା ସମଲେଇ !!!!!!। ହେ ମୋ ପ୍ରାଣ ଠାରୁ ଅଧିକ ପ୍ରିୟ ଜନ୍ମ୍ ଭୂମି । !!ଆଜି ମୁଁ ତୋ ଠାରୁ କାହିଁକେତେ ଦୁରରେ।ତୋର ସେବା କରିବାକୁ ମୋର ଆଉ ବଳ ବ ଅସ ନାହିଁ । ତୋତେ ସ୍ୱାଧୀନ କରି ପାରିଲି ନାହିଁ। ଶେଷଥର ପାଇଁ ମୁଁ ତୋତେ ଆଉ ଆଖି ପୂରାଇ ଦେଖି ପାରିଲି ନାହିଁ ! ।ହଉ,ମା ସମଲେଇ !। ତୋ ଇଚ୍ଛା !
ସୁରେନ୍ଦ୍ରଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ତାଙ୍କର ମୁହଁ ଉଜ୍ଜଳି ଉଠିଲା। ତା ପାରେ ସବୁ ଶେଷ। ସବୁ ଦିନ ପାଇଁ ସେ ଆଖି ବୁଜି ଦେଲେ। ଡାକ୍ତର ପାଖକୁ ଅସି ଦେଖିଲେ, ତାଙ୍କର ଜଡ