Jump to content

ପୃଷ୍ଠା:Amari jatir agua neta.pdf/69

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ରମେ ପତୀନ୍ଦରଙ୍କ ଚେତା ଫେରି ଆସିଲା। ଦେହର ପଟିଗୁଡିକ ଉପରେ ଆଖି ପଡିବାରୁ ସେ ମୁହ୍ମମ ଶୁଖାଇ ଦେଲେ।ସେ ଡାକ୍ତରଖାନାରେ ପଡିଛନ୍ତି ଜାଣି ମନ ବିଷେଇ ଉଠିଲା। ସେ ଦାନ୍ତଭିଡି ପାଟିକରି ଉଠିଲେ- ମୁଁ ଶେଷ ରକ୍ତବିନ୍ଦୁ ଦେଇ ମାଟି ମା ର ମୁକ୍ତି ଲାଗି ଲଢେଇ କରିବି ବୋଲି ପଣ କରିଥିଲି। ଏବେ ବନ୍ଦୀ ହୋଇ ଆସିଛି ଡାକ୍ତରଖାନାରେ ଭଲ ହେବି ବୋଲି? ହାଃ ହାଃ ହାଃ।

ସେ ସାଙ୍ଗେ ସାଙ୍ଗେ ତାଙ୍କ ଦେହର ପଟିଗୁଡିକ ଭିଡି ଛିଣ୍ଡାଇ ଦେଲେ।ସାରା ଦେହର କ୍ଷତସ୍ଥାନ ଗୁଡିକରୁ ରକ୍ତର ଝରଣା ଛୁଟିଲା। ସେ ରାଗରେ କହି ଉଠିଲେ- ଟେଗାର୍ଟ, ତୁମେ ଭାବିଥିଲ ଆମଙ୍କୁ ଫାସି ଖୁଣ୍ଟରେ ଝୁଲାଇ ବାହାଦୂରୀ ଦେଖାଇବ। ଆମ ଆନ୍ଦୋଳନ କୁ ଦବାଇ ଦେଇ ଇଂରେଜ ଶାସନକୁ ମଜବୁତ୍ କରିବ। କିନ୍ତୁ ମନେରଖ ଟେଗାର୍ଟ, ଆମ ଭିତରୁ ଗୋଟିଏ ମଲେ, କୋଟିଏ ବୀର ସନ୍ତାନ ତୁମ ବିରୁଦ୍ଧରେ ଲଢେଇ କରିବାକୁ ବାହାରି ପଡିବେ।

63