Jump to content

ପୃଷ୍ଠା:Amari jatir agua neta.pdf/81

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମ ଉପରେ ଲାଠି ଚଳାଇ ପାରେ । କିନ୍ତୁ ଆମେ ସବୁ ସହିବା । କେହି ଉଁ ଚୁଁ ହେବାନାହିଁ ।ପୋଲିସ ସାଥିରେ ଗଣ୍ଡଗୋଳ କରିବା ନାହିଁ । ଗାନ୍ଧୀ ବୁଢ଼ାର କଥାକୁ ଅକ୍ଷରେ ଅକ୍ଷରେ ପାଳିବା । ଟିକିଏ ତଳେ ପକାଇ ଦେବା ନାହିଁ ।

ଏଇ ଲକ୍ଷ୍ମଣ କିଏ ଜାଣନ୍ତି ? ରାମାୟଣର ରାମ ଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ନୁହ ନ୍ତି। ସେ ହେଉଛନ୍ତି ଅନୁନ୍ମତ କୋରାପୁଟ ଜିଲ୍ଲାର ଗୋଟିଏ ଅଶିକ୍ଷତ କର୍ମୀ ।ତେନ୍ତୁଳିଗୁମା ଗାଁ ରେ ତାଙ୍କର ଜନ୍ମ । ସେଇ ଗାଁଋ ଚାରିପଟେ ବଣ ପାହାଡ, ଛୋଟବଡ କେତେ ଝରଣା । କେଲାପ ନ ଦୀଟି ମଧ୍ଯ ସେଇ ଗାଁ ପାଖରେ ବହି ଯା ଉଛି। ସେତେବେଳେ ରାତିରେ କ'ଣ ଦିନରେ ମଧ୍ଯ ବାଘ ହେଣ୍ଟାଳ ପକାଏ, ଛାତି ଥରିଯାଏ।

ଫିରିଙ୍ଗି ସରକାର ସେତେବେଳେ ଗାଁ ଗଣ୍ଡାରେ ବି ଅତ୍ଯାଚାର ଆରମ୍ଭ କରିଥିଲେ। ପୋଲିସ ଙ୍କ ଦ୍ବାରା ଗରୀବ ଲୋକ ଙ୍କ ଉପରେ ଜୋର ଜୁଲମ ଚାଲିଥିଲା। ସେମାନ ଙ୍କ ଉପରେ କେତେ ରକମର କର, ବେଠି ଆଉ ବେଗାରି । ଲୋକେ ସିନା