ପୃଷ୍ଠା:Amari jatir agua neta.pdf/92

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୋଲିସ ଆସି ଗାଁ ଚାରିପଟେ ଘେରାଉ କରି ଦେଲେଣି । ତୁମେ କୁଆଡେ ଚାଲିଯାଅ ।

ଲକ୍ଷ୍ମଣ କିନ୍ତୁ ନିଜ ଜୀବନ ଭୟରେ କୁଆଡେ ଚାଲି ଯିବାକୁ ଚାହିଁଲେ ନାହିଁ । ଏତେ ଲୋକ ତାଙ୍କରି କଥାରେ ପଡି ମଲେ,ଜେଲ୍ ଗଲେ ଆଉ ସେ ନିଜେ ସେଥିପାଇଁ ଡରିବେ କାହିଁକି ? ଠିକ୍ ଏତିକି ବେଳକୁ ପୋଲିସମାନେ ତାଙ୍କ ପାଖରେ ପ‌ହଞ୍ଚି ଗଲେ । ତାଙ୍କୁ ହାତକଡ଼ା ପକାଇ ଥାନାକୁ ନିଆଗଲା । ତାଙ୍କ ସହିତ ଗାଁର ଆଉ ପଞ୍ଝାଏଙ୍କୁ ମଧ୍ୟ ଜେଲ୍ ନିଆଗଲା ।

ଥାନାରୁ ସେମାନଙ୍କୁ କୋରାପୁଟ ଜେଲ୍‌କୁ ପଠାଗଲା । ସେଠାରେ ଅକଥନୀୟ ଅତ୍ୟାଚାର ଚାଲିଲା । ଶେଷରେ ୧୯୪୨ ଅକ୍ଟୋବର ମାସରେ ସେମାଙ୍କର ବିଚାର ଆରମ୍ଭ ହେଲା । ମଣିଷ ମାରିବା ଅପରାଧରେ ତାଙ୍କୁ ଫାଶୀ ହୁକୁମ ଦିଆ ଗଲା । ଏହା କ'ଣ କମ୍ ଗୌରବର କଥା ! ଲକ୍ଷ୍ମଣଙ୍କ ମନରେ ଆନନ୍ଦର ଜୁଆର । ମାଟି ମାଆ ପାଇଁ ସେ ଶହିଦ୍ ହେବେ, ହସି ହସି ଜୀବନ ଦେବେ ।