Jump to content

ପୃଷ୍ଠା:Amari jatir agua neta.pdf/93

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେବେ ଅବଶୋଷ ରହିଗଲା ତାଙ୍କର ମୃତ୍ୟୁ ପୂ୍ର୍ବରୁ ମାଟି ମାଆର ମୁକତି ମିଳି ପାରିଲା ନାହିଁ।

ତାଙ୍କୁ ଫାଶି ଦିଆଯିବା ପାଇଁ ବ୍ରହ୍ମପୁର ଜେଲ୍ କୁ ନିଆଗଲା।ବ୍ରହ୍ମପୁର ଜେଲ୍ ରେ ସେତେବେଳେ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବହୁ ଲୋକ ବନ୍ଦୀ ହୋଇଥାନ୍ତି। ଫାଶହି ପାଇବା ଦିନ ପାଖେଇ ଗଲା । ବନ୍ଦୀମାନେ ଲକ୍ଷ୍ମଣଙ୍କୁ ପଚାରିଲେ- ତୁମର କ'ଣ କହିବାର ଅଛି ଆମକୁ କହିଯାଅ । ସେ ହସି ହସି ଉତ୍ତର ଦେଲେ -ମୋର ନିଜର କିଛି କହିବାର ନାହିଁ । ଦେଶ ମାଆ ପାଇଁ ଜେଲ୍ ଯିବା ଆଉ ଫାଶି ପାଇବା ଭାଗ୍ୟର କଥା । ମୁଁ ତ ସ୍ୱାଧିନତା ଦେଖି ପାରିଲି ନାହିଁ । ତୁମ୍ଭେମାନେ ଶୀଘ୍ର ସ୍ୱରାଜ ପାଅ, ଏତିକି ମୋର ଆଶା ଆଉ ଶୁଭେଚ୍ଛା ।

ମରିବା ଆଗରୁ ଲକ୍ଷ୍ମଣଙ୍କ ମୁହଁରୁ ଏଇ କଥା କେଇପଦ ଶୁଣି ମନରେ ସବୁରି କେତେ ଦମ୍ଭ ଓ ଉତ୍ସାହ ଖେଳିଗଲା । ସବୁରି ଆଖିରେ ଲୁହ ଢ଼ଳ ଢ଼ଳ ହେଲା । ସତରେ ଏ ଲୋକଟାର ମନ କେତେ