ପୃଷ୍ଠା:Amari matir amar shaheed.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୨୭ )

ଘେରିଗଲେ । ଯାହାର ହାତରେ ଯାହା ପଡ଼ିଲା । ଠେଙ୍ଗାବାଡି ଇଟାପଥର । ବେଜେଲ୍‌ଗେଟଙ୍କୁ ପିଟି ପିଟି ଲୋକେ ମାରିଦେଲେ । ରଘୁନାଥ, ଦିବାକର ଓ ଅନ୍ୟମାନଙ୍କୁ ବନ୍ଦୀ କରାଗଲା ।

ଜଣେ ଗୋରା ଜଜ୍‌ଙ୍କୁ ଦୌରାଜଜ୍ ଭାବରେ ନିଯୁକ୍ତି ଦିଆଗଲା । ଏହି ମୋକଦ୍ଦମା ବିଚାର କରିବାକୁ ସେ ରହିଲେ । ଦୁଇତିନି ବର୍ଷଧରି ଏଇ ମୋକଦ୍ଦମାର ବିଚାର ଚାଲିଲା । ଶେଷରେ ରାୟ ଦିଆଗଲା । ରଘୁନାଥ ଓ ଦିବାକରଙ୍କୁ ଫାଶି ହୁକୁମ ହେଲା । ୧୧ ଜଣ ଲୋକଙ୍କୁ ଯାବଜ୍ଜୀବନ କଳାପାଣି ଦଣ୍ଡ ମିଳିଲା । ଆଉ ଦୁଇଜଣଙ୍କୁ ଦୁଇବର୍ଷ ପାଇଁ ଜେଲଦଣ୍ଡ ଦିଆଗଲା ।

୧୯୪୧ ମସିହା ଅପ୍ରେଲ ୪ ତାରିଖ । ବିହାର ଭାଗଲପୁର ଜେଲ୍‌ରେ ରଘୁନାଥ ଓ ଦିବାକରଙ୍କୁ ଫାଶି ଦିଆଗଲା । ଭାରତ ସାରା