ପୃଷ୍ଠା:Apabhramsabodhini (1892).pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୫
ଅପଭ୍ରଂଶବୋଧିନୀ
ଅପଭ୍ରଷ୍ଟ ଶବ୍ଦର ଉତ୍ପତ୍ତି ।

ଅମର ମେଦିନୀ ଓ ବିଶ୍ୱ ପ୍ରଭୃତି ଅଷ୍ଟାଦଶ କୋଷ ଏବଂ ଆଧୁନିକ ପ୍ରଚଳିତ ଅଭିଧାନ ପ୍ରଭୃତି କୌଣସି ଗ୍ରନ୍ଥ ସଂସ୍କୃତ କାବ୍ୟମାନଙ୍କର ପୂର୍ବରୁ ସୃଷ୍ଟ ହୋଇ ନାହାନ୍ତି । ପ୍ରତ୍ୟେକ କୋଷକାର କାବ୍ୟମାନଙ୍କରେ ବ୍ୟବ‌ହୃତ ଶବ୍ଦମାନଙ୍କୁ ସଂଗ୍ରହ କରି ଅଭିଧାନ ପ୍ରସ୍ତୁତ କରିଅଛନ୍ତି । ଏହି କ୍ଷୁଦ୍ର ଅପଭ୍ରଂଶବୋଧିନୀର ପ୍ରାୟ ସମସ୍ତ ଶବ୍ଦ ପ୍ରୟୋଗମୂଳକ । କାବ୍ୟମାନଙ୍କରେ ଯେଉଁ ଯେଉଁ ସଂସ୍କୃତ ଶବ୍ଦମାନ ପ୍ର‌ଯୁକ୍ତ ହୋଇଅଛି, ପୂର୍ବେ ସେହି ସେହି ଶବ୍ଦମାନଙ୍କୁ ବ୍ୟବ‌ହାର କରି ପ୍ରତ୍ୟେକ ଭାରତୀୟ ଆର୍ଯ୍ୟ କଥାବାର୍ତ୍ତା କରୁଥିଲେ । ନୀଚ ଜାତୀୟମାନେ ଅଶିକ୍ଷାବଶରୁ କିମ୍ବା କି ଉଚ୍ଚ କି ମଧ୍ୟ ଶ୍ରେଣୀୟ ଲୋକମାନେ କୃଷି, ବାଣିଜ୍ୟ ପ୍ରଭୃତି ବ୍ୟବସାୟର ବ୍ୟଗ୍ରତାବଶରୁ ଠିକ୍ ମୌଳିକ ଶବ୍ଦ ଉଚ୍ଚାରଣ କରି ନ ପାରି କାଳକ୍ରମେ ଶବ୍ଦମାନଙ୍କୁ ବିକୃତ କରି ଉଚ୍ଚାରଣ କଲେ । ସେହି ମୂଳଶବ୍ଦମାନଙ୍କର ଆଭାସରେ ନିଜେ ନିଜେ ଅପଭ୍ରଷ୍ଟ ଶବ୍ଦ ଗଢ଼ି ତ‌ହିଁରେ ମନୋଭାବ ବ୍ୟକ୍ତ କରିବାକୁ ଲାଗିଲେ । ଏହିପରି ମୁହୁର୍ମୁହୁ ପରିବର୍ତ୍ତନ ସ୍ରୋତରେ ପଡ଼ି ବର୍ତ୍ତମାନ ଯେଉଁ ବିକୃତ ଶବ୍ଦମାନ ଉପସ୍ଥିତ ହେଲାଣି, ତାହା ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ବର୍ତ୍ତମାନ ପ୍ରାୟ ସମସ୍ତେ ସେହି ଅପଭ୍ରଷ୍ଟ ଶବ୍ଦ ପ୍ରୟୋଗ କରି ପରସ୍ପର ଭାବ ଗ୍ରହଣ କରୁଅଛନ୍ତି । ସୁତରାଂ ମୂଳ ସଂସ୍କୃତ ଶବ୍ଦର ଚର୍ଚ୍ଚା ପ୍ରାୟ ରହିତ ହୋଇ ଯାଉଅଛି ।

କାଳକ୍ରମେ ଏପରି ଅନେକଗୁଡ଼ିଏ ଅପଭ୍ରଷ୍ଟ ଶବ୍ଦ ପ୍ରସ୍ତୁତ ହୋଇଅଛି ଯେ, ତାହାର ମୂଳ ସଂସ୍କୃତ ଶବ୍ଦ ସ୍ଥିର କରିବା ଅତ୍ୟନ୍ତ କଠିନ ଏବଂ ଅନେକଗୁଡ଼ିଏ ଶବ୍ଦର ପୂର୍ଣ୍ଣ ବ୍ୟାଖା କରି ନ ଦେଲେ ମୌଳିକ ଶବ୍ଦର ପ୍ରତୀତି ହେବା ଅସମ୍ଭବ । ଏହି ହେତୁ ନିମ୍ନରେ କେତୋଟି ମାତ୍ର ଶବ୍ଦ ପ୍ରଦର୍ଶିତ ହେଲା ।

ହଜାର-ସ‌ହସ୍ର; ସ‌ହସ୍ର ମୌଳିକ ଶବ୍ଦ ହେଉଅଛି । ସ‌ହସ୍ରରୁ - ସ‌ହସର, ସ‌ହସରରୁ - ହସର, ହ‌ସରରୁ- ହଜର ଏବଂ ହଜରରୁ ହଜାର ହୋଇଅଛି । ମୁଛ - ଶ୍ମଶ୍ରୂ; ମୌଳିକ ଶବ୍ଦ ଶଶ୍ରୁ । କାଳକ୍ରମେ ଶଶ୍ରୁକୁ