ପୃଷ୍ଠା:Apabhramsabodhini (1892).pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭
ଅପଭ୍ରଂଶବୋଧିନୀ
ପରିଶିଷ୍ଟ ।

ଏହି ପୁସ୍ତକାନ୍ତଗତ ଅପଭ୍ରଷ୍ଟ ଶବ୍ଦ ବ୍ୟତୀତ ଓଡ଼ିଆଭାଷାରେ ଆଉ ଏକପ୍ରକାର ଶବ୍ଦ ଦୃଷ୍ଟିଗୋଚର ହୁଏ । ସେମାନଙ୍କୁ ଗ୍ରାମ୍ୟ ବା ଦେଶଜ ଶବ୍ଦ କ‌ହନ୍ତି । ସେହି ଶବ୍ଦମାନଙ୍କର ଉତ୍ପତ୍ତି ଭାଷାନ୍ତର-ପ୍ରସୂତ ବୋଲି ଅଦ୍ୟାବଧି ନିର୍ଣ୍ଣୀତ ହୋଇ ପାରି ନାହିଁ । ତେଣୁ ବାସ୍ତବରେ ଯାହା ଆମ୍ଭ ମାନଙ୍କ ଭାଷାର ସମ୍ପଦ, ସେଗୁଡ଼ିକର ବ୍ୟବ‌ହାର କ୍ରମଶଃ ବିରଳ ହୋଇ ଆସିବାରୁ ଓଡ଼ିଆ ଭାଷା କୃଶକଳେବର ହେଉଅଛି । ଏହି ତ୍ରୁଟି ଦୂରୀକରଣାର୍ଥ ନିମ୍ନରେ କେତେଗୁଡ଼ିଏ ନୀରୋଳ । ଦେଶଜ ଶବ୍ଦ ପ୍ରଦତ୍ତ ହେଲା ।

ଦେଶଜ ଶବ୍ଦ ।

ଅକଳ = କଠିନ ଅବସ୍ଥା
ଅଙ୍କରାନ୍ତି = ଗୁଳ୍ମ‌ବିଶେଷ
ଅଖବା = ହୁଣ୍ତା
ଅଖାଡ଼ୁଆ = ବିବେଚନାଶୂନ୍ୟ
ଅଛବ = ମ୍ଳେଚ୍ଛ
ଅଝାଲ = ପାଲ
ଅଟକଳ = ଅନୁମାନ
ଅଟକାଳି = ଯାଉ, ପଇତି
ଅଟକିବା = ବନ୍ଦ ହେବା
ଅଟ୍ଟେଇ = ଗୋରୁ ରଖିବାର ସ୍ଥାନ
ଅଢ଼ପା = ଅସୁନ୍ଦର
ଅଣକ = ଡଙ୍କା
ଅଣକୀଳୀ = ଗାଡ଼ିଚକ ଅଟକାଇବାର ଖିଲ

ଅଣସର = ଅନ୍ୟ ଜାଡ଼ି, ଆଷାଢ଼ କୃଷ୍ଣପକ୍ଷ ।
ଅଧାମ = ରାବୁଡ଼ି
ଅନାଡ଼ି = ନିର୍ବୋଧ
ଅନାବନା = ଏଣୁତେଣୁ
ଅନାଉଣି = ଚାହାଁଣି
ଅନେଇବା = ଦେଖିବା
ଅପସାନ୍ତର = ଅଦ୍ଭୁତ
ଅପା = ବଡ଼ ଭଉଣୀ
ଅବିଗୁଣ = କୁସ୍ୱଭାବ
ଅମ୍ଭୋଦାନୀ = ବଡ଼ ଦାତା
ଅରମା = ଆବର୍ଜ୍ଜନା
ଅରାଏ = କ୍ଷୁଦ୍ରାଂଶ
ଅଲାଜୁକ = ନିର୍ଲ୍ଲଜ୍ଜ
ଅଲିଅର = ସ୍ନେହାସ୍ପଦ