ଫରକ୍ ନଗଣ୍ୟ । ଏହାଛଡ଼ା ଜଗମୋହନର ଉଚ୍ଚତା ଝଶରଚ୍ଛଯକ୍ଷଷନ୍ଦରରେ ମାପି ଫିତା ମାପ ସହିତ ମିଳେଇ ଦେଖିଛନ୍ତି ଏବଂ ସାମାନ୍ୟ ପାର୍ଥକ୍ୟର କାରଣ ବ୍ୟାଖ୍ୟା କରିଛନ୍ତି । ଗାଙ୍ଗୁଲୀ ଅନୁସରଣ କରିଥିବା ପ୍ରକ୍ରିୟା ଏଇ ପରିଚ୍ଛେଦର ବିଭି୍ନ ସ୍ଥାନରେ ଆଲୋଚିତ ହୋଇଛି । ବହୁ ଐତିହାସିକ ଯେଉଁମାନଙ୍କ ମଧ୍ୟରେ ଡଚ୍ଛରର କରୁଣାସାଗର ବେହେରାଙ୍କ ଭଳି ସହଜରେ ସନ୍ତୁଷ୍ଟ ନହେବା ପରି ଐତିହାସିକ ମଧ୍ୟ ଅଛନ୍ତି, (୨୧୮) ଗାଙ୍ଗୁଲୀଙ୍କ ପନ୍ଥା ନିର୍ଭରଯୋଗ୍ୟ ବୋଲି ମନେ କରନ୍ତି । ତଥାପି ଗାଙ୍ଗୁଲୀ ପ୍ରଦତ୍ତ ସୂତ୍ରଗୁଡ଼ିକ କେତେକ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇ ପାରୁ ନଥିବା ଲକ୍ଷ୍ୟ କରାଯାଇଛି । ଏପରି ଗୋଟିଏ ଅସଙ୍ଗତି "ଭୂମି' ଚିତ୍ର ଗଠନ ସମ୍ବନ୍ଧିତ । ରେଖଦେଉଳ ଗଣ୍ଡିର ଅନର୍ଥ ପାଗ ଅନେକଗୁଡ଼ିଏ ସମାନ୍ତରାଳ ଭାଗରେ ବିଭକ୍ତ । ଏହାକୁ "ଭୂମି' କୁହାଯାଇଥାଏ । ଦୁଇଟି ଭୂମି ମଧ୍ୟସ୍ଥ ପଟ୍ଟିକୁ ଭୂମି-ଅମଳା କୁହାଯାଇଥାଏ । ଦେବଳା ମିତ୍ର ତାଙ୍କ ପୁସ୍ତକରେ ଦଶଟି ଭୂମି ଦେଖାଇଛନ୍ତି (୨୧୯) କିନ୍ତୁ ମାପ ଦେଇ ନାହାନ୍ତି । ଗାଙ୍ଗୁଲୀ ମଧ୍ୟ ବଡ଼ ବଡ଼ ମନ୍ଦିରମାନଙ୍କରେ ଦଶଟି ଭୂମି କଥା କହିଛନ୍ତି ଏବଂ ତାହାର ଗଠନରେ ଗୋଟିଏ ଜ୍ୟାମିତିକ ହାର ଉପସ୍ଥାପିତ କରିଛନ୍ତି ।(୨୨୦) ଗାଙ୍ଗୁଲୀଙ୍କ ସୂତ୍ର :
ପ୍ରଥମ ଭୂମି - ୩/୪ × କୋଣ ପାଗର ଦୈର୍ଘ୍ୟ
ଦ୍ୱିତୀୟ ଭୂମି - ୩/୪ × ପ୍ରଥମ ଭୂମି
ତୃତୀୟ, ଚତୁର୍ଥ ଇତ୍ୟାଦି ଏଇ ହାରରେ ଚାଲିବ ।
ସୂତ୍ରଟି କିନ୍ତୁ ପରୀକ୍ଷା ଉତ୍ତୀର୍ଣ୍ଣ ହେଉନାହିାଁ କୋଣପାଗର ଦୈର୍ଘ୍ୟ ୧୪ ଫୁଟ୍ ୬ ଇଞ୍ଚ (ଚିତ୍ର ନମ୍ବର ୭ ଓ ୯ ଦ୍ରଷ୍ଟବ୍ୟ) ହୋଇଥିବାରୁ ପ୍ରଥମ ଭୂମିର ଦୈର୍ଘ୍ୟ ୧୦ ଫୁଟ୍-୧୦.୫ ଇଞ୍ଚ । ଏଇ ରୀତିରେ ଦଶମ ଭୂମି ଯାଏ ହିସାବ କରିଗଲେ ଦଶମ ଭୂମିର ଦୈର୍ଘ୍ୟ (ଭୂମି ଅମଳା ସହିତ) ମାତ୍ର ୯ ଇଞ୍ଚ ହେବ ଏବଂ ଦଶଟି ଭୂମିମାପର ଯୋଗଫଳ ହେବ ୪୧ ଫୁଟ୍ । ଗଣ୍ଡିର ଆକଳିତ ଉଚ୍ଚତା ୧୧୭ ଫୁଟ୍ । ମନେହୁଏ ସୂତ୍ରଟି ଛୋଟ ଛୋଟ ମନ୍ଦିର ପାଇଁ ପ୍ରଯୁଜ୍ୟ ଯେଉଁଠାରେ ଭୂମିସଂଖ୍ୟା ଅନେକ କମ୍ ହୋଇଥାଏ । କୋଣାର୍କ ଶିଳ୍ପୀ ବଡ଼ ଗାୟକ ଭଳି ପ୍ରଚଳିତ ରୀତି ଭାଙ୍ଗି ନିଜ
ନିୟମରେ ସୃଷ୍ଟି କରିଛନ୍ତି ଯାହାର ଆକଳନ ସାଧାରଣ ମାନବର ବୁଦ୍ଧି ବହିର୍ଭୂତ ।
ଅର୍କକ୍ଷେତ୍ର କୋଣାର୍କ . ୧୦୩