ପୃଷ୍ଠା:Arkakshetra konark.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗାଙ୍ଗୁଲୀଙ୍କ ଦ୍ୱାରା ନିଆଯାଇଥିବା Theodlite ମାପ - ୧୨୯'-୮" (୪୬୧-O & HR)
ବିଭାଗ/ଉପବିଭାଗ ASI ୧ମ ନ‌କ୍ସା ASI ୨ୟ ନ‌କ୍ସା ବିଶନ୍ ସ୍ୱରୂପ (ପୃ:୧୬-୨୧) ମନମୋହନ (ପୃ:୪୫୮-୪୬୧) କୃପାସିନ୍ଧୁ ମିଶ୍ର(ପୃ: ୯୫-୯୯) କରୁଣାସାଗର(ପୃ:୧୦୮-୧୧୧) ମନ୍ତବ୍ୟ
ଘଡ଼ ଚକଡ଼ର ଦୈର୍ଘ୍ୟ 35' 41' 46'-1"* * ଆକଳିତ
୧ମ ବେକୀର ବ୍ୟାସ 17'-8" 22' 23'-3-"* *ଆକଳିତ
୨ୟ ବେକୀର ବ୍ୟାସ 7' 15'
ଘଣ୍ଟାର ବ୍ୟାସ 3'-5" 29'-6"
ଅମଳାର ବ୍ୟାସ 11' 16'-6"
ବାଡ଼ ବାହାରକୁ ୧ମ ପୀଢ଼ 3' 5'-6" 3'-9" 4'-8"* * ଆକଳିତ
ବାଡ଼ ବାହାରକୁ ୧ମ କାନ୍ତି 1'-7' 3' 3'-6" *6'-6" (w)
ବାଡ଼ ବାହାରକୁ ୨ୟ କାଢି 1'-7" 3'-9" 2'-7" 14-11" (h) କରୁଣାସାଗରଙ୍କ
ପୂର୍ବ ଦ୍ବାର (ଖୋଲା ଅଂଶ) 7'x15' 7'-3"x14' 6-10" (w) *16'-6" (w) Fig 22
ଦ୍ବାର ବନ୍ଧ 16'-9"x24' 19'×19' 15'-10" (w) 19'-5" (h) (P.110)

*ଏ.ଏସ୍‍.ଆଇ. ଯୋଗାଇ ଥିବା ଭିତ୍ତି ନକ୍ସା (ଗ୍ରାଉଣ୍ଡ ପ୍ଲାନ୍‍) ଅନୁଯାୟୀ, କୋଣପାଗଠାରେ ୯୦ ଫୁଟ୍‍, ଅନର୍ଥପାଗଠାରେ ୯୮ ଫୁଟ୍‍ ଓ ରହପାଗଠାରେ ୧୦୮ ଫୁଟ୍‍ । ଏଲିଭେସନ୍‍ରେ ବୃହତ୍ତମ ମାପ ନେବା କଥା । ଲେଖକ ଉନ୍ନତାଂଶ ଆଙ୍କିବା ସମୟରେ ସେଇ ରୀତି ଅନୁସରଣ କରିଛି ।

ଦେଖାଯାଉଛି ମନମୋହନ ଗାଙ୍ଗୁଲୀ ଓ ବିଶନ୍‍ ସ୍ୱରୂପଙ୍କ ମାପ ପ୍ରାୟ ମିଶିଯାଉଛି । ଏଠାରେ ପ୍ରଦତ୍ତ ତଥ୍ୟ ଓ ପୃଷ୍ଠା ୯୬ ଠାରୁ ୯୭ ମଧ୍ୟରେ ଉପସ୍ଥାପିତ ତଥ୍ୟ ଅନୁସରଣ କରି ବିମାନ ଓ ଜଗମୋହନର ଯୋଡ଼ିଏ ରେଖାଚିତ୍ର ଉପସ୍ଥାପିତ ହୋଇଛି ଚିତ୍ର ସଂଖ୍ୟା ୯ ଓ ୧୦ରେ (ପୃଷ୍ଠା-୧୧୦ ଓ ୧୧୩) । ଆଶା କରାଯାଏ ଚିତ୍ର ଦୁଇଟି ନିର୍ଭରଯୋଗ୍ୟ ହେବ ।

ନିର୍ମାଣ ଭୂମି ନକ୍ସା :

ଆଗକୁ କୋଣାର୍କ ବେଢ଼ା ମଧ୍ୟରେ ଥିବା ବିଭି୍ନ ସୌଧ ଅଥବା ଭାସ୍କର୍ଯ୍ୟ ନାନା କାରଣରେ ଆଲୋଚିତ ହେବ । ବେଢ଼ା ମଧ୍ୟରେ କେଉଁ ସୌଧ ଅଥବା ଭାସ୍କର୍ଯ୍ୟ କେଉଁଠାରେ ଅଛି ତାହାର ଗୋଟିଏ ନିର୍ମାଣ ଭୂମି ନକ୍ସା (ଗ୍ରାଉଣ୍ଡ ପ୍ଲାନ୍‍) ରେଖାଚିତ୍ର-୮ରେ ଉପସ୍ଥାପିତ କରାଗଲା ।

ପୀଠ(Plinth) :

ଓଡ଼ିଶାର ଅଧିକାଂଶ ମନ୍ଦିର ଭୂମି ଉପରୁ ଉଠିଥାଏ, କୌଣସି ପୀଠ (Plinth) ନଥାଏ । କେତେକ ମନ୍ଦିରରେ, ବିଶେଷରୂପେ ବଡ଼ ବଡ଼ ମନ୍ଦିରମାନଙ୍କରେ ପୀଠ ଥାଏ କିନ୍ତୁ ତାହାର ଉଚ୍ଚତା ସାମାନ୍ୟ । ଏକମାତ୍ର କୋଣାର୍କରେ ଅଛି ୧୬'-୬" ଉଚ୍ଚ ପୀଠ ଯାହା ଦୁଇ ଭାଗରେ ବିଭକ୍ତ- ତଳପୃଷ୍ଠ, ଉପର ଅଥବା ଖୁର ପୃଷ୍ଠ । ତଳ ପୃଷ୍ଠ ତଳକୁ ଆହୁରି ଗୋଟିଏ କର୍ମ ଅଛି ଯାହାକୁ 'ଉପନ' କୁହାଯାଏ । ମନ୍ଦିର ବାଡ଼ରେ ଯେପରି ପାଞ୍ଚଟି ମୂଳ ବିଭାଗ ଅଛି, ତଳପୃଷ୍ଠରେ ମଧ୍ୟ ସେହିପରି । ତଳପୃଷ୍ଠ ଉପରେ ଖୁରପୃଷ୍ଠ ଯାଏ ୧୦' ଠାରୁ ୧୨' ଓସାରରେ ଦେଉଳ ପରିକ୍ରମା ଅଛି । ଖୁରପୃଷ୍ଠ ଉପରେ ମନ୍ଦିର ବାଡ଼

ଯାଏ ବିଭିନ୍ନ ସ୍ଥାନରେ ୯"ରୁ ୧୮" ଯାଏ ସ୍ଥାନ ଅଛି । ପୃଷ୍ଠ ପରିକଳ୍ପନାର ରେଖାଚିତ୍ର ଉପସ୍ଥାପିତ କରାଯାଇଛି (ରେଖାଚିତ୍ର -୭ ଓ ୧୫ରେ) ।

ଅର୍କକ୍ଷେତ୍ର କୋଣାର୍କ . ୧୦୫