ଭାରତୀୟ ଆର୍ଯ୍ୟ (Indo-Aryan) ସ୍ଥାପତ୍ୟର ମୂଳ ସୃଷ୍ଟି ଶିଖର ଦେଉଳ, ପୀଢ଼ ଆକାରର ମୁଖଶାଳା ପରବର୍ତ୍ତୀ ସଂଯୋଜନ । ଭୁବନେଶ୍ୱର ଓ ପୁରୀ ମନ୍ଦିରର ବିମାନ ମୁଖଶାଳା ସହିତ ସଂଯୁକ୍ତ ହୋଇ ଗଢ଼ା ହୋଇଥିଲା । ନାଟମଣ୍ଡପ ଓ ଭୋଗମଣ୍ଡପ ପଛରେ ସଂଯୁକ୍ତ ହେଲା । କୋଣାର୍କ ଶିଳ୍ପୀ ବିମାନ ଓ ଜଗମୋହନର ଏପରି ପରିକଳ୍ପ । କରିଲେ ଯାହା ଦେହକୁ ଲାଗି ଅନ୍ୟ କୌଣସି ମନ୍ଦିର ଗଢ଼ିବା ସମ୍ଭବ ନୁହେଁ । ଏ ଦିଗରେ ପ୍ରଧାନ ପ୍ରତିବନ୍ଧକ, ଏହାର ପୀଠ ଗଠନ । ଅନେକ ମନ୍ଦିରରେ ପୀଠ ଥାଏ ଏବଂ ଅନେକ ମନ୍ଦିରରେ ପୀଠ ନଥାଏ । ଲିଙ୍ଗରାଜ ମନ୍ଦିର ଭୂମିତଳରୁ ଉଠିଛି । ପୁରୀ ମନ୍ଦିରରେ ୫'-୨ ଉଚ୍ଚ ପୀଠ ଅଛି । କିନ୍ତୁ ତାହାର କୌଣସି ସ୍ୱାତନ୍ତ୍ରତା ନାହିଁ । କୋଣାର୍କ ପୀଠର ଉଚ୍ଚତା ସବୁ ମିଶି ୧୬ ଫୁଟ୍ ୬ ଇଞ୍ଚ ଏବଂ ମନ୍ଦିର ଗାତ୍ରରୁ ଏ ପୀଠର ଦାଢ଼ ଯାଏଁ କେଉଁଠି ୧୨ ଫୁଟ୍ ତ କେଉଁଠି ୧୫ ଫୁଟ୍, ନାନ୍ଦନୀକ ଦୃଷ୍ଟିକୋଣରୁ ଯେପରି ଯେଉଁଠି ଉପଯୋଗୀ ହୋଇଛି । ସମ୍ମୁଖରେ ପ୍ରଥମ ପାହାଚଠାରୁ ମନ୍ଦିର ବାଡ଼ ଯାଏ ୮୦ ଫୁଟ୍ । ତଳ ପୃଷ୍ଠର ଗଠନ ମନ୍ଦିର ଦ୍ୱୟର ପଞ୍ଚରଥ ପରିକଳ୍ପନାର ସମାନ୍ତରାଳ ନୁହେଁ, ସହଯୋଗୀ । ପୀଠଟି ଗୋଟିଏ ରଥର ପତ୍ତ ଭଳି ଗଢ଼ାଯାଇଛି ଯେଉଁଥିରେ ଅଛି ୨୪ଟି ବିଶାଳ ଚକ ଏବଂ ସମ୍ମୁଖରେ ସାତଟି ଅଶ୍ୱ । ୨୪ଟି ଚକ ନିମ୍ନୋକ୍ତ ଭାବେ ଗଢ଼ାଯାଇଛି ।
ବିମାନର ଦକ୍ଷିଣ ଦିଗରେ - ୬ ଗୋଟି, ଉତ୍ତର ଦିଗରେ - ୬ ଗୋଟି
ଜଗମୋହନର ଦକ୍ଷିଣ ଦିଗରେ - ୪ ଗୋଟି, ଉତ୍ତର ଦିଗରେ - ୪ ଗୋଟି
ସମ୍ମୁଖସ୍ଥ ସୋପାନର ଦକ୍ଷିଣ ଦିଗରେ - ୨ ଗୋଟି, ଉତ୍ତର ଦିଗରେ - ୨ ଗୋଟି
ମୋଟ - ୨୪ ଗୋଟି । ପ୍ରତି ଚକର ଉଚ୍ଚତା ୯ ଫୁଟ୍ ୮ଇଞ୍ଚ ଓ ବଳୟର ଓସାର ୮" । ଏକ ଫୁଟ୍ ଉଚ୍ଚ "ଉପନ' (ତଳପତ୍ତନ) ଉପରେ ପ୍ରତିଷ୍ଠିତ ପୀଠ, ଦୁଇ ଭାଗରେ ବିଭକ୍ତ ।
ତଳ ପୃଷ୍ଠ - ୧୩'-୨"
ଉପର ପୃଷ୍ଠ - ୨'-୪"
ମୋଟ - ୧୫'-୬" ଉପନକୁ ମିଶେଇ ୧୬'-୬"
ତଳ ପୃଷ୍ଠର ବାଡ଼ଠାରୁ ଉପନର ଦାଢ଼ ଯାଏ ଫୁଟେ ଦୂରତ୍ୱ, ଯାହା ଉପରେ ଚକ ଗଢ଼ୁଥିବା ପରି ମନେ ହେବ । ଉପନ ତଳେ ମଧ୍ୟ ପଥରର ଚଟାଣ ଅଛି ଯାହା ଭୂମି ସମତଳରେ ମିଶି ଯାଉଛି ।
ତଳ ପୃଷ୍ଠରେ ମନ୍ଦିର ବାଡ଼ ଭଳି ପାଞ୍ଚଟି ଭାଗ ଅଛି । ସେଗୁଡ଼ିକର ଉପବିଭାଗ ଓ ଉଚ୍ଚତା ୧୪ ନମ୍ବର ଚିତ୍ରରେ ଉପସ୍ଥାପିତ ହୋଇଛି । ସେଗୁଡ଼ିକର ଭାସ୍କର୍ଯ୍ୟ ଆଲୋଚିତ ହେବ 'ଭାସ୍କର୍ଯ୍ୟ' ବିଭାଗରେ, ବର୍ତ୍ତମାନ ଏତିକି କହିଲେ ଯଥେଷ୍ଟ ହେବ, ବିମାନ ଓ ଜଗମୋହନ ଯେଉଁ ସମତଳରେ ଛିଡ଼ା ହୋଇଛି ତାହା ଭୂମିତଳରୁ ୧୬'-୬" ଉଚ୍ଚରେ । ଦୂରରୁ ଦେଖିଲେ କିନ୍ତୁ ଉପନ ଓ ଉପର ପୃଷ୍ଠର ସ୍ୱାତନ୍ତ୍ର୍ୟ ଦେଖାଯିବ ନାହିଁ, ପ୍ରଥମଟି ମିଶି ଯାଉଛି ତଳପୃଷ୍ଠ ସହିତ ଏବଂ ଦ୍ୱିତୀୟଟି ମନ୍ଦିର ସହିତ ।
ଉପର ପୃଷ୍ଠ (ଖୁର ପୃଷ୍ଠ)ର ଉଚ୍ଚତା ମାତ୍ର ୨'-୪" ଏବଂ ଏହାର ଉପର ଦାଢ଼ ମନ୍ଦିର ଗାତ୍ରରୁ ଅଳ୍ପ କେତେ ଇଞ୍ଚ ମାତ୍ର । ଉପର ପୃଷ୍ଠରେ ଅଛି ତିି କାମ । ଜଗମୋହନର ପୂର୍ବ, ଦକ୍ଷିଣ ଓ ଉତ୍ତର ପଟ ବିଶାଳ ଦ୍ୱାର ତିନୋଟିର ଠିକ୍ ଆଗକୁ ଉଚ୍ଚ ପୀଠ ଆରୋହଣ କରିବାପାଇଁ ତିନୋଟି ବିଶାଳ ସୋପାନଶ୍ରେଣୀ ଗଢ଼ା ହୋଇଥିଲା । ସେଗୁଡ଼ିକ ମଧ୍ୟ ଧ୍ୱଂସ ହୋଇ ଯାଇଥିଲା, ପରେ ଗଢ଼ା ହୋଇଛି । ପୂର୍ବପଟ ସୋପାନ ଦୁଇପଟେ ସାତଟି ଘୋଡ଼ା ଗଢ଼ା ହୋଇଥିଲା । ଯେପରି ଏ ସପ୍ତ ଅଶ୍ୱ ସୂର୍ଯ୍ୟ ରଥକୁ ଉଡେଇ ନେଇ ଯାଉଛି । ସାତଟିର ୪ଟି ସୋପାନର ଦକ୍ଷିଣ ପଟେ ଏବଂ ୩ଟି ଉତ୍ତର ପଟେ ।
କୋଣାର୍କ ବିମାନ :
ଉପର ପୃଷ୍ଠ ବିମାନ ଓ ଜଗମୋହନ ପାଇଁ ସମାନ ଉଚ୍ଚ । ତାହା ଉପରେ ଏ ବିଶାଳ ପଞ୍ଚ ରଥ ମନ୍ଦିରର ବାଡ଼ର ଉଚ୍ଚତା ଥିଲା ୫୮'-୬", ଯାହା ବହୁ ପ୍ରସିଦ୍ଧ ମନ୍ଦିରର ସଂପୂର୍ଣ୍ଣ ଉଚ୍ଚତାଠାରୁ ମଧ୍ୟ ଅଧିକ, ଯଥା ରାଜରାଣୀ (୪୬'), ମୁକ୍ତେଶ୍ୱର (୩୪'), ସିଦ୍ଧେଶ୍ୱର (୪୭') । ଏ ବାଡ଼ରେ ମଧ୍ୟ ଥିଲା ପାଞ୍ଚ ମୂଳ ବିଭାଗ ଳ୍କ ପାଭାଗ, ତଳଜଙ୍ଘା, ବନ୍ଧନ, ଉପର ଜଙ୍ଘା ଓ ବାରଣ୍ଡା । ମନ୍ଦିରର ଗଣ୍ଡି ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି ଏବଂ ତାହା ସହିତ ବାଡ଼ର ବାରଣ୍ଡା ଓ ଉପର-ଜଙ୍ଘାର ଅଧିକାଂଶ । ବଞ୍ଚି ଯାଇଛି ପାଭାଗ, ତଳଜଙ୍ଘାର ଅଧିକାଂଶ ଏବଂ ବନ୍ଧନର କିଛି । ମନ୍ଦିରର ଦକ୍ଷିଣ-ପୂର୍ବ କୋଣରେ ବନ୍ଧନର କିଛି ଏବଂ ଉପର ଜଙ୍ଘାର ସାମାନ୍ୟ କିଛି ବଞ୍ଚି ଯାଇଛି । ନିସ ମନ୍ଦିର ତ୍ରୟର ମୁଣ୍ଡ ଧ୍ୱଂସ ପାଇଛି କିନ୍ତୁ ବଞ୍ଚି ଯାଇଛନ୍ତି ପାର୍ଶ୍ୱଦେବତା ତ୍ରୟ କ୍ଷତ ବିକ୍ଷତ ହୋଇ । ପ୍ରଚଳିତ କିମ୍ବଦନ୍ତୀ, ଯବନମାନେ ମୂର୍ତ୍ତିିଗୁଡ଼ିକର ହାତ ଓ ନାକ କାଟିନେଲେ । ପ୍ରକୃତ ଘଟଣା କିନ୍ତୁ ତାହା ନୁହେଁ । ଆମର ବିଗ୍ରହମାନେ ସାଧାରଣତଃ ତାଙ୍କ ଦଣ୍ଡ ଧରି କହୁଣିରୁ ବାହୁ ସମକୋଣରେ ରଖିଥାଆନ୍ତି । ବାଡ଼ଭାଙ୍ଗି ଯେତେବେଳେ ମୂର୍ତ୍ତିି ମୁହଁମାଡ଼ି ପଡ଼ିଲେ, ଆଗେ ଆଘାତ ହେଲା ବାହୁରେ ଏବଂ
ତା'ପରେ ଅନ୍ୟାନ୍ୟ ଉନ୍ନତ ଅଂଶରେ । ଯଥା: ନାକ, ଆଣ୍ଠୁ । ତେଣୁ ସେଗୁଡ଼ିକ ମଧ୍ୟ ଆଘାତପ୍ରାପ୍ତ ହେଲେ ।
ଅର୍କକ୍ଷେତ୍ର କୋଣାର୍କ . ୧୦୭