ପୃଷ୍ଠା:Arkakshetra konark.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସାରଣୀ ନଂ.୧୦

ମନ୍ଦିରର ନାମ ଓସାର ବାଡ଼ର ଉଚ୍ଚତା ଅନୁପାତ
ଅନନ୍ତ ବାସୁଦେବ ୨୨'-୧" ୧୬'-୧" ୦.୭୨
ପର୍ଶୁରାମେଶ୍ୱର ୧୯'-୯" ୧୪'-୩" ୦.୭୨
ମୁକ୍ତେଶ୍ୱର ୧୫" ୧୦'-୯" ୦.୭୧
ବୋଇତାଳ ୨୦' ୧୩'-୧୧ ୦.୭୦
ଲିଙ୍ଗରାଜ (ବିମାନ) ୬୬' ୪୩'-୫.୧/୨" ୦.୬୬

ଲେଖକର ସଂଯୋଜନ

କୋଣାର୍କ (ବିମାନ) - ୮୯'-୯" - ୫୮'-୬" (ଆକଳିତ) - ୦.୬୫ ମନେହୁଏ ବଡ଼ ବଡ଼ ଦେଉଳମାନଙ୍କରେ (ଯଥା ଲିଙ୍ଗରାଜ) ଛୋଟ ଦେଉଳ ତୁଳନାରେ ଏ ଅନୁପାତ ୧.୫ ଶତାଂଶ କମ୍‍ ହୁଏ । ସାରଣୀ ନଂ.୧୧

ମନ୍ଦିରର ନାମ ବାଡ଼ର ଉଚ୍ଚତା ରେଖଦେଉଳର ଉଚ୍ଚତା(କଳସ ଛଡ଼ା) ଅନୁପାତ
ମୁକ୍ତେଶ୍ୱର ୧୦'-୯" ୩୧'
ସିଦ୍ଧେଶ୍ୱର ୧୬' ୪୭'
ଲିଙ୍ଗରାଜ ୪୩'-୫" ୧୨୭'-୧"

ଏହା ବ୍ୟତୀତ ଆହୁରି ଅନେକ ମାପଚୁପ କରି ଗାଙ୍ଗୁଲୀ ସିଦ୍ଧାନ୍ତକୁ ଆସିଲେ ଜଙ୍ଘାର ପାଭାଗ ଉଚ୍ଚତା ସହିତ ୧୩/୩ ଗୁଣିଲେ ବାଡ଼ର ଉଚ୍ଚତା ମିଳିଯିବ । ସାଧାରଣତଃ ତଳ ଜଙ୍ଘା ଓ ଉପରଜଙ୍ଘା ଏକା ଉଚ୍ଚତାର ହୋଇଥାଏ ।କୋଣାର୍କ ରେଖ ଦେଉଳର ତଳ ଜଙ୍ଘା ବଞ୍ଚିଯାଇଛି ।

କୋଣାର୍କ ରେଖଦେଉଳର ଉଚ୍ଚତା ଆକଳନ :

ଉପରୋକ୍ତ ତଥ୍ୟଗୁଡ଼ିକ ସାହାଯ୍ୟରେ ଗାଙ୍ଗୁଲୀ ନିମ୍ନୋକ୍ତ ଆକଳନରେ ଉପନୀତ ହୋଇଛନ୍ତି ।
ଜଙ୍ଘର ଉଚ୍ଚତା (ପାଭାଗ) – ୧୩'-୬ – ୧୩'-୬
ବାଡ଼ର ଉଚ୍ଚତା - ୧୩'-୬ × ୧୩/୩‚ ୫୮'-୬ - ୫୮'-୬
ଗଣ୍ଡିର ଉଚ୍ଚତା - ବାଡ଼ × ୨ ‚ ୧୧୭' - ୧୧୭'
ବିମାନର ଉଚ୍ଚତା (ମସ୍ତକ ଛଡ଼ା) - ୧୭୫'-୬
ମାଦଳାପାଞ୍ଜି ଅନୁଯାୟୀ ମସ୍ତକର ଉଚ୍ଚତା(୨୨୧) - ୩୬' - ୩୬'
ପୀଠର ଉଚ୍ଚତା (ଚିତ୍ର ନଂ.୧୫) - ୧୬'-୬ - ୧୬'-୬
ମନ୍ଦିରର ଆକଳିତ ଉଚ୍ଚତା ଭୂମି ତଳରୁ - ୨୨୮'
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭୂମି ତଳୁ ଉଚ୍ଚତା (୨୨୨) - ୧୪୩'
ପୁରୀ ଜଗନ୍ନାଥ ମନ୍ଦିରର ଭୂମି ତଳୁ ଉଚ୍ଚତା (୨୨୩) - ୨୧୪'-୮

ଅର୍କକ୍ଷେତ୍ର କୋଣାର୍କ . ୧୦୯