ଏକନମ୍ବର ମନ୍ଦିର ବିଶାଳକାୟ ହୋଇ ମଧ୍ୟ ପଞ୍ଚରଥ, କିନ୍ତୁ ଏ କ୍ଷୁଦ୍ର ମନ୍ଦିର ସପ୍ତରଥ (ରେଖାଚିତ୍ର -୧୧) । ଦେବଳା ମିତ୍ରଙ୍କ ଅନୁସନ୍ଧାନରେ ଏହା ସପ୍ତରଥ ହେଲେ ମଧ୍ୟ କୋଣପାଗ କଡ଼ରେ ଗୋଟିଏ ପତଳା ପାଗ ଗଠନ ଯୋଗୁଁ ପଞ୍ଚରଥ ପରି ଦେଖାଯାଏ ।(୨୨୭) ଯେଉଁ ସ୍ଥପତି ଭାସ୍କର୍ଯ୍ୟର ପରାକାଷ୍ଠା ଦେଖାଇବାକୁ ବିଶାଳ ୧ନମ୍ବର ମନ୍ଦିର ପଞ୍ଚରଥ କରିଥିଲେ, ସେ କେବେହେଲେ ଏତେ ଛୋଟ ମନ୍ଦିରରେ ସପ୍ତରଥ ପରିକଳ୍ପା କରନ୍ତେ ନାହିଁ । ୧ନମ୍ବର ବଡ଼ ଦେଉଳର ବିମାନର ଭିତ୍ତିଭୂମିର ଓସାର ୯୦' (କୋଣପାଗଠାରେ) ହୋଇଥିବା ସ୍ଥଳେ ୨ନମ୍ବର ମନ୍ଦିରର ବିମାନର ଭିତ୍ତିଭୂମିର ଓସାର ୩୦'×୨୫'ଫୁଟ୍ (ରେଖାଚିତ୍ର-୧୧ ଦେଖନ୍ତୁ) । ଏହାଛଡ଼ା ଏ ମନ୍ଦିରର ଭିତ୍ତିଭୂମି ଆୟତାକାର, ବର୍ଗାକାର ନୁହେଁ । ଶାରି ଦେଉଳ ଓ ଗୌରୀ ମନ୍ଦିରକୁ ଛାଡ଼ି ଦେଲେ ସପ୍ତରଥ ମନ୍ଦିର ପ୍ରାୟ ଗଢ଼ା ହୋଇ ନାହିଁ ଏବଂ ଏକାଦଶ ଶତାବ୍ଦୀରେ ଗଠିତ ଲିଙ୍ଗରାଜ ଠାରୁ କୌଣସି ବଡ଼ ଦେଉଳରେ ପଞ୍ଚରଥ ଛଡ଼ା ଅନ୍ୟ ପରିକଳ୍ପା ହୋଇନାହିଁ । ଶାରି ଏବଂ ଗୌରୀ ମନ୍ଦିର ଦଶମ ଶତାବ୍ଦୀରେ ଗଠିତ, ଯେତେବେଳେ ମନ୍ଦିର ଗଠନରେ ଆହୁରି ପରୀକ୍ଷା ନିରୀକ୍ଷା ଚାଲିଥିଲା ।
ଜଗମୋହନ ଆଗରେ ଗୋଟିଏ ଖୋଲା ପୀଠ ଅଛି, ଯାହାର ଉଚ୍ଚତା ମନ୍ଦିରର ତଳ ପୀଠ ଉଚ୍ଚତା ସହିତ ସମାନ । ମନ୍ଦିରଦ୍ୱୟର ତଳ ପୀଠରେ ତିି କାମ - ଖୁର, କଣି ଓ ବସନ୍ତ; କିନ୍ତୁ ଏ ପୀଠର ବାଡ଼ରେ ଗୋଟେ ଛାଡି ଗୋଟେ କଖର ମୁଣ୍ଡି ଓ ବଜ୍ର ମୁଣ୍ଡିର ସମାରୋହ । ୧ ନମ୍ବର ମନ୍ଦିରର ପୀଠ ଗଠନରେ ଯେଉଁ ପାଞ୍ଚ ବିଭାଗ ଅଛି, ଏ ପୃଷ୍ଠରେ ତାହା ଅନୁପସ୍ଥିତ । ପୀଠର ଉଚ୍ଚତା ୩'-୩ । ତାହା ଉପରକୁ ଆଠ ଦଶ ଇଞ୍ଚ ଛାଡ଼ି ମନ୍ଦିର ବାଡ଼ ଉଠିଛି । ବିମାନ ଓ ଜଗମୋହନ ବାଡ଼ର ପାଭାଗର ଉଚ୍ଚତା ଯଥାକ୍ରମେ ୬'-୯ ଏବଂ ୫' । ପାଭାଗରେ ପ୍ରଥାନୁସାରେ ପଞ୍ଚ କର୍ମ - ଖୁର, କୁମ୍ଭ, ପଟ, କଣି ଓ ବସନ୍ତ । ଏହା ଉପରକୁ ତଳ ଜଙ୍ଘା ବର୍ତ୍ତମାନ ସୁଦ୍ଧା ଅଛି । କିନ୍ତୁ ତାହା ଉପରକୁ ମନ୍ଦିର ଧୂଳିସାତ୍ ହୋଇଯାଇଛି । ବଞ୍ଚù ଯାଇଛି, ଦୁଇ ପାର୍ଶ୍ୱଦେବ ଓ ବାଡ଼ ଗାତ୍ରର କିଛି ଭାସ୍କର୍ଯ୍ୟ । ତିି ପାର୍ଶ୍ୱ- ଦେବତା ମଧ୍ୟରୁ ପଶ୍ଚିମ ପାର୍ଶ୍ୱ ଦେବ ଅଦୃଶ୍ୟ ହୋଇଯାଇଛନ୍ତି । ଏହା ଆଲୋଚିତ ହେବ ଭାସ୍କର୍ଯ୍ୟ ପ୍ରସଙ୍ଗରେ ।
ତଳ ଜଙ୍ଘା ଉପରକୁ ବନ୍ଧନରେ ପାଞ୍ଚ କାମ ଥିଲା - ଖୁର, କୁମ୍ଭ, ପଟ, କଣି ଓ ବସନ୍ତ, ବର୍ତ୍ତମାନ ଅଧିକାଂଶ ଧ୍ୱଂସ ପାଇଯାଇଛି । ଯେଉଁ ସୂତ୍ରରେ ବଡ଼ମନ୍ଦିରର ଉଚ୍ଚତା ଆକଳନ କରିଥିଲେ ଜଗମୋହନ ଗାଙ୍ଗୁଲୀ ସେଇ ସୂତ୍ରରେ ଏ ପୁରାତନ ମନ୍ଦିରର ଉଚ୍ଚତା ମଧ୍ୟ ଆକଳନ କରାଯାଇ ପାରେ, ଯେହେତୁ ପାଭାଗ (ଗାଙ୍ଗୁଲୀଙ୍କ ମତେ ଜଙ୍ଘା) ବଞ୍ଚିଯାଇଛି ।
ପାଭାଗର ଉଚ୍ଚତା | = | ୦୬'-୦୯ ----- ୦୬'-୦୯ |
ବାଡ଼ର ଉଚ୍ଚତା | = | ୦୬'-୦୯× ୧୩/୩ ‚ ୨୯'-୧୧ ----- ୨୯'-୧୧ |
ଗଣ୍ଡିର ଉଚ୍ଚତା - ବାଡ଼ × ୨ | = | ୨୧'-୦୭ ----- ୨୧'-୦୭ |
ମସ୍ତକର ଉଚ୍ଚତା (ଅନ୍ଦାଜ) | = | ୧୦'-୦୬ ----- ୧୦'-୦୬ |
ପୀଠର ଉଚ୍ଚତା | = | ୦୩'-୦୩ ----- ୦୩'-୦୩ |
ଭୂମି ତଳୁ ମନ୍ଦିରର ଆକଳିତ ଉଚ୍ଚତା | = | ୬୫'-୦୩ |
ଜଗମୋହନ ଓ ବିମାନ ଭିତରେ ବହୁ କାର୍ଯ୍ୟ ହୋଇଛି ଯାହା ଓଡ଼ିଶା ମନ୍ଦିର ଭିତରେ ଅନ୍ତତଃ ଏକାଦଶ ଶତାବ୍ଦୀରୁ ହେଉ ନାହିଁ । ମନ୍ଦିର ବାହାର ଦେହର ରଥ ପରିକଳ୍ପା ଭଳି ପାଗ ଗଢ଼ା ହୋଇଛି ଭିତରେ । ବାହାର ଗାତ୍ର ଭଳି ନାନା ଅଳଂକରଣ ତଥା ନାନା ମୂର୍ତ୍ତିିରେ ସଜ୍ଜିତ ହୋଇଥିଲା ଭିତର ଗାତ୍ର । ସେଥିରୁ ଅଧିକାଂଶ ଲୁଣ୍ଠିତ, କିଛି ବିଭି୍ନ ମ୍ୟୁଜିୟମରେ ଶୋଭା ପାଉଛି । ଗର୍ଭ ଗୃହରୁ ଦେବ ଅଥବା ଦେବୀ ଅନ୍ତର୍ହିତ । କେହିଜଣେ ଗୋଟିଏ ଭଙ୍ଗା ଛୋଟ ମୂର୍ତ୍ତିି ଶୂ୍ୟ ସିଂହାସନ ଉପରେ ଥୋଇଦେଇଛି ଯାହା ସହିତ ଆସନର ମଧ୍ୟ ମେଳ ନାହିଁ ।
ପ୍ରଶ୍ନ : ଏ ମନ୍ଦିରର ଏପରି ଦଶା ହେଲା କିପରି ? ଏହା ମଧ୍ୟ କ'ଣ ମଧ୍ୟଯୁଗୀୟ ବର୍ବରତାର ଶିକାର ?
ଉପରୋକ୍ତ ଆଲୋଚନାରୁ ପରିଷ୍କାର ଜଣାପଡୁଛି, ଏ ମନ୍ଦିର ବଡ଼ ମନ୍ଦିରର (୧ନମ୍ବର ମନ୍ଦିର) ସମସାମୟିକ ନୁହେଁ, ବହୁ ବର୍ଷ ପୂର୍ବେ ଗଠିତ । ଏ ମନ୍ଦିର ଛାୟାଦେବୀ ଅଥବା ମାୟାଦେବୀ ମନ୍ଦିର ହୋଇ ପାରୋ, କାରଣ ଖୋଦ ସୂର୍ଯ୍ୟଙ୍କ ମନ୍ଦିର ଗଢ଼ା ହେବାର ବହୁ ଶହ ବର୍ଷ ପୂର୍ବରୁ ସେଠାରେ ସୂର୍ଯ୍ୟ ପତ୍ନୀଙ୍କ ମନ୍ଦିର ନିର୍ମିତ ହୋଇଥିବା ଅକଳ୍ପୀୟ । ବରଂ ଦେବଳା ମିତ୍ରଙ୍କ ଅନ୍ଦାଜ ସମ୍ଭବ ହୋଇପାରେ । "It is not known if an image of one of the wives of the surya was consecrated in it after the erection of the New temple." (୨୨୮)
ଇଷ୍ଟକନିର୍ମିତ ବିଷ୍ଣୁ ମନ୍ଦିର :'
ପୁରାତନ ସୂର୍ଯ୍ୟ ମନ୍ଦିର ପଛପଟେ ୫୫ ଫୁଟ୍ ଦୂରରେ ଗୋଟିଏ ଇଟା ତିଆରି ମନ୍ଦିର ଅଛି । ଏ ମନ୍ଦିରର ମଧ୍ୟ ଛାତ ନାହିଁ । ବାଲି ଓ ଭଙ୍ଗା ଇଟା ଅପସାରଣ ସମୟରେ ଦକ୍ଷିଣ କୁଲୁଙ୍ଗିରୁ ଗୋଟିଏ ବରାହ ମୂର୍ତ୍ତିି ଓ ଉତ୍ତର କୁଲୁଙ୍ଗିରୁ ତ୍ରିବିକ୍ରମ ମୂର୍ତ୍ତିି ମିଳିଥିବାରୁ ଐତିହାସିକମାନେ
ଅର୍କକ୍ଷେତ୍ର କୋଣାର୍କ . ୧୧୭