ଅରୁଣ ସ୍ତମ୍ଭ :
ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମରାଠାମାନେ ଏ ସ୍ତମ୍ଭକୁ କୋଣାର୍କ ଠାରୁ ଅପସାରଣ କରି ପୁରୀ ମନ୍ଦିର ସମ୍ମୁଖରେ ସ୍ଥାପନ କଲେ । ଦେଖାଯାଉଥିବା ଅଂଶର ଉଚ୍ଚତା ୩୪ ଫୁଟ୍ । ମୁଗୁି ପଥରରେ ନିର୍ମିତ ଏ ବିଶାଳ ସ୍ତମ୍ଭର ପାଦପୀଠର ଉଚ୍ଚତା ୧୧'-୪ ଓ ତାହାର ତଳ ପୀଠର ଉଚ୍ଚତା ୨'-୧୧ (Ganguli- P.୪୧୦-୪୧୧) ଏହାର ଉପନ ଓ ତଳପୃଷ୍ଠ ପଞ୍ଚରଥ ପଦ୍ଧତିରେ ଗଠିତ । ଉପନ ଉପରକୁ ଅଛି ତିିଟି ଉପବିଭାଗ- ଖୁର, କଣି ଓ ବସନ୍ତ । ଖୁର ଉପରେ ଅଛି ପଦ୍ମପାଖୁଡ଼ାର କାମ ଏବଂ ବସନ୍ତର ମୁହନ୍ତିରେ ଚଳମାନ ହଂସଯୂଥ । ଏହା ବିଶେଷରୂପେ ସୂର୍ଯ୍ୟ ମନ୍ଦିରର ପରିଚୟ ବହନକରେ । ଷୋଳକୋଣ ବିଶିଷ୍ଟ ଏ ସ୍ତମ୍ଭର ଘେର (circumference) କରୁଣାସାଗରଙ୍କ ମତରେ ୬'-୩୨ ୧ (Vol.I-P- ୬୩) ଅର୍ଥାତ୍ ଏହାର ବ୍ୟାସ ଦୁଇ ଫୁଟ୍ ।
ଉପର ମୁଣ୍ଡରେ ଗୋଟିଏ କାରୁକାର୍ଯ୍ୟମୟ ଚତୁଷ୍କୋଣ ପୀଠ ଉପରେ ଅରୁଣଙ୍କ ଅଧିଷ୍ଠାନ । ଏହାକୁ ସ୍ଥିର ରଖିବା ପାଇଁ ମାଟି ତଳକୁ ଏ ସ୍ତମ୍ଭର କେତେ ଅଂଶ ପୋତା ହୋଇଛି, ତାହାର କୌଣସି ତଥ୍ୟ ମିଳୁ ନାହିଁ । ତେବେ ଗୋଟିଏ ତିି ମହଲା ସମ ପରିମାଣ ଉଚ୍ଚ ସ୍ତମ୍ଭକୁ ସ୍ଥିର ରଖùବା ପାଇଁ ଅନ୍ତତଃ ୧୦ ଫୁଟ୍ ପୋତା ଯାଇଥିବ ।
ଓଡ଼ିଶାର ଅନ୍ୟତ୍ର ମନ୍ଦିର ସମ୍ମୁଖରେ ଏପରି ଖମ୍ବ ଅଛି କି ନାହିଁ ଜଣାନାହିଁ, କିନ୍ତୁ ଅବିକଳ ଏଇ ସ୍ତମ୍ଭ ଭଳି ଗୋଟିଏ ସ୍ତମ୍ଭ ଅଛି ଯାଜପୁର ଜିଲ୍ଲାର ବିରଜା ମନ୍ଦିରଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଚଣ୍ଡେଶ୍ୱର ନାମକ ଗ୍ରାମର ପୁଷ୍କରିଣୀ ତୀରରେ । ଯାହାକୁ ସ୍ଥାନୀୟ ଲୋକେ ଶୁଭସ୍ତମ୍ଭ କୁହନ୍ତି ।
୧୨୬ . ଅର୍କକ୍ଷେତ୍ର କୋଣାର୍କ