ପୃଷ୍ଠା:Arkakshetra konark.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରବୀନ୍ଦ୍ରାଥଙ୍କ ଭାଷାରେ :

"ଆମାର ମାଥା ନତ କରେ ଦାଓ ହେ ତୋମାର ଚରଣଧୂଲାର ତଲେ ।
ସକଲ ଅହଂକାର ହେ ଆମାର ଡୁବାଓ ଚୋଖେର ଜଲେ ।
ଆମାରେ ନା ଯେନ କରି ପ୍ରଚାର ଆମାର ଆପନ କାଜେ ।
ତୋମାରି ଇଚ୍ଛା କରୋ ହେ ପୂର୍ଣ୍ଣ ଆମାର ଜୀବନ ମାଝେ ।
–ଗୀତବିତାନ, ପ୍ରଥମ ଖଣ୍ଡ,ପୃ-୯୪

ଶିଳ୍ପୀ ହୁଏତ ପ୍ରଚାର ଚାହିଁ ନାହିଁ କିନ୍ତୁ ଯେଉଁମାନେ ଏ ଅମର ସୃଷ୍ଟି ରଖùଗଲେ ବିଶ୍ୱବାସୀଙ୍କ ପାଇଁ, ସେମାନଙ୍କୁ ଭୁଲି ଯିବା ସତ୍‍ କଳାପ୍ରେମୀ ମଣିଷ ପକ୍ଷରେ ମଧ୍ୟ ଅକ୍ଷମଣୀୟ ଅପରାଧ ଏବଂ ସେ ଅପରାଧୀଙ୍କ ଧାଡ଼ିରେ ପ୍ରଥମେ ଆସିବେ ଲାଙ୍ଗୁଳା ନରସିଂହଦେବ ସ୍ୱୟଂ ।

ସଚ୍ଚି ରାଉତରାୟଙ୍କ ତିରସ୍କାର ମଧ୍ୟ ଯଥାର୍ଥ :

ତୁମେ ଦେଖùଅଛ ଶିଳାରେ ତାର ତ
ରମ୍ୟ କଳାର ରୂପ,
ମୁଁ ଦେଖùଚି ତହିଁ କୋଟି କଂକାଳ
ଭଗ୍ନ ବୁକୁର ସ୍ତୂପ ।
× × ×
ରମ୍ୟ କଳାର ଲୀଳା !
କିଛି ତ କହିି ମଣିଷର କଥା,
କହିବାର ଯାହାଥିଲା ।
–ଳ୍କପାଣ୍ଡୁଲିପି, ପୃ- ୩୨-୩୫

ଏ ଧାରା ଆଜି ଯାଏ ଗଡ଼ି ଆସିଛି । ଗୋଟିଏ ଗୋଟିଏ ବିରାଟ ପ୍ରକଳ୍ପର ନାମ ଫଳକରେ ମନ୍ତ୍ରୀ(ଆଜିକାର ରାଜା)ଙ୍କ ନାମ ରହୁଛି, ଏପରିକି Chief Engineer ନାମ ମଧ୍ୟ ରହୁଛି, କିନ୍ତୁ ଅସଂଖ୍ୟ କର୍ମୀ, ଯେଉଁମାନେ ପ୍ରକଳ୍ପଟି ରୂପାୟିତ କଲେ, ସେମାନଙ୍କ ନାମ କେଉଁଠାରେ ରହିାହିଁ । ଯେକୌଣସି ମନ୍ଦିରର ଶୈଳ୍ପିକ ମୂଲ୍ୟାୟ ଯେକୌଣସି ଆଧୁିକ Mega Project ର ବହୁ ଉପରେ ।

ଏକଥା ଅବଶ୍ୟ ସତ୍ୟ ଯେ, କୋଣାର୍କରେ ନିୟୋଜିତ ସମସ୍ତ କର୍ମୀଙ୍କ ଅବଦାନ ସମାନ ନୁହେଁ; ସମସ୍ତଙ୍କ ନାମ ମଧ୍ୟ ଏକା ଧାଡ଼ିରେ ରଖିବା ଉଚିତ୍‍ ନୁହେଁ ଏବଂ ସମ୍ଭବ ମଧ୍ୟ ନୁହେଁ, ତେବେ ରାଜା ଚାହିଁଥିଲେ ସମସ୍ତ କର୍ମୀଙ୍କ ନାମ ବିଭି୍ନ ଶିଳାଲିପିରେ ଉତ୍‍କୀର୍ଣ୍ଣ କରି ଏ ବିଶାଳ ସୃଷ୍ଟିର ଏକ କୋଣରେ ରଖି ପାରି ଥାଆନ୍ତେ ଏବଂ ତାହା ହୋଇଥାଆନ୍ତା ଉତ୍ତରପୁରୁଷମାନଙ୍କ ପାଇଁ ତୀର୍ଥସ୍ଥାନ । ନାଟମଣ୍ଡପରେ ତ ପୁଣି ନାଟ୍ୟାଚାର୍ଯ୍ୟଙ୍କ ନାମ ଲେଖାହେଲା ! ସେ ଯଶ ଅଥବା ଅପଯଶ ହୁଏତ ନରସିଂହଦେବଙ୍କ ପ୍ରାପ୍ୟ ନୁହେଁ, କାରଣ ନାଟମଣ୍ଡପର ନିର୍ମାଣ କାଳ ବିବଦମାନ । ହୁଏତ ରାଜା ମଧ୍ୟ ନିଜେ ଆତ୍ମପ୍ରଚାର ବିମୁଖ ଥିଲେ, ନଚେତ୍‍ ଆଜି ପ୍ରଶ୍ନ ଉଠନ୍ତା ନାହିଁ କୋଣାର୍କ, ଲାଙ୍ଗୁଳା ନରସିଂହଦେବ ନିର୍ମାଣ କରାଇ ଥିଲେ ଅଥବା ନାହିଁ ଏବଂ ଐତିହାସିକମାନେ epigraphic ପ୍ରମାଣ ଖୋଜି ବୁଲନ୍ତେ ନାହିଁ ।

ଭାସ୍କର୍ଯ୍ୟର ବିଭାଗୀକରଣ :

କରୁଣାସାଗର ଭାସ୍କର୍ଯ୍ୟଗୁଡ଼ିକ ଦୁଇଟି ବିଭାଗରେ ବିଭକ୍ତ କରିଛନ୍ତି ।(୨୩୭)

(କ) "Sculpture in the round", ଅଭିବ୍ୟକ୍ତିଟିର ଓଡ଼ିଆ ଅନୁବାଦ କଷ୍ଟକର । "ତି୍ରମାତି୍ରକ' (three dimensional) ଠିକ୍‍ ହେବ । ଗଜସିଂହ, ହସ୍ତୀ, ଅଶ୍ୱ, ପୀଢ଼ ଉପର ଅପ୍ପରା, ଭୈରବ ଇତ୍ୟାଦି ଏ ଶ୍ରେଣୀଭୁକ୍ତ ।

(ଖ) ପ୍ରସ୍ତର ପୃଷ୍ଠରେ ଖୋଦିତ (Surface sculpture) ବିଭି୍ନ ଗଭୀରତାର relievo sculpture ଅଭିବ୍ୟକ୍ତିଟି ଇଂରାଜୀ ଅଭିଧାନରେ

ନାହିଁ । Relievo ଶବ୍ଦଟି ଅଛି, ଅର୍ଥ relief in sculpture । ଇଂରାଜୀରେ ଆଉ ଗୋଟିଏ ଅଭିବ୍ୟକ୍ତି ଅଛି- bas relief । ଅର୍ଥ shallow

୧୩୦ . ଅର୍କକ୍ଷେତ୍ର କୋଣାର୍କ