ପୃଷ୍ଠା:Arkakshetra konark.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=141]]
ଫଟୋ-୨୮(ଘ) : ଯୋଡ଼ହସ୍ତରେ ନାଗଦେବୀ

କରୁଣାସାଗର କହିଛନ୍ତି, ପୁରାତନ କାଳରେ ଓଡ଼ିଶା ମଧ୍ୟରେ ସର୍ପପୂଜାର ବହୁଳ ପ୍ରଚଳନ ଥିଲା । ମହାଭାରତର ଶାନ୍ତି ପର୍ବରେ ସୂର୍ଯ୍ୟଙ୍କ ଏକଚକ୍ର ରଥକୁ ନାଗ-ପଦ୍ମନାଭ ଟାଣୁଥିବା କଥା ବର୍ଣ୍ଣିିତ ଅଛି । ବିଷ୍ଣୁପୁରାଣରେ ଅଛି ବାରଟି ସର୍ପ ପର୍ଯ୍ୟାୟକ୍ରମେ, ଋଷି, ଗନ୍ଧର୍ବ ଇତ୍ୟାଦି ସହଯୋଗରେ ସୂର୍ଯ୍ୟରଥ ଟାଣିଥିଲେ । C. F. Oldhm କହିଛନ୍ତି, ପୁରାକାଳରେ ସମଗ୍ର ବିଶ୍ୱରେ ସୂର୍ଯ୍ୟ ଏବଂ ସର୍ପ ଏକତ୍ର ନାମିତ ହେଉଥିଲେ ।(୨୪୮)

ଏ ତଥ୍ୟର କୌଣସି ଗୋଟିଏ ହେଲେ ନାଗ-ଭାସ୍କର୍ଯ୍ୟର ପ୍ରତୀକତା ଉପରେ ଆଲୋକପାତ କରୁ ।ହିଁ । ଆଦିମ ମଣିଷ ଭୟସଞ୍ଚାରକାରୀ ପ୍ରାକୃତିକ ବିସ୍ମୟଗୁଡ଼ିକୁ ପ୍ରଥମେ ପୂଜା କରିବାକୁ ଶିଖùଲା, ଯଥା ଳ୍କ ଅଗ୍ନି ଓ ବାୟୁ । ନଦୀବହୁଳ ଓଡ଼ିଶା ଦେଶରେ ସର୍ପର ପ୍ରାଚୁର୍ଯ୍ୟ ଥିବା ସ୍ୱାଭାବିକ । ହୁଏତ ସେଇ କାରଣରୁ ସର୍ପ ପୂଜାର ପ୍ରଚଳନ ଥିଲା, କିନ୍ତୁ କାହିଁକି ଏ ଅର୍ଦ୍ଧ-ସର୍ପ ଅର୍ଦ୍ଧ-ମନୁଷ୍ୟ ରୂପ ?

ଆଧୁନିକ ଚିକିତ୍ସା ବିଜ୍ଞାନ ସର୍ପ ବିଷରୁ ନାନା ରୋଗ ନିରାମୟକ ଔଷଧ ତିଆରି କରୁଛି । ବିଷରୁ ଅମୃତ ନିଷ୍କାସନର ଇଙ୍ଗିତ ଅଛି ମହାଭାରତରେ । କୌରବ ବାଳକମାନେ ଯେତେବେଳେ ବିଷ ଦେଇ ଅଚେତ୍‍ ଭୀମକୁ ପାଣିରେ ଭସେଇ ଦେଲେ, ପାତାଳର ନାଗଲୋକରେ ବାଳକ ଭୀମକୁ ଅମୃତ ପାନ କରାଇ ଅତି ବଳବାନ କରି ସ୍ୱରାଜ୍ୟକୁ ଫେରାଇ ଦେଲେ ନାଗରାଜ । (ମହଭାରତ ଆଦି ପର୍ବ) । ଅନନ୍ତଶୟରେ ଶାୟିତ ବିଷ୍ଣୁ ଶୟ କରିଛନ୍ତି ବାସୁକୀ କୋଳରେ ଏବଂ ମସ୍ତକ ଉପରେ ଛତା ଧରିଲା ଭଳି ଫଣା ମେଲି ରହିଛି ବାସୁକୀ- ଏହା ଅତି ପରିଚିତ ଚିତ୍ର । ସର୍ପର ମଙ୍ଗଳଦାୟକ ବିଭବ ସହିତ ପରିଚିତ ଥିଲା ପୁରାତନ ମଣିଷ । ତେଣୁ ହୁଏତ ସରୀସୃପରୁ ମନୁଷ୍ୟରେ ରୂପାନ୍ତରିତ କରିଛି ଏହାକୁ କୋଣାର୍କ ଶିଳ୍ପୀ ଏବଂ ତାହାକୁ କରି ତୋଳିଛି ମାନବିକ ଗୁଣସମୃଦ୍ଧ । ଏ ଦିଗଟି ଆହୁରି ଆଲୋଚିତ ହେବା ଉଚିତ୍‍ ।

[[ଫାଇଲ:|423px|page=141]]
ଫଟୋ-୨୮(ଙ) : ବୀଣା ହସ୍ତରେ ନାଗଦେବୀ

ଡାଳି (Scroll) :

ଶିଳ୍ପ-ଐତିହାସିକମାନଙ୍କ ମଧ୍ୟରେ Scroll ଶବ୍ଦଟି ଭାରି ପ୍ରିୟ । ଓଡ଼ିଆରେ ଭାଷାନ୍ତରିତ କରିବାକୁ ହେଲେ "ଲତେଇବା' ପାଖାପାଖି ହେବ କିନ୍ତୁ ସମ୍ପୂର୍ଣ୍ଣ ଅର୍ଥାବହ ହେବନାହିଁ । ପୁରାତନ ଶିଳ୍ପ- ପରିଭାଷା "ଡାଳି' (୨୪୯) । ବିଷୟଟିରେ ଲତାପତ୍ରର ପ୍ରତିଫଳନ ଥିଲେ ମଧ୍ୟ ପତ୍ର, ପୁଷ୍ପ, ଫଳ, ଲତା ବାହାରେ, ନାନା ଜ୍ୟାମିତିକ ନକ୍ସା, ଏପରିକି ଜୀବ ଜଗତର ପ୍ରତିଫଳନ ମଧ୍ୟ ମିଳିବ । ଉଦାହରଣ : ରେଖ ଦେଉଳର ଗଣ୍ଡି, ଦ୍ୱାରବନ୍ଧର ସପ୍ତ କର୍ମ ଏବଂ ପୀଢ଼ ମୁହଁନ୍ତି । ଯେଉଁଠାରେ ସ୍ତ୍ରୀ ମୂର୍ତ୍ତିି ସ୍କ୍ରୋଲ୍‍ ମଧ୍ୟରେ ଗ୍ରଥିତ ହୋଇଥାଏ ତାହାକୁ କୁହାଯାଏ "ଡାଳିକନ୍ୟା' । ସାଧାରଣରେ ପ୍ରଚଳିତ କେତୋଟି ନମୁା

ଉପସ୍ଥାପନ କରାଗଲା ରେଖାଚିତ୍ର-୧୩ ଓ ଫଟୋ୨୯ରେ ।

ଅର୍କକ୍ଷେତ୍ର କୋଣାର୍କ . ୧୪୧