ପୃଷ୍ଠା:Arkakshetra konark.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବହନଯୋଗ୍ୟ । ସେଇ କାରଣରୁ କ'ଣ ଲୁଟେରାମାନେ ସେଗୁଡ଼ିକ ତାଡ଼ି ନେଲେ ? ମନ୍ଦିର ପରିକ୍ରମା ସମୟରେ ଏ ଦିଗଟି ପ୍ରତି ବିଶେଷ ରୂପେ ନଜର ଦେବେ ପାଠକମାନେ । କେତେକ ଛୋଟ ଛୋଟ ମୁଣ୍ଡି ମଧ୍ୟରେ, ମାନବ ମାନବୀମାନେ ମଧ୍ୟ ସ୍ଥାନ ପାଇଛନ୍ତି ।

ପାର୍ଶ୍ୱଦେବତା :

ଏମାନଙ୍କ ସ୍ଥିତି ବିମାନର ରହପାଗ ଦେହକୁ ଲାଗି ଏବଂ ଦ୍ୱିତଳ ନିସଦେଉଳ ଉପର ଘରେ । ସବୁକିଛି ବିଶାଳ ତଳଜଙ୍ଘା ଉଚ୍ଚତାରେ । ସେମାନଙ୍କ ସ୍ଥାନ କିନ୍ତୁ ରହପାଗରେ ଖୋଦିତ ହୋଇଥିବା ସ୍ଥାନରେ । ସେ ଖୋଲି କିପରି ଥିଲା ବର୍ତ୍ତମାନ ଜାଣିବାର ଉପାୟ ନାହିଁ । ବିଗ୍ରହଗୁଡ଼ିକ ରଖା ହୋଇଛି ନୂତନ ଗଢ଼ା ପଥର ଖୋଲ ଭିତରେ । କୋଣାର୍କ ପାର୍ଶ୍ୱଦେବତ୍ରୟ ସୂର୍ଯ୍ୟଙ୍କ ବିଭି୍ନ ରୂପ । ମନ୍ଦିର ପରିକ୍ରମାରେ ମୂର୍ତ୍ତିିତ୍ରୟଙ୍କ ବିଶଦ ଆଲୋଚନା ହେବ । ଏଠାରେ ଗୋଟିଏ ପାର୍ଶ୍ୱଦେବଙ୍କ ଚିତ୍ର ଉପସ୍ଥାପିତ ହେଲା । (ଫଟୋ-୩୧)

[[ଫାଇଲ:|423px|page=145]]
ଫଟୋ-୩୧ : ଦକ୍ଷିଣ ପାର୍ଶ୍ୱଦେବ

ଦେବତାଙ୍କ ପାଦରେ ବୁଟ୍‍ ଯୋତା କାହିଁକି ? ଦେବଳା ମିତ୍ର କହିଛନ୍ତି, "ଉଦିଚ୍ୟ ବେଶ' ଉତ୍ତର-ଭାରତରେ ସୂର୍ଯ୍ୟଙ୍କ ଡ୍ରେସ୍‍ କୋଡ୍‍ ।(୨୫୧) ଉତ୍ତର-ଭାରତରେ କାହିଁକି ? ଅନ୍ୟ ଦେବତାମାନେ, ଏପରିକି ସାଧାରଣ ଭାରତୀୟ ମଧ୍ୟ ଏପରି ଯୋତା ପିନ୍ଧନ୍ତି ନାହିଁ ।

ଚାର୍ଲସ୍‍ ଫାବି୍ର ଲେଖିଛନ୍ତି, "The high jack-boots are unknown to Orissan gods, but are typical of this god, whose Iranianal Turanian origins have long been established; all later Sun-god emages have these western type boots and most of them have floating ribbons behind their head, a characteristic of Iranian art, in evidence in this image too." ।(୨୫୨) କୋଣାର୍କରେ ଆଦିି ସୂର୍ଯ୍ୟପୂଜକ ଶାମ୍ବ, ପାରସ୍ୟ ଦେଶରୁ ମଗ ବ୍ରାହ୍ମଣ ଆଣିଥିଲେ ସୂର୍ଯ୍ୟ ପୂଜା ପାଇଁ ଅଥବା ସୂର୍ଯ୍ୟଦେବ ନିଜେ ସେ ଆଦେଶ ଦେଇଥିଲେ । ପ୍ରଚଳିତ ସେ କଥା ପଛରେ (ପୃଷ୍ଠା-୩୮ ଦେଖନ୍ତୁ) କିଛି ସତ୍ୟ ଥିବା ପରି ମନେ ହେଉଛି ।

ମନମୋହନ ଗାଙ୍ଗୁଲୀ ପାର୍ଶ୍ୱଦେବତାମାନଙ୍କ ଗଠନରେ ଶାସ୍ତ୍ରୀୟତା ପ୍ରମାଣ କରିବା ପାଇଁ ଦକ୍ଷିଣ ଓ ପଶ୍ଚିମ ଦିଗର ପାର୍ଶ୍ୱଦେବତା ଦ୍ୱୟଙ୍କୁ ମାପି ଥିଲେ ।

ମାପଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା ।(୨୫୩)

ଅର୍କକ୍ଷେତ୍ର କୋଣାର୍କ . ୧୪୫