ପୃଷ୍ଠା:Arkakshetra konark.pdf/୧୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମିଥୁନ ମୂର୍ତ୍ତିି :

ମିଥୁନ, ପରସ୍ପର ଜଡ଼ିତ ନର-ନାରୀ ମୂର୍ତ୍ତିି ହୋଇପାରେ ଏବଂ ପାଦେ ଆଗେଇ ରତିକ୍ରିୟାରତ ନର-ନାରୀ ମଧ୍ୟ ହୋଇପାରେ । ସାଧାରଣ ଭାବେ ଏଗୁଡ଼ିକ ଅଶ୍ଳୀଳ ମୂର୍ତ୍ତିି ଭାବେ ଚିହ୍ନିତ ହୋଇଥାଏ ଏବଂ ଏହା ଉପରେ ଶତାଧିକ ବର୍ଷ ଧରି ବହୁ ବାଦ ବିବାଦର ଝଡ଼ ବହିଯାଇଛି । ଆଲୋଚନାରେ ପ୍ରବେଶ କରିବା ପୂର୍ବେ ଗୋଟିଏ କଥା କହିବା ପ୍ରୟୋଜନ, ଯାହା ଆଜିକା କୋଣାର୍କ ସମ୍ବନ୍ଧରେ ବିଶେଷ ରୂପେ ପ୍ରଯୁଜ୍ୟ । ମିଥୁ ମୂର୍ତ୍ତିି, ଊଣା ଅଧିକେ ଓଡ଼ିଶାର ସବୁ ମନ୍ଦିରରେ ଅଛି । କିନ୍ତୁ କୋଣାର୍କ, ଦେଶ ବିଦେଶରେ, ବିଶେଷରୂପେ ବିଦେଶରେ Pornographic album ବକ୍ଷଭନ୍ଧଲ ରୂପେ ଅଖ୍ୟାତି ଲାଭ କରି ଦଳଦଳ ଯୌନବୁଭୁକ୍ଷୁ ମଣିଷ ଟାଣି ଆଣୁଛି ।

ଯେ କୌଣସି ଲୋକ ଜଗମୋହନ ଆଗରେ ଠିଆହେଲେ ବାଡ଼ ଦେହରେ ଆଖିରେ ପଡ଼ିବ କେତୋଟି ଠିଆ ସିଂହ, ଚାରି ପାଞ୍ଚଟି ବଡ଼ ଆକାରର ମିଥୁ ମୂର୍ତ୍ତିି ଉପରଜଙ୍ଘାରେ ଏବଂ ଅନେକଗୁଡ଼ିଏ କ୍ଷୁଦ୍ର ଆକାରର ମିଥୁନ ମୂର୍ତ୍ତିି । ସଂପୂର୍ଣ୍ଣ ଅନର୍ଥ ପାଗ କୋଣ ତଥା ରହପାଗର କେତେକାଂଶ ସାଦା ପଥରରେ ଗଢ଼ି ଦିଆଯାଇଛି । ଏଇ ସବୁ ଅଞ୍ଚଳରେ ପାର୍ଶ୍ୱଦେବତା, ସେମାନଙ୍କର ଶକ୍ତି ଓ ଦୈନ୍ଦି ଜୀବନର ନାନା ଚିତ୍ର ଖୋଦିତ ହୋଇଥାଏ । ସାଦା ପଥରରେ ଗଢ଼ିବା ପୂର୍ବରୁ ୧୯୦୨ ସାଲର ସଂରକ୍ଷଣ ସମୟରେ ଯେଉଁ ଫଟୋ ତୋଳା ହୋଇଥିଲା, ସେଥିରୁ ମଧ୍ୟ ଜଣାପଡ଼ୁଛି, ସେସବୁ ଅଞ୍ଚଳର ମୂର୍ତ୍ତିି ଆଗରୁ ଲୁଣ୍ଠିତ ହୋଇଛି । ପୂର୍ବପଟ ଛାଡ଼ି ଉତ୍ତର, ଦକ୍ଷିଣ ଯେଉଁ ପଟକୁ ଯିବେ ଏହିପରି ଦୃଶ୍ୟ ହିଁ ଦେଖିବାକୁ ମିଳିବ । (୬୯ ପୃଷ୍ଠାରେ ଫଟୋ-୫ ଓ ୮୦ ପୃଷ୍ଠାରେ ଫଟୋ ୧୧-କ ଦେଖନ୍ତୁ) ବଡ଼ ମନ୍ଦିରର ଅଧିକାଂଶ ଧ୍ୱଂସ ହୋଇଯାଇଛି, କିନ୍ତୁ ରହିଯାଇଛି ଏହି ମିଥୁ ମୂର୍ତ୍ତିିଗୁଡ଼ିକ । ସାଧାରଣ ଦର୍ଶକ ନଜରରେ ପଡ଼ିବ ଗଦା ଗଦା ମିଥୁ ମୂର୍ତ୍ତିି, ଅନ୍ୟ କିଛି ଆକର୍ଷଣ କରିବା ଭଳି ଦୃଶ୍ୟ ବାକି ନାହିଁ ।

[[ଫାଇଲ:|423px|page=147]]
ଫଟୋ-୩୩ : ଜଗମୋହନର ବାଡ଼ଚିତ୍ର

ଅର୍କକ୍ଷେତ୍ର କୋଣାର୍କ . ୧୪୭