ଭାବିବା ସ୍ୱାଭାବିକ, କୋଣାର୍କ ଖାଲି ମିଥୁନ ଓ ମୈଥୁର ପ୍ରଦର୍ଶୀ ଅଥଚ ସେମାନେ ସେମାନଙ୍କର ଶାସ୍ତ୍ରିର୍ଦ୍ଦିଷ୍ଟ ସ୍ଥାନରେ ଅଛନ୍ତି ଓ ଅନ୍ୟମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସ୍ଥାନରୁ ଲୋପ ପାଇଯାଇଛନ୍ତି ।
ଏକଥା ମାନିବାକୁ ପଡ଼ିବ, ଇଂରେଜୀ ଶିକ୍ଷିତ ଭାରତୀୟ ସମାଜ, ଯାହାକୁ ଆଲୋକପ୍ରାପ୍ତ ଶିକ୍ଷିତ ସମାଜ କୁହାଯାଉଛି ଏବଂ ଯେଉଁମାନଙ୍କ ମତାମତ ଭାରତୀୟ ମତାମତ ବୋଲି ଚିହ୍ନିତ ହେଉଛି, ସେମାନଙ୍କ ଧ୍ୟାନ ଧାରଣା ବହୁଳାଂଶେ ପାଶ୍ଚାତ୍ୟ ଧ୍ୟାନ ଧାରଣା ଦ୍ୱାରା ପ୍ରଭାବିତ । ଏକଥା ଅନସ୍ୱୀକାର୍ଯ୍ୟ, ବହୁ ପାଶ୍ଚାତ୍ୟ ମନୀଷୀ ଅକ୍ଲାନ୍ତ ପରିଶ୍ରମ କରି ଭାରତବର୍ଷର ଉଜ୍ଜ୍ୱଳ କଳା, ସଂସ୍କୃତି ଓ ଦର୍ଶ ସହିତ ବିଶ୍ୱବାସୀଙ୍କୁ ପରିଚିତ କରାଇଛନ୍ତି, କିନ୍ତୁ ସେମାନେ ଆଧୁିକ ଭାରତୀୟ ମାନସିକତା ଗଠନ କରି ନାହାଁନ୍ତି, କରିଛନ୍ତି କକ୍ବର୍ଣ୍ଣଙ୍କ ଭଳି ଅଶିକ୍ଷିତ ଇଂରେଜ ।
୧୮୫୮ ସାଲରେ କୋଣାର୍କ ଦେଉଳରୁ ଶିଉଳି ଛଡେ଼ଇବାକୁ ପୁରୀ କଲେଚ୍ଛରର ମ୍ୟାକ୍ଟିଏର କମିଶନରଙ୍କଠାରୁ ମାତ୍ର ୫୦ ଟଙ୍କା ମଞ୍ଜୁରି ମାଗି ଥିଲେ । କମିଶନର କକ୍ବର୍ଣ୍ଣ ମଞ୍ଜୁରି ତ ଦେଲେ ନାହିଁ; ଜବାବରେ ଲେଖିଲେ, ଏ ଅସଭ୍ୟ ସ୍ଥାପତ୍ୟକୁ ମାଟିରେ ମିଶେଇ ଦେଲେ ଭଲ ହୁଅନ୍ତା (୨୫୬) । ଏପରିକି ପାର୍ଶୀ ବ୍ରାଉନ୍ଙ୍କ ଭଳି ବିଦଗ୍ଧମଣିଷ, ଯିଏ ଭାରତୀୟ ଶିଳ୍ପକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ, ମିଥୁନ ମୂର୍ତ୍ତିିଗୁଡ଼ିକୁ, "Plastic obscenity" ରୂପେ ଚିହ୍ନିତ କରିଛନ୍ତି ।(୨୫୭) ଏଇମାନଙ୍କ ସଂସ୍ପର୍ଶରେ ଆଧୁିକ ଆଲୋକପ୍ରାପ୍ତ ଭାରତୀୟମାନଙ୍କର ଧ୍ୟାନ ଧାରଣା ଗଢ଼ି ଉଠିଛି, କିନ୍ତୁ ଭାରତୀୟ ସଂସ୍କୃତି ଶହେ କି ଦେଢ଼ଶହ ବର୍ଷ ଠାରୁ ବହୁ ପ୍ରାଚୀନ । ସେ ପ୍ରାଚୀନ ସଭ୍ୟତା ବୁଝିବାକୁ ହେଲେ, କିଛି ସମୟ ପାଇଁ ଆଧୁିକତାର ପ୍ରଚକ୍ଷୁ ଖୋଲି ରଖùଦେବାକୁ ହେବ । ସେ ବାସ୍ତବତା ଅନୁଭବ କରିବାକୁ ୮୦୦ ବର୍ଷ ପଛକୁ ଯିବାକୁ ପଡ଼ିବ । ଚାର୍ଲସ୍ ଫାବି୍ର ସୁନ୍ଦର କଥାଟିଏ କହିଛନ୍ତି;
"Mores change and though many women still go about in Orissa without covering their breasts, their number is diminishing and more and more women buy themselves blouses; yet only ten years ago no more than two women out of ten possessed a blouse in a state in which 54 percent of the population is counted as aborgins."(୨୫୮)
ଫାବ୍ରିଙ୍କ ଏ ମନ୍ତବ୍ୟ ଷାଠିଏ ଦଶକ କଥା । ଏ ଲେଖକ ମଧ୍ୟ ପଚାଶ/ଷାଠିଏ ବର୍ଷ ପୂର୍ବେ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ, ସମ୍ପୂର୍ଣ୍ଣ ନଗ୍ନବକ୍ଷ ନାରୀ ଓ କୌପୀନଧାରୀ ପୁରୁଷ ଦେଖିଛି କିନ୍ତୁ କାହାରିଠାରେ ଲଜ୍ଜାର ଛିଟାଏ ହେଲେ ଥିବାର ଦେଖିନାହିଁ । କୋଣାର୍କ ଶିଳ୍ପୀ ଏଇ ମାଟିର ମଣିଷ, ଅଧିକନ୍ତୁ ଆଧ୍ୟାତ୍ମିକ ରସରେ ଜାରିତ । ସେ ଶିଳ୍ପୀ କ'ଣ ପ୍ରକାଶ କରିବାକୁ ଚାହୁଁଥିଲା, ଅନୁଭବ କରିବାକୁ ତାହାର ଚମଡା ତଳେ ପ୍ରବେଶ କରିବାକୁ ପଡ଼ିବ । ଓଡ଼ିଶାର ମିଥୁନ ଶିଳ୍ପ ସମ୍ବନ୍ଧରେ କିଛି ସାଧାରଣ ଟିପ୍ପଣୀ ରଖାଯାଇପାରେ ।
୧ । କୌଣସି ଦୁର୍ଗ ଅଥବା ବାସଯୋଗ୍ୟ ଗୃହରେ ମିଥୁ ମୂର୍ତ୍ତିି ଦେଖାଯାଏ ନାହିଁ । ଓଡ଼ିଶାରେ ଅବଶ୍ୟ ପୁରାତନ ବାସଗୃହ ଦେଖାଯାଏନା । ତେବେ ଦୁଇ ତିନୋଟି ଗଡ଼ ଅଛି ଏବଂ ଓଡ଼ିଶା ବାହାରେ ବହୁ ହିନ୍ଦୁ ଦୁର୍ଗ ତଥା ପ୍ରାସାଦ ଅଛି । ସୁଦୂର କାଶ୍ମୀରର ପ୍ରାୟ ବିଧ୍ୱସ୍ତ ମାର୍ତ୍ତଣ୍ଡ ମନ୍ଦିର ଗାତ୍ରରେ ଯେବେ ମିଥୁର ଅଭାବ ନାହିଁ, ସମ୍ପୂର୍ଣ୍ଣ ସୁରକ୍ଷିତ ବାଘଦୁର୍ଗରେ (ଜମ୍ମୁ) ଗୋଟିଏ ହେଲେ ନାହିଁ କାହିଁକି ?
୨ । ସପ୍ତମ ଶତାବ୍ଦୀଠାରୁ ଛ'ଶହ ବର୍ଷ ଓଡ଼ିଶା ମନ୍ଦିର ଶିଳ୍ପର ସ୍ୱର୍ଣ୍ଣଯୁଗ ଧରାଯାଇଥାଏ । ପ୍ରଥମେ ପ୍ରଥମେ ମନ୍ଦିର ଗାତ୍ରରେ ମିଥୁସଂଖ୍ୟା ଥିଲା କମ୍ ଏବଂ ମନ୍ଦିର ଭିତରେ ମଧ୍ୟ କିଛି ମିଥୁ ଶିଳ୍ପ ଥିଲା ।
ଶେଷ ଆଡ଼କୁ ମନ୍ଦିର ଗାତ୍ର ଅଧିକରୁ ଅଧିକ ମିଥୁପୂର୍ଣ୍ଣ ହେଲା କିନ୍ତୁ ମନ୍ଦିର ଭିତର ହେଲା ସମ୍ପୂର୍ଣ୍ଣ ଅଳଙ୍କରଣ ଶୂ୍ୟ, ଯାହାର ଉତ୍କୃଷ୍ଟ ନିଦର୍ଶ କୋଣାର୍କ ।
୩ । ମିଥୁର ଆଧିକ୍ୟ ଥାଏ ଉପର ଜଙ୍ଘା ଅଞ୍ଚଳରେ ।
୪ । ରେଖଦେଉଳଠାରୁ ଜଗମୋହନ ଦେହରେ ମିଥୁର ଆଧିକ୍ୟ ଥାଏ ।
ଏସବୁ ଟିପ୍ପଣୀ କ'ଣ କୌଣସି ବିଶେଷ ଇଙ୍ଗିତ ବହନ କରୁଛି ? ଲେଖକର ବିଶ୍ୱାସ ଏବଂ ସେ ବିଶ୍ୱାସର ସମର୍ଥ ମିଳିବ ଆଗକୁ, ସେ ଯୁଗର ଶିଳ୍ପୀମାନଙ୍କ ମଧ୍ୟରେ କୌଣସ କୃତ୍ରିମତା ନଥିଲା, ସେ ମଣିଷ ଦେହକୁ ମନ୍ଦିର ରୂପେ ଏବଂ ଦୈହିକ ମିଳନକୁ ସୃଷ୍ଟି କାର୍ଯ୍ୟର ସ୍ୱାଭାବିକ ପ୍ରକ୍ରିୟା ରୂପେ ଚିନ୍ତାକରି ତାହା ପ୍ରକାଶ କରିବାରେ ଲଜ୍ଜା ଅଥବା ପାପ ବୋଧ କରିନାହିଁ । ସେ ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ଦେହ ମଧ୍ୟ ଗୌଣ; ସେଠାରେ ମାନବ ମାନବୀ ବ୍ରହ୍ମରେ ଲୀନ । ଶିଳ୍ପଶୂନ୍ୟ ମୁଖଶାଳା ଓ ଗର୍ଭଗୃହ ଏହାହିଁ ପ୍ରକାଶ କରୁଛି । ଏ ସହଜ ସତ୍ୟକୁ ଦେଖି ନ'ପାରି ଆଧୁନିକ ସଭ୍ୟ (?) ମଣିଷ ନାନା ତଥ୍ୟ ଦ୍ୱାରା ମିଥୁନର ପ୍ରାସଙ୍ଗିକତା ପ୍ରମାଣ କରିବାର ଚେଷ୍ଟା କରି ଅଧିକରୁ ଅଧିକ ବିବାଦ ସୃଷ୍ଟି କରୁଛି । ସୂର୍ଯ୍ୟାଲୋକ, କ'ଣ ପ୍ରମାଣନିର୍ଭର ? ବାୟୁ କ'ଣ ପ୍ରମାଣନିର୍ଭର ? ବର୍ତ୍ତମାନ ଦେଖାଯାଉ, ଜ୍ଞାନୀମାନେ କିଏ କ'ଣ କହିଛନ୍ତି ?
କରୁଣାସାଗର କହିଛନ୍ତି, ମିଥୁନଗୁଡ଼ିକ କୌଣସି ବିଶେଷ ସ୍ଥାନନିର୍ଭର ନୁହେଁ । ସେମାନଙ୍କ ପ୍ରକାଶ, ପୀଠର ଉପରଜଙ୍ଘାରେ ହୋଇପାରେ,
ଚକରଖାଡ଼ି ମଧ୍ୟରେ ହୋଇପାରେ; ଯଦିଓ ସେମାନେ ଠୁଳ ହୋଇଥା'ନ୍ତି ମନ୍ଦିରର ଉପରଜଙ୍ଘାରେ ଏବଂ ଜଗମୋହନ ଦେହରେ ବିପୁଳ ଭାବେ ।
୧୪୮ . ଅର୍କକ୍ଷେତ୍ର କୋଣାର୍କ