ବିମାନର ତଳଜଙ୍ଘାରେ ମିଥୁ ନାହିଁ, ଉପର ଜଙ୍ଘା ଧ୍ୱଂସ ହୋଇଯାଉଛି କିନ୍ତୁ ଭଗ୍ନସ୍ତୂପରୁ ସେ ଅଞ୍ଚଳରେ ମଧ୍ୟ ମିଥୁ ଥିବାର ପ୍ରମାଣ ମିଳିଛି । ନିସଦେଉଳମାନଙ୍କର ଉପର ଜଙ୍ଗାରେ ମଧ୍ୟ ମିଥୁ ଅଛି । ଗର୍ଭଗୃହ ମଧ୍ୟରେ ମିଥୁ ଅଥବା କୌଣସି ଅଳଂକରଣ ନାହିଁ ।(୨୫୯)
ତଥ୍ୟଗୁଡ଼ିକ ସେଇ ସହଜ ସତ୍ୟଗୁଡ଼ିକୁ ସମର୍ଥ କରୁଛି । ରେଖ ଦେଉଳ ପୁରୁଷର ପ୍ରତୀକ ଏବଂ ଜଗମୋହନ ନାରୀର । ମନୁଷ୍ୟ ଦେହର ପ୍ରାୟ ସର୍ବତ୍ର ଯୌନତାର କୋଷ ଅଛି, ତେବେ ସ୍ତ୍ରୀ ଦେହର ପ୍ରାୟ ସମସ୍ତ ଅଂଶ ସ୍ପର୍ଶକାତର । ଜଙ୍ଘା, ସୃଷ୍ଟି କର୍ମର ମୂଳ ପୀଠ, ତେଣୁ ସେ ଅଞ୍ଚଳରେ ରତ୍ତଚ୍ଛନ୍ଦଷମବ ର ପ୍ରାବଲ୍ୟ । ବକ୍ଷ ଏବଂ ମୁଖ ମଧ୍ୟ ରତ୍ତଚ୍ଛନ୍ଦଷମ ବ୍ବଚ୍ଛଚ୍ଚର କିନ୍ତୁ ମନ୍ଦିରର ଉପରସ୍ତରରେ ମିଥୁ ନାହିଁ । ଏହାର କାରଣ ବୋଧଗମ୍ୟ ହେଉନାହିଁ । କରୁଣାସାଗର ଗୋଟିଏ ତତ୍ତ୍ୱ ଉପସ୍ଥାପନ କରିଛନ୍ତି ।
ମନ୍ଦିର ତିନୋଟି ସ୍ତରରେ ବିଭକ୍ତ ଳ୍କ ସତ୍ତ୍ୱ, ରଜ ଓ ତମ । ଏ ତଥ୍ୟର ମୂଳ ଏବଂ ମନ୍ଦିରର କେଉଁ ଅଂଶ ସହିତ କାହାର କି ସମ୍ପର୍କ, କହି ନାହାଁନ୍ତି । ତେବେ ହୋଇପାରେ ବାଡ଼ର ଉପର ଅଂଶ ସତ୍ତ୍ୱ ଅର୍ଥାତ୍ ନୀତିଗତ ଉତ୍କର୍ଷକୁ ବୁଝାଉଛି । ପ୍ରଚଳିତ ବିଭି୍ନ ମତର ଦୀର୍ଘ ଆଲୋଚନା କରିଛନ୍ତି କରୁଣାସାଗର ।(୨୬୦) ସେଗୁଡ଼ିକ :
୧. ବେଞ୍ଜାମି ରୋଲାଣ୍ଡଙ୍କ ମତରେ, "...........Something to do with actual orgistic rites conducted in association with a special cult of the Sun as a universal fructifying force."
୨. ହଜାର ବର୍ଷର ବୌଦ୍ଧ ନିର୍ବାଣ ତତ୍ତ୍ୱ ସହିତ ଜଡିତ ବ୍ରହ୍ମଚର୍ଯ୍ୟ ବିରୋଧରେ ଏହା ସରବ ପ୍ରତିବାଦ ।
୩. H. Goeth ଙ୍କ ମତରେ "very outspoken sexual sculpture" ଦେବଦାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ।
୪. P. Rowson କହିଛନ୍ତି, ଦେବଦାସୀ ଅର୍ଥାତ୍ ମନ୍ଦିର-ବେଶ୍ୟାମାନଙ୍କର ବିଜ୍ଞାପନ ।
୫. A. K. Coomarswamy; କୃଷ୍ଣ-ଗୋପୀ, ପୁରୁଷ-ଶକ୍ତି ଏବଂ ଶେଷରେ ମୋକ୍ଷ ତତ୍ତ୍ୱରେ ବିଚରଣ କରିଛନ୍ତି ।
୬. ବୃହଦାରଣ୍ୟକ ଉପନିଷଦରେ ତତ୍ତ୍ୱ କଥା ଉଠିଛି ।
୭. Dr. K. C. Panigrahi, ଲାମାମାନଙ୍କର ଗୋପନ ଯୌନଚର୍ଚ୍ଚା ଠାରୁ ଆରମ୍ଭ କରି ଭକ୍ତର ଭକ୍ତି ପରୀକ୍ଷା କଥା କହିଛନ୍ତି ।
୮. କାମ ଶାସ୍ତ୍ର ଶିକ୍ଷା ।
୯. ସେ ସମୟର ସମାଜରେ ଚାରିତି୍ରକ ଅବକ୍ଷୟ ।
୧୦. ତାନ୍ତ୍ରିକ ଚର୍ଚ୍ଚା ।
୧୧. ବଜ୍ରାଘାତରୁ ରକ୍ଷା ପାଇଁ ଉଦ୍ଦିଷ୍ଟ ।
୧୨. ରାଜାଙ୍କର ବିଳାସପୂର୍ଣ୍ଣ ଜୀବନର ଖଣ୍ଡଚିତ୍ର ।
ଡକ୍ଟରର କରୁଣାସାଗର ବେହେରା ପଣ୍ଡିତ ବ୍ୟକ୍ତି; ଉପରୋକ୍ତ ମତଗୁଡ଼ିକ ଶାଣିତ ଯୁକ୍ତି ଦ୍ୱାରା ଖଣ୍ଡ କରିଛନ୍ତି, ଯାହାର ଗୋଟିଏ ନମୁା ଦେଲେ ଯଥେଷ୍ଟ ହେବ । ଯେବେ ଏଗୁଡ଼ିକ ଦେବଦାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ବେଶ୍ୟାପଣର ବିଜ୍ଞାପନ, ତେବେ ନାଟ ମଣ୍ଡପରେ ଏହାର ପ୍ରକାଶ ନାହିଁ କାହିଁକି ? ଏ ପ୍ରସଙ୍ଗରେ ଡଚ୍ଛରର ବେହେରା ୨୩ଜଣ ବିଦଗ୍ଧ ପଣ୍ଡିତଙ୍କ ମତାମତ ଉପସ୍ଥାପନ କରିଛନ୍ତି କିନ୍ତୁ ଶେଷରେ କୌଣସି ନିଷ୍ପତ୍ତିରେ ଉପନୀତ ହୋଇନାହାଁନ୍ତି । ଅଗାଧ ପାଣ୍ଡିତ୍ୟ, ତାଙ୍କୁ ବଞ୍ଚùତ କରିଛି ଜୀବନର ସହଜ ସତ୍ୟ ହୃଦୟଙ୍ଗମ କରିବାକୁ ।
ଷ୍ଟେଲା କର୍ମରୀଶ୍ ତାନ୍ତ୍ରିକ ଚର୍ଚ୍ଚାଠାରୁ ଆରମ୍ଭ କରି ଅଦ୍ୱୈତ ପୁରୁଷ ଓ ପ୍ରକୃତି ତତ୍ତ୍ୱ, ତଥା କାମ ଚର୍ଚ୍ଚାର ବିଭି୍ନ ବିଭବର ଜ୍ଞାନଗର୍ଭକ ଆଲୋଚନା କରିଛନ୍ତି, କିନ୍ତୁ ସେ ମଧ୍ୟ ଶେଷ ଯାଏ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ନାହାନ୍ତି ।(୨୬୧) ଚାର୍ଲସ୍ ଫାବ୍ରି ଗୋଟିଏ ବାକ୍ୟରେ ସହଜ ସତ୍ୟଟି ଉପସ୍ଥାପନ କରିଛନ୍ତି ।(୨୬୨)
"It is a great falacy to judge morals in past ages by present standards. Love and love making were extolled in the 8th to 11th centuries as among the most wonderful gifts of bounteous nature, leading on to satisfaction and bliss."
ଆଉ କେତୋଟି ଉକ୍ତି ଉପସ୍ଥାପନକଲେ ବୋଧହୁଏ ବାହୁଲ୍ୟ ହେବନାହିଁ ।
"The sacred act of procreation is to be valued, as it affords the intenset moment of joy we can experience while we strive for the ultimate and complete absorbtion in to the Deity.
- Mulak Raj Anand (୨୬୩)
ଅର୍କକ୍ଷେତ୍ର କୋଣାର୍କ . ୧୪୯