- ଯାହା ଉପରେ ଦର୍ଶାର୍ଥୀଙ୍କ ନଜର ଆଗେ ପଡ଼ିବ- ତାହା ପାଇଁ ସମସ୍ତ ଅଣକୁଶଳୀ ଶିଳ୍ପୀ ନିୟୋଜିତ ହୋଇଥିଲେ । ବଡ଼ ମନ୍ଦିରରେ ମଧ୍ୟ ବହୁ ନିମ୍ନ ମାନର କାମ ଅଛି ଏବଂ ପୀଠରେ, ବେଶ୍ କିଛି ଶିଳ୍ପ ସୁଶୋଭ କାର୍ଯ୍ୟ ଅଛି । ଗୋଟିଏ ବିଷୟ ମନେ ହୁଏ, ସମାଲୋଚକମାନେ ବିଚାରକୁ ନେଇ ନାହାନ୍ତି । ବଡ଼ ମନ୍ଦିରର ସ୍ୱାଭାବିକ ଭାବେ ମୂର୍ତ୍ତିିଗୁଡ଼ିକ ମଧ୍ୟ ବିଶାଳ । ବଡ଼ ମବଚ୍ଚବ୍ଦବଜ୍ଞରେ ସୂକ୍ଷ୍ମ କାର୍ଯ୍ୟ ଫୁଟେଇବା ସହଜତର, ଯଦିଓ କୁଶଳୀ ହାତ ତାହାର ଛାପ ରଖି ଯିବ ବଡ଼ ଛୋଟ ସବୁ କାର୍ଯ୍ୟରେ; ଉଦାହରଣ: ପାର୍ଶ୍ୱଦେବତା ଓ ତାଙ୍କ ପାଦ ପାଖରେ ଥିବା ଛୋଟ ମୂର୍ତ୍ତିିଗୁଡ଼ିକ ।
ପରିକ୍ରମା ଆରମ୍ଭ କରାଯାଇପାରେ ପୂର୍ବ ଦିଗସ୍ଥ ସୋପାନର ଦକ୍ଷିଣ ପାର୍ଶ୍ୱରୁ । ଏଠାରେ ସପ୍ତ ଅଶ୍ୱରୁ ଚାରିଟି ବସା ଯାଇଥିଲା । ସୋପାନର ଉତ୍ତର ଦିଗରେ ତିନୋଟି । ଜଗମୋହନର ପୂର୍ବ, ଦକ୍ଷିଣ ଓ ଉତ୍ତର ଦିଗରେ ୩୦ ଫୁଟ୍ ଓସାରର ତିନୋଟି ବିଶାଳ ସୋପାନ ଥିଲା, ମଣିଷର ବର୍ବରତା ଓ ପ୍ରକୃତିର ନିଷ୍ଠୁରତା ସୋପାନ ସହିତ ବହୁ କିଛି ଧ୍ୱଂସ କରି ଦେଇଥିଲା । ୧୯୦୦ ମସିହା ପରେ କିଛି କିଛି ଅଂଶ ନବଗଠିତ ହୋଇଛି ।
ପୀଠ ପରିକ୍ରମା :
ପୀଠ ପରିକ୍ରମା କରିବା ପୂର୍ବରୁ ମନ୍ଦିରର ଭୂମିକ୍ସା ଏବଂ ପୀଠ ବାଡ଼ର ବିଭି୍ନ ନାମର ପରିଚୟ ଆଉଥରେ କରାଇଦେଲେ ଶିଳ୍ପଗୁଡକୁ ବୁଝିବା ସହଜ ହେବ । ପୀଠ ପାର୍ଶ୍ୱଚିତ୍ର ଏଠାରେ ଉପସ୍ଥାପନ କରାଗଲା । ଭୂମିନକ୍ସା ରେଖାଚିତ୍ର-୭ରେ (ପୃ-୧୦୦) ଉପସ୍ଥାପିତ ହୋଇଛି ।
ପ୍ରଥାସିଦ୍ଧ ଗଜସିଂହ ପୂର୍ବ ଦିଗର ସୋପାନ ଆଗରେ ଥିଲା, କିନ୍ତୁ ୧୯୦୦ ଖ୍ରୀଷ୍ଟାବ୍ଦର ସଂରକ୍ଷଣ ସମୟରେ ସେ ଦୁଇଟି ବାଲିରେ ପୋତିହୋଇ ଯାଇଥିବା ନାଟ ମଣ୍ଡପ ଉପରେ ଥିବାର ଦେଖାଗଲା । ୧୯୦୦-୦୬ ସଂରକ୍ଷଣ ସମୟରେ ସେ ଦୁଇଟି ସ୍ୱ-ସ୍ଥାନରେ ନରଖି ଭୁଲ୍ରେ ନାଟମଣ୍ଡପ ଆଗରେ ରଖାଗଲା, ଯାହା ସେହିଠାରେ ଏବେ ମଧ୍ୟ ଅଛି । ଏ ଗଜସିଂହ ଆଲୋଚିତ ହେବ ନାଟମଣ୍ଡପ ପରିକ୍ରମା ସମୟରେ ।(୨୬୭)
ସୋପାନର ଦକ୍ଷିଣ ପଟେ ବସାଯାଇଥିବା ସପ୍ତ ଅଶ୍ୱରୁ ଚାରି ଅଶ୍ୱ, ବରଂ କୁହାଯିବ ତାହାର ଅବଶେଷ, ଦେଖନ୍ତୁ ଫଟୋ-୩୫ରେ । ଚାରିଟି ଘୋଡ଼ାରୁ ଦୁଇଟି କୌଣସି କ୍ରମେ ତିଷ୍ଠି ଯାଇଛି, ପଛ ଦୁଇଟିର ଖୁର ଛଡ଼ା କିଛି ନାହିଁ । ଉତ୍ତର ଦିଗର ଅଶ୍ୱତ୍ରୟର ଗଣ୍ଡି ଦେଖିଲେ ଦୁଃଖ ଲାଗିବ । ଏଇ କ'ଣ ସେଇ ସବୁ ଘୋଡ଼ା ଯାହାର ମୁଖମଣ୍ଡଳରେ ଥିଲା ବିଶ୍ୱ ପରିକ୍ରମା କରିପାରିବାର ଦୃଢ଼ତା !
ତଳପୃଷ୍ଠର ବାଡ଼ ବସିଥାଏ ଉପନ ଉପରେ (ରେଖାଚିତ୍ର-୧୪) । ତଳ ପୃଷ୍ଠ ଓ ଉପନ ଆଗେଇ ଆସିଥିଲା ପୂର୍ବ ଦିଗର ପ୍ରଥମ ସୋପାନ ଯାଏ । ବର୍ତ୍ତମାନ ବଞ୍ଚି ରହିଛି ଉପନ ଏବଂ ତଳପୃଷ୍ଠର ଖୁର, କୁମ୍ଭ ଓ କ୍ଷୟପ୍ରାପ୍ତ କେତୋଟି ଡେ଼ାରି ଓ ଚାରିଟି ଅଶ୍ୱର ଅବଶିଷ୍ଟାଂଶ । (ଫଟୋ-୩୫)
୧୫୨ . ଅର୍କକ୍ଷେତ୍ର କୋଣାର୍କ