ଉପନ :
ଉପନରେ ପ୍ରାଧାନ୍ୟ ଥିଲା ହାତୀର ଜୀବନ ପରିକ୍ରମା । ଏମାନଙ୍କ ସଂଖ୍ୟା, ଦେବଳା ମିତ୍ରଙ୍କ ଗଣନାରେ ୧୭୦୦ ।(୨୬୮) ହାତୀର ଆଧିକ୍ୟ ଥିଲେ ମଧ୍ୟ ଅନ୍ୟାନ୍ୟ ଜୀବ ଏବଂ ମଣିଷ ଜୀବନର ନାନା କାର୍ଯ୍ୟ ଭରି ରହିଛି ୫୫୦ ଫୁଟ୍ ଲମ୍ବର ଉପନ ଉପରେ । ଖଣ୍ଡ ଚିତ୍ରର କିଛି ନମୁା ଉପସ୍ଥାପନ କରାଗଲା ଫଟୋ-୩୬ରେ । ଚକ ସହିତ ବାଡ଼ ତଳେ ତଳେ ଉପନ ଖାଲି ଦେଖି ଦେଖି ଗଲେ ଚଳମାନ ଜୀବନର ଛବି ମିଳିଯିବ । ଉପନକୁ ପାଦପୀଠ ଭାବରେ ଧରାଯାଇଥାଏ । ପାଦ ଗତିର ପ୍ରତୀକ ।
ପ୍ରଥମ ପୃଷ୍ଠର ବାଡ଼ :
ଚାରିଘୋଡ଼ା ପଛ ପଟରୁ ଆରମ୍ଭ ହୋଇ ଯିବ, ପ୍ରାୟ ସମ୍ପୂର୍ଣ୍ଣ ପ୍ରଥମ ପୀଠ (ବାରଣ୍ଡିର ବହୁ ଅଂଶ ନିଶ୍ଚିହ୍ନ ହୋଇଯାଇଛି) । ଚାଲିବ ଦକ୍ଷିଣ ଦିଗରୁ ଗତି କରି, ପଶ୍ଚିମ ପଟ ଦେଇ ବୁଲି ଉତ୍ତର ଦିଗ ହୋଇ ଶେଷ ହେବ ଉତ୍ତର ପୂର୍ବରେ ଥିବା ଅଶ୍ୱତ୍ରୟ ନିକଟରେ । ଯେହେତୁ ପାଭାଗ, ବନ୍ଧନ ଓ ବାରଣ୍ଡିର କାର୍ଯ୍ୟ ପୁଃପୌନିକ, ସେ ତିନୋଟିର ଶିଳ୍ପ ଆଗେ ଶେଷ କରି ତଳ ଓ ଉପରଜଙ୍ଘାକୁ ଯିବା; ଯେଉଁଠାରେ ବୈଚିତ୍ର୍ୟ ବହୁ ଅଧିକ । ଫଟୋ-୩୬ ଦେଖନ୍ତୁ ।
ପାଭାଗର ପାଞ୍ଚ ଉପ-ବିଭାଗ: ଖୁର, କୁମ୍ଭ, ପଟ, କଣି ଓ ବସନ୍ତ । ଖୁର ପୃଷ୍ଠର ଉପର ଅଂଶରେ ଓଲଟା ପଦ୍ମ ପାଖୁଡ଼ା ଓ ତଳ ମୁହାନ୍ତିରେ ଦୁଇ ଧାଡ଼ି ମୋତି ହାର ମଧ୍ୟରେ ବନଲତା । ଖୁର ପୃଷ୍ଠ ଉପରେ କୁମ୍ଭ, ସାଧାରଣ କୁମ୍ଭ ଭଳି, ତେବେ ପରସ୍ତ ପରସ୍ତ ସଜା ହୋଇଛି । କୁମ୍ଭ ଉପରକୁ
ପଟ । ଏହା ଉପରେ ନଟିଲତା କାମ । ଏହା ଉପରକୁ କଣି - ସାର୍ଥକ ନାମା । ସବା ଉପରେ ବସନ୍ତ - ଦୁଇ ଧାଡ଼ି ମୋତି ହାର ମଧ୍ୟରେ ବନଲତା ।
୧୫୪ . ଅର୍କକ୍ଷେତ୍ର କୋଣାର୍କ