ପୃଷ୍ଠା:Arkakshetra konark.pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=160]]
ଫଟୋ-୪୨ (କ) : ପୀଠବାଡ଼ର ଦୃଶ୍ୟ
[[ଫାଇଲ:|423px|page=160]]
ଫଟୋ-୪୨ (ଖ) : ପୀଠବାଡ଼ର ଦୃଶ୍ୟ

ପଟାଭଳି କାମ ଓ ମୁଣ୍ଡି । (ତିି ରକମର ମୁଣ୍ଡି, ଚିତ୍ର ନଂ.୧୪ରେ ଉପସ୍ଥାପିତ ହୋଇ ସାରିଛି ।) ତଳଜଙ୍ଘାରେ ଛୋଟବଡ଼ ଅନେକଗୁଡ଼ିଏ କଖର ମୁଣ୍ଡି ଅଛି, କିନ୍ତୁ ତାହା ସହିତ ତାଳ ରଖି ଉପର ମୁଣ୍ଡରେ ପୀଢ଼ ଅଥବା ବଜ୍ରମୁଣ୍ଡି ନାହିଁ । (ଫଟୋ ୩୭ ଦେଖନ୍ତୁ) ।

ମୁଣ୍ଡିଗୁଡ଼ିକ ସାଧାରଣତଃ ଦେବଦେବୀ ଅଥବା ରାଜା ରାଣୀମାନଙ୍କ ପାଇଁ ରକ୍ଷିତ ଥାଏ । କିନ୍ତୁ ଏଠାରେ ତାହା ହୋଇନାହିଁ । ଅଳସ କନ୍ୟା, ଏପରିକି ମିଥୁ ମୂର୍ତ୍ତିି ମଧ୍ୟ ଅନେକ ମୁଣ୍ଡି ଦଖଲ କରି ଯାଇଛନ୍ତି ।

ଠିଆ ସିଂହ ପୀଠ ବାଡ଼ର ଗୋଟିଏ ବିଶେଷ ସ୍ଥାନ ଦଖଲ କରିଥାଏ । ଏହାର ସ୍ଥାନ ସାଧାରଣତଃ 'ଅନୁରହ' ଅଞ୍ଚଳରେ । ରହପାଗ ଓ ଅନର୍ଥପାଗର ସଂଯୋଗ କୋଣ ଅଥବା ଅନର୍ଥପାଗ ଓ କୋଣପାଗର ସଂଯୋଗ କୋଣକୁ 'ଅନୁରହ' କୁହାଯାଇଥାଏ ।

ନାଗ ନାଗିନୀ କଥା ପୂର୍ବେ ଆଲୋଚିତ ହୋଇଛି । ଏ ପୃଷ୍ଠର ଜଙ୍ଘା ଅଞ୍ଚଳରେ ମଧ୍ୟ ଦେଖାଯିବେ ବହୁ ସ୍ଥାନରେ । ପୀଠ ବାଡ଼ରେ ଯେଉଁସବୁ ଅଞ୍ଚଳ ଚକ ଦଖଲ କରି ।ହିଁ ସେପରି ଅଞ୍ଚଳର କିଛି ପୂର୍ଣ୍ଣଚିତ୍ର ଉପସ୍ଥାପନ କରାଗଲା । (ଫଟୋ-୪୨)

ଛଅଖଣ୍ଡ ଚକ ପାର ହୋଇ ଆସିବା ପରେ ପଡ଼ିବ ଦକ୍ଷିଣ ଦିଗର ବିଶାଳ ସୋପାନ । ଜଗମୋହନର ଦକ୍ଷିଣ ଦିଗର ଦ୍ୱାର ଓ

୧୬୦ . ଅର୍କକ୍ଷେତ୍ର କୋଣାର୍କ