ପୃଷ୍ଠା:Arkakshetra konark.pdf/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=170]]
[[ଫାଇଲ:|423px|page=170]]

ଦୁଇଟି ପଟର ଅର୍ଥ ବୁଝାପଡ଼ୁାହିଁ (ଫଟୋ-୪୭ କ ଓ ଖ) । ପ୍ରଥମ ପଟରେ ଜଣେ ଉଲଗ୍ନ ନାରୀ ଗୋଟିଏ ଲିଙ୍ଗ ସଦୃଶ ବସ୍ତୁ ଉପରେ ଗୋଡ଼ ମେଲେଇ ଠିଆ ହୋଇଛି । ଦେବଳା ମିତ୍ର ଲେଖିଛନ୍ତି, "Here a robeless woman (rarely a man) is seen standing with flames of fire between the legs" (ଫଟୋ-୪୭ କ) । ମିତ୍ରଙ୍କ ନଜରରେ ପଡ଼ି ନାହିଁ କିନ୍ତୁ ଅନ୍ୟତ୍ର ଜଣେ ପୁରୁଷ ମଧ୍ୟ ସେଇ କାର୍ଯ୍ୟରେ ବ୍ୟାପୃତ । ମିତ୍ର ଏହାର ଅର୍ଥ ପାଇନାହାନ୍ତି, କିନ୍ତୁ ଏହା ଅଗ୍ନି ହେବ କାହିଁକି ? ଚୁଲି ଦେଖùବାକୁ ଲିଙ୍ଗ ସଦୃଶ ନୁହେଁ । ଏହା ନିଃସନ୍ଦେହରେ ଲିଙ୍ଗ । ତେବେ ପୁରୁଷ ଗୋଟିଏ ସେପରି ଭାବେ ଲିଙ୍ଗ ଉପରେ ଛିଡ଼ା ହେବ କାହିଁକି ? କୋଣାର୍କର ମିଥୁଗୁଡ଼ିକୁ କେତେକ ଗବେଷକ ତାନ୍ତ୍ରିକତା ସହିତ ଯୁକ୍ତ କରିବାର ଚେଷ୍ଟା କରିଛନ୍ତି । ତାନ୍ତ୍ରିକତାରେ ଏପରି କ୍ରିୟାର ଅନୁଶାସନ ଅଛି କି ?

ରତିକ୍ରିୟାର ଜଟିଳ ବ୍ୟାଖ୍ୟା ଛାଡ଼ି ବିଷୟଟି ସରଳ ଭାବେ ଦେଖାଯାଇପାରେ, ପଥର ହିଁ ସେ କଥା କହୁଛି । ଫଟୋ-୪୬କ, ପୃଷ୍ଠା- ୧୬୭ ଦେଖାଯାଉ । ନାରୀ ପୁରୁଷ ଯୌନ କି୍ରୟାରତ, ପୁରୁଷଟି ସ୍ତ୍ରୀର ଲୁଗା ଖୋଲୁଛି, କ୍ଷୁଦ୍ର ସନ୍ତାନଟିଏ ମା'ର ଗୋଡ଼ ଧରି ଛିଡ଼ା ହୋଇଛି, କେହି କିଛି ଅସଙ୍ଗତି ଦେଖୁ ନାହାନ୍ତି । ଏପରିକି ଛୋଟ ପିଲାଟି ମୁହଁରେ ମଧ୍ୟ ଗୋପନୀୟ କିଛି ଦେଖୁଥିବାର ପ୍ରତିକି୍ରୟା ଫୁଟି ଉଠୁ ନାହିଁ । ଏପରି ଆଉ ଗୋଟିଏ ଭାସ୍କର୍ଯ୍ୟ (୪୬-କ) । ଜୀବନର ଆଉ ପାଞ୍ଚଟା କର୍ମ ଭଳି ଏହା ମଧ୍ୟ ଗୋଟିଏ ପ୍ରୟୋଜନୀୟ କାର୍ଯ୍ୟ, ସେଥିରେ ସେ ଯୁଗର ମାନସିକତାରେ ବିକାର ଆସି ନାହିଁ । (ଫଟୋ- ୪୬ଖ ଓ ଛ) ଦେଖନ୍ତୁ । ଦୈହିକ ମିଳନର ଚରମ ମୁହୂର୍ତ୍ତରେ କି୍ରୟାରତ ନର-ନାରୀ, ବିଶେଷ ରୂପେ ନାରୀ ମୁଖରେ ଅନାବିଳ ସ୍ୱର୍ଗୀୟ ଆନନ୍ଦ ଫୁଟି ଉଠିଛି ଯାହା କାଳର କରାଳ ଗ୍ରାସ ମଧ୍ୟ ହରଣ କରି ପାରିନାହିଁ ।

ଯୁଦ୍ଧ ଅଶ୍ୱ ଓ ରଣ ହସ୍ତୀ ବିଷୟରେ ଅନେକ କିଛି ଲେଖା ସରିଛି । ଦକ୍ଷିଣ ଦିଗର ସୋପାନ ଶ୍ରେଣୀ ଓଲଟା ଦିଗରେ ପ୍ରାୟ ବେଢ଼ାକୁ ଲାଗି ଯୋଡ଼ିଏ ନବନିର୍ମିତ ଉଚ୍ଚ ପୀଠ ଉପରେ ବସା ଯାଇଛି ଅଶ୍ୱଦ୍ୱୟ । ଗବେଷକମାନଙ୍କ ମତ, ପୂର୍ବରୁ ଘୋଡ଼ା ଏବଂ ହାତୀ ବର୍ତ୍ତମାନ ଯେଉଁଠାରେ ଅଛି ସେହିଠାରେ ଥିଲା, ତେବେ ମୁହଁ ଥିଲା ଓଲଟା ଦିଗକୁ । ହାତୀ ଦୁଇଟି ଉତ୍ତର ସୋପାନ ଶ୍ରେଣୀର ଓଲଟା ପଟେ ବେଢ଼ାକୁ ଲାଗି ବସାଯାଇଛି । "ସୁଦେହୀ' କଥା ୧୩୭ ପୃଷ୍ଠାରେ କୁହାଯାଇଛି, ଏଠାରେ ଆଉ ପରିଚୟ ଦୋହରେଇବାର ପ୍ରୟୋଜନ ନାହିଁ । ଏଇ ହାତୀର ଅନ୍ୟ ଗୋଟିଏ ରୂପ ଦେଖùବାକୁ ମିଳିବ ଭଗ୍ନ ବିମାନ ଗାତ୍ରରେ । ପୀଠ ପରିକ୍ରମା ଶେଷ କରି ପୂର୍ବ ଦିଗର ସୋପାନର ଉତ୍ତର ଦିଗରେ ପହଞ୍ଚିଲା ବେଳକୁ ଅପେକ୍ଷା କରିଥିବ ଗୋଟିଏ ଦୁଃଖଦାୟକ ଦୃଶ୍ୟା ଏ ପଟେ ସପ୍ତ ଅଶ୍ୱ ମଧ୍ୟରୁ ତିିଟିର ସ୍ଥାନ ଥିଲା । ଧ୍ୱଂସ ପାଇଯାଇଥିବା ସେ ମୂର୍ତ୍ତିର ଖଣ୍ଡ ଖଣ୍ଡ କେତୋଟି ଅଂଶ ଆଣି ଗୋଟିକ ଉପରେ ଆଉ ଗୋଟିଏ ଥୁଆ ହୋଇଛି । ଦିଶୁଛି ବିକଟ କବନ୍ଧ

ଭଳି । (ଫଟୋ- ୪୮)

୧୭୦ . ଅର୍କକ୍ଷେତ୍ର କୋଣାର୍କ