ପୃଷ୍ଠା:Arkakshetra konark.pdf/୧୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=172]]
[[ଫାଇଲ:|423px|page=172]]

ପ୍ରଥମ ପୃଷ୍ଠ ବାରଣ୍ଡା ଉପରେ ୧୨' ଠାରୁ ୧୫' ଭିତରକୁ ୨'-୪" ଉଚ୍ଚର ଦ୍ୱିତୀୟ ପୃଷ୍ଠ (ଖୁର ପୃଷ୍ଠ) । ଏହାକୁ ଅନେକେ ମନ୍ଦିର ବାଡ଼ର ଅଂଶ ବିଶେଷ ଭାବି ଥାଆନ୍ତି କାରଣ, ଏହା ଉପର ବାରଣ୍ଡା ପାଭାଗ ଯାଏ ମାତ୍ର ୨" ଠାରୁ ଫୁଟେ ଓସାର । ଖୁରପୃଷ୍ଠର ଉଚ୍ଚତା ଜଗମୋହନ ଏବଂ ବିମାନ ଦୁହିଁଙ୍କ ପାଇଁ ଏକା, କିନ୍ତୁ ବିମାନର ଉଚ୍ଚତା ଜଗମୋହନ ଠାରୁ ଅଧିକ ହୋଇଥିବାରୁ ମୂଳ ପାଞ୍ଚ ଭାଗର ଉଚ୍ଚତାରେ ମଧ୍ୟ ତଫାତ୍‍ ଅଛି । ଉଦାହରଣ ସ୍ୱରୂପ କୁହାଯାଇପାରେ, ଜଗମୋହନର ପାଭାଗ ୧୦'-୧୧" ହୋଇଥିବା ସ୍ଥଳେ (ଚିତ୍ର ନଂ.୧୦ ଓ ୯) ବିମାନର ପାଭାଗ ୧୩'-୬", ଏ ଅମେଳ 'ଗଇଣ୍ଠାଳ'ରେ (ଜଗମୋହନ ଏବଂ ବିମାନକୁ ଯୋଗ କରୁଥିବା ବ୍ଦରଜ୍ଞନ୍ଦଷଭନ୍ଧକ୍ଷର) ଏଭଳି ମିଶାଯାଇଛି, ହଠାତ୍‍ ନଜରରେ

ପଡ଼ିବ ନାହିଁ ।

୧୭୨ . ଅର୍କକ୍ଷେତ୍ର କୋଣାର୍କ