ଦ୍ୱିତୀୟ ପୃଷ୍ଠରେ ତିିନି କାମ କଥା ସମସ୍ତେ କହି ଥାଆନ୍ତି, କିନ୍ତୁ ପ୍ରକୃତରେ ଏହା ଅଢେ଼ଇ କାମ ଧରାଯିବା ଉଚିତ; ଏପରି ଗଠନ କୋଣାର୍କର ଅନ୍ୟତ୍ର ଦେଖାଯାଏ ନାହିଁ । (ଫଟୋ-୫୦ ଦେଖନ୍ତୁ) ପ୍ରକୃତରେ ଏହା ଗୋଟାକ ଉପରେ ଆଉ ଗୋଟେ ଖୁର ଏବଂ ମଝିରେ ଜାଲି କାମ (ଥିବା କଥା, ବର୍ତ୍ତମାନ ପ୍ରାୟ ଦେଖାଯାଏନା), ଉପର ଖୁର ଉପରକୁ କିଛି ଭିତରକୁ ବସନ୍ତ । ଏଥିରେ କିନ୍ତୁ ଅନ୍ୟାନ୍ୟ ବସନ୍ତ ଭଳି ଡାଳି କାମ ନାହିଁ, ଅଛି ଧାଡ଼ି ଧାଡ଼ି ଓଲଟା ପଦ୍ମ ପାଖୁଡ଼ା । ଖୁରଗୁଡ଼ିକ ଉପରେ ତଳମୁହାଁ ପଦ୍ମ ପାଖୁଡ଼ା ଏବଂ ମୁହାନ୍ତି ଉପରେ ମଧ୍ୟ ପଦ୍ମପାଖୁଡ଼ା ଅଛି । ମନେହୁଏ ସ୍ଥପତି, ଦ୍ୱିତୀୟ ପୃଷ୍ଠର ସ୍ୱାତନ୍ତ୍ର୍ୟ ବଜାୟ ରଖùବାର ଯଥାସାଧ୍ୟ ଚେଷ୍ଟା କରିଛନ୍ତି କିନ୍ତୁ ବିଶାଳ ପ୍ରଥମ ପୃଷ୍ଠ ଓ ତାହା ଉପର ଚଉଡ଼ା ବାରଣ୍ଡା ଏ ସ୍ୱଳ୍ପୋଚ୍ଚ ପୀଠକୁ ତାହା ହେବାକୁ ଦେଇନାହିଁ । ଦ୍ୱିତୀୟ ପୃଷ୍ଠ, ମନ୍ଦିର ବାଡ଼ ସହିତ ପ୍ରାୟ ମିଶି ଯାଇଛି ।
ସିଂହଦ୍ୱାର :
ପୂର୍ବ ଦିଗର ସୋପାନ ଚଢ଼ି ଉପରକୁ ଉଠିଗଲେ ପ୍ରଥମେ ପଡ଼ିବ ସିଂହଦ୍ୱାର, ଜଗମୋହନର ଚାରିଟି ଦ୍ୱାରର ପୂର୍ବଦ୍ୱାର । (ଫଟୋ- ୫୧ ଓ ୫୨) । ଏଥିରେ ଦର୍ଶୀୟ, ୬ ଫୁଟ୍ ଓସାର ଦ୍ୱାରବନ୍ଧ ଉପରେ ଆଠଟି କାରୁକାର୍ଯ୍ୟପୂର୍ଣ୍ଣ ପଟି (ବନ୍ଧ) । ବନ୍ଧଗୁଡ଼ିକ ଗୋଟିଏ ସମତଳରେ ନାହିଁ । ଦ୍ୱାର ବନ୍ଧ ଦୁଇପଟେ ପ୍ରଥମ ସାତଟି ବନ୍ଧ ତଳେ ସାତଟି ମୂର୍ତ୍ତିି ଥିଲେ । ସେଥିରୁ ବାମପଟ ଚାରି ଓ ପାଞ୍ଚ ନମ୍ବର ବନ୍ଧ ତଳ ମୂର୍ତ୍ତିି ଲୋପ ପାଇଛି । ବନ୍ଧପଟିର କାମ ଓ ମୁଣ୍ଡପଟିର କାମ ସବୁ କ୍ଷେତ୍ରରେ ସମାନ ନୁହେଁ ।
ଅର୍କକ୍ଷେତ୍ର କୋଣାର୍କ . ୧୭୩