ମନ୍ଦିରର ବାଡ଼ :
ବାଡ଼ର ପ୍ରଥମ ବିଭାଗ ପାଭାଗ । ଏହାର ପାଞ୍ଚ ଉପ ବିଭାଗ, ଅନ୍ୟଥା ହୋଇନାହିଁ- ଖୁର, କୁମ୍ଭ, ପଟ, କଣି, ବସନ୍ତ । (ରେଖାଚିତ୍ର ୧୫ ଓ ଫଟୋ ୪୯-ଖ, ପୃଷ୍ଠା-୧୭୧ ଦେଖନ୍ତୁ) ଏଥିରେ ସେଲ ଚିରାଚରିତ ଓଲଟା ପଦ୍ମ ପତ୍ର କିନ୍ତୁ ମୁହନ୍ତିରେ କିଛି ବୈଚିତ୍ର୍ୟ ଅଛି । କୁମ୍ଭରେ ମଧ୍ୟ କାମ କିଛି ନାହିଁ । ପଟରେ ବନଲତା, କଣି ବହୁ ସ୍ଥାନରେ ଅଦୃଶ୍ୟ, ବସନ୍ତରେ ବନଲତା ଅଛି । ଜଗମୋହନ ବାଡ଼ ପାର୍ଶ୍ୱଚିତ୍ର ବାମ ପଟେ ଉପସ୍ଥାପିତ ହେଲା ।
ମଧ୍ୟ ବନ୍ଧନରେ ପାଞ୍ଚ କାମ - ଭରାଣି, ନୋଳି, ପଟ, ନୋଳି, ବସନ୍ତ । New light on the Sun Temple eþ Glossary of architectural terms ରେ ଭରାଣି ଓ ନୋଳି ଶବ୍ଦଦ୍ୱୟ ନାହିଁ । "ଭରଣ' ଗୋଟିଏ ଶବ୍ଦ ଅଛି ଯାହାର ଅର୍ଥ ନ୍ଦରଚ୍ଚଚ୍ଛଚ୍ଚ ଅର୍ଥାତ୍ ପୁଚ୍ଛ ଭଳି ଗୋଟିଏ ବସ୍ତୁ ଯାହା ଦେବାଲ, କବାଟ ଇତ୍ୟାଦି ଭିତରେ ଥାଇ ବାହାର ଅଂଶକୁ ଶୂ୍ୟରେ ଝୁଲେଇ ରଖେ, ଯଥା ବିମାନ ଗାତ୍ରରେ ବହୁ ଉଚ୍ଚରେ ଥିବା ଗଜସିଂହ । ଯେଉଁ ପ୍ରଥମ ଉପବିଭାଗକୁ ଭରାଣି କୁହାଯାଇଛି ତାହା ପଟ ଛଡ଼ା ଅନ୍ୟ କିଛି ନୁହେଁ । ନୋଳି, ଯେପରି ପୂର୍ବରୁ କୁହାଯାଇଛି । କଣି ଗୋଜ ଉପରେ ଧାଡ଼ିଏ ମାଳା, ପଟ, ବସନ୍ତ ନାନା ଲତା କାମରେ ସଜା ହୋଇଛି ।
ବାରଣ୍ଡାରେ ଦଶକାମ - ଭରାଣି (ପଟ), ଫେଣି, ନୋଳି, ପଟ, ପଟ, ନୋଳି, ପଟ, ପଟ ନୋଳି ଓ ବସନ୍ତ । ଫେଣି ଉପ ବିଭାଗଟି ପ୍ରଥମେ ନଜରକୁ ଆସୁଛି । ଏହା ଗୋଟିଏ ଶାସ୍ତ୍ରୀୟ ନାମ ଯାହାର ଅର୍ଥ ସାପଫଣା ଭଳି ଗୋଟିକ ପରେ ଗୋଟେ ଫଣା ଯାହା ଉପରେ ପଦ୍ମପତ୍ର କାମ ଥିବ । ବହୁ ଉଚ୍ଚରେ ଥିଲେ ମଧ୍ୟ ବିଷୟଟି ବୋଧଗମ୍ୟ ହେଉଛି ।
ଦିକ୍ପାଳ ଅଥବା ଦିକ୍ପତି :
ଏମାନଙ୍କ ସ୍ଥାନ ଆଠ ଅନର୍ଥପାଗ ଉପରେ ଗୋଟିଏ ଗୋଟିଏ କଖରମୁଣ୍ଡି ମଧ୍ୟରେ । ଏମାନେ ଗୋଟିଏ ଗୋଟିଏ ଦିଗର ପ୍ରତିଭୂ । ଯଦିଓ ଏମାନେ ଗୋଟିଏ ଗୋଟିଏ ଦିଗର ପ୍ରତିଭୂ, ମନ୍ଦିର ଗାତ୍ରରେ ସେମାନଙ୍କ ସ୍ଥାନ ଠିକ୍ ସେଇ ଦିଗର cardinal axisରେ ରହିପାରେ । ବିଷୟଟି ନିମ୍ନରେ ଉପସ୍ଥାପିତ ସାରଣୀରୁ ପରିଷ୍କାର ହେବ । ମନ୍ଦିର ଦିଗକୁ ମୁହଁକରି ଦେଖନ୍ତୁ ।
୧୭୮ . ଅର୍କକ୍ଷେତ୍ର କୋଣାର୍କ