ପୃଷ୍ଠା:Arkakshetra konark.pdf/୧୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=184]]

ନିସଦେଉଳ :

ନିସଦେଉଳ ଦ୍ୱିତଳ ହେଲେ ମଧ୍ୟ ଏହା ମୂଳତଃ ପାର୍ଶ୍ୱଦେବତାଙ୍କ ପାଇଁ ଉଦ୍ଦିଷ୍ଟା ଏହାର ଗଠନଗତ ବର୍ଣ୍ଣନା ଦିଆଯାଇଛି ରେଖାଚିତ୍ର-୭, ୧୦୦ ପୃଷ୍ଠାରେ । ଦ୍ୱିତଳ ନିସଦେଉଳର ଉପର ମହଲା ଉପରୁ ପୀଢ଼ ଲୋପ ପାଇଯାଇଛି, ରହିଯାଇଛି ପାର୍ଶ୍ୱଦେବତାଙ୍କ ସ୍ଥାନ ଓ ଦର୍ଶନାର୍ଥୀମାନଙ୍କର ସମାବେଶର ସ୍ଥାନ । ନିସ ଦେଉଳର ଦୁଇଟି ବାଡ଼ଚିତ୍ର ଉପସ୍ଥାପିତ ହେଲା ଫଟୋ ସଂଖ୍ୟା ୫୭-(ଠ ଓ ଡ)ରେ ।

ପାର୍ଶ୍ୱଦେବତା :

ଦକ୍ଷିଣ ପାର୍ଶ୍ୱଦେବତାଙ୍କ ଉଚ୍ଚତା ୮'୨.୧/୨" ଏବଂ ପଶ୍ଚିମ ପାର୍ଶ୍ୱଦେବତାଙ୍କ ଉଚ୍ଚତା ୯'-୬" (୨୭୩) । ତେଣୁ ମୁଦ ଉପରୁ ନିସଦେଉଳ ମୁଣ୍ଡ ଅନ୍ତତଃ ୨୦' ଥିଲା; ଅର୍ଥାତ୍‍ ନିସ ଦେଉଳଗୁଡ଼ିକ ୩୦/୩୨ ଫୁଟ୍‍ ଉଚ୍ଚ ଥିଲା । ବିଶନ ସ୍ୱରୂପଙ୍କ ମତରେ ପୀଠ ଉପରୁ ନିସଦେଉଳର ଉଚ୍ଚତା ପ୍ରାୟ ୪୫' ଥିଲା ।(୨୭୪) ଏହା ଓଡ଼ିଶାର ଅନେକ ସମ୍ପୂର୍ଣ୍ଣ ମନ୍ଦିର ଉଚ୍ଚତା ଠାରୁ ଅଧିକା ବର୍ତ୍ତମାନ ପୀଢ଼ ଅଂଶ ନାହିଁ । ଖୋଲି ଅଂଶ ନୂଆ କରି ଗଢ଼ା ଯାଇଛି କିନ୍ତୁ ଅଛି ୧୭'-୩" ଲମ୍ବ ପୀଢ଼ ଛାତ, ଦୁଇ ପଟରୁ ଉଠି ଆସିଥିବା ପାହାଚ ଓ ବାଡ଼ର କିଛି ଭଙ୍ଗା ଅଂଶ । ରେଖାଚିତ୍ର ନଂ.୭ ଦେଖନ୍ତୁ । ଲକ୍ଷଣୀୟ, ଉପର ଘର ତିନି ପଟେ ଯେଉଁ ତିନିଟି ଖୋଲା ଦ୍ୱାର ଅଛି ସେଥିରେ କବାଟ ନାହିଁ କି ସେଠାରୁ ତଳକୁ ପାହାଚ ନାହିାଁ ନିସ ମନ୍ଦିରଗୁଡ଼ିକ ପଞ୍ଚରଥ । ନିସଦେଉଳ ତଳ ଘରେ ଦେବଦେବୀ କିଛି ନାହାନ୍ତି ବର୍ତ୍ତମାନା ଉତ୍ତର ଦିଗର ନିସଦେଉଳରେ, ମନେହୁଏ କୌଣସି ଦେବଦେବୀ ଆଦୌ ନ ଥିଲେ, କାରଣ ଏହା ଭିତର ଦେଇ ଗର୍ଭ ଗୃହର ପାଣି ନିର୍ଗତ ହେବାର ନାଳ ଅଛି ।

ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗର ପାର୍ଶ୍ୱଦେବତା ତ୍ରୟ କିଛି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସ୍ୱସ୍ଥାନରେ ଅଛନ୍ତି; ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱଦେବ ଦଣ୍ଡାୟମାନ କିନ୍ତୁ ଉତ୍ତର ପାର୍ଶ୍ୱଦେବ ଅଶ୍ୱାରୂଢ଼ । ତିନିଟି ଯାକ

୧୮୪ . ଅର୍କକ୍ଷେତ୍ର କୋଣାର୍କ