ବିଶନ୍ ସ୍ୱରୂପ ଅନୁମାନ କରନ୍ତି; ଦୁଇଜଣ ସର୍ଯୂ୍ୟ ପତୀ୍ନ ଛାୟା ଓ ସଂଜ୍ଞା ଏବଂ ଅନ୍ୟ ଦଇୁଜଣ, କନ୍ୟା ସାବିତ୍ରୀ ଓ ଗାୟତ୍ରୀ ।(୨୭୬) ଦେବଳା ମିତ୍ରଙ୍କ ଅନୁମାନ, ଏମାନେ ଚାରି ସୂର୍ଯ୍ୟପତ୍ନୀ- ରଜନୀ, ନିକ୍ଷୁଭା, ଛାୟା ଓ ଶୁଭ୍ରାକାଶା (୨୭୭) । ଷ୍ଟେଲା କର୍ମରୀଶ୍ଙ୍କ ମତ; ଏମାନେ ରଜନୀ, ନିକ୍ଷୁଭା, ଛାୟା ଓ ଶୁଭ୍ରାକାଶା ଏବଂ ତାହା ସହ O.C. Gangooly ଙ୍କ କୋଣାର୍କ ପୃ.୨୪ ଉଲ୍ଲେଖ କରି କହୁଛନ୍ତି ନିକ୍ଷୁଭା ସ୍ଥାନରେ ସୁବର୍ଣ୍ଣା ହୋଇପାରେ ।(୨୭୮)
କରଣୁାସାଗର ମତ୍ସ୍ୟପରୁାଣର ଦୁଇଧାଡି ଉଦ୍ଧାର କରି କହିଛନ୍ତି; ଏମାନେ,
"ରଜନୀ, ସୁବର୍ଣ୍ଣା, ଛାୟା ଚ ତଥା ଦେବୀ ଶୁଭ୍ରାକାଶା, ଚତସ୍ରଶ୍ଚାସ୍ୟ କର୍ତ୍ତବ୍ୟା ପତ୍ନ୍ୟାଶ୍ଚ ପରିପାର୍ଶ୍ୱୟୋଃ ।"
(୨୭୯)
ଏତେ ପ୍ରକାର ନାମ ବିଭ୍ରାଟର ମୂଳ କାରଣ ବିିଭିନ୍ନ ସମୟରେ ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ନାମ ଦେଖା ଯାଇଛି । ପାଦ ଦୁଇ ପଟେ ରାଜା ନରସିଂହଦେବ ଓ ତାଙ୍କ ଗୁରୁ ଯୋଡ଼ ହସ୍ତେ ପ୍ରାର୍ଥନାରେ ବସିଛନ୍ତି । (ଫଟୋ:୫୯-ଖ ଏବଂ ୬୨) ସେମାନଙ୍କ ପଛରେ ଛିଡ଼ା ହୋଇଛନ୍ତି ଯଥାକ୍ରମେ ଦଣ୍ଡୀ ଓ ପେଟମୋଟା ପିଙ୍ଗଳା । ସେମାନଙ୍କ ପଛକୁ ମଧ୍ୟମ ଉଚ୍ଚତାର ଶସ୍ତ୍ରଧାରୀ ଯୋଦ୍ଧା । ଆହୁରି ପରେ ଆସୁଛନ୍ତି ଉଷା ଓ ପ୍ରତୂ୍ୟଷ, ଯେଉଁମାନେ ତୀରଦ୍ୱାରା ଅନ୍ଧକାର ଛିନ୍ନ କରି ଆଲୋକର ଆବାହନ କରୁଛନ୍ତି ।
ମସ୍ତକ ଉପରେ ତି୍ର ଖିଲାଣ ଦୁଇପଟେ ନୃତ୍ୟବାଦ୍ୟରତ କିନର୍ନ, କିନର୍ନୀ, ଭୟାଳ (ଭୟାଳ ଏଠାରେ କାହିଁକି ?) ବ୍ରହ୍ମା ଓ ବିଷ୍ଣୁ ବିରାଜମାନ କରୁଛନ୍ତିା
ସୂର୍ଯ୍ୟ ପାଦତଳେ ବସିଚନ୍ତି ପାଦହୀନ ସୂର୍ଯ୍ୟ ସାରଥି ଅରୁଣ । ଏହାଙ୍କ ହସ୍ତଧୃତ ରଜ୍ଜୁର ପରିଚାଳନାରେ ମନେ ହୁଏ, ସପ୍ତ ଅଶ୍ୱ ଆକାଶକୁ ଉଡ଼ି ଯାଉଛନ୍ତି । ପୀଠଟି ମଧ୍ୟ ପଞ୍ଚରଥ । (ଫଟୋ-୬୩)
ଏତେ ବିପୁଳ ଓ ମୂଲ୍ୟବାନ ଅଳଙ୍କାର ସହିତ ଖାପ ଖାଉନାହିଁ ସଂକ୍ଷିପ୍ତ କପଡ଼ା ଖଣ୍ଡେ ଓ ପାଦର ଗମ୍ବୁଟ, ଯାହା ପିନ୍ଧି ଥାଆନ୍ତି କାୟିକ ଶ୍ରମ କରୁଥିବା ଲୋକେ, ଖଣି-ଖାଦାନ ଓ ଶୀତପ୍ରଧାନ ଦେଶର ଚାଷୀମାନେ । ଯଦିଓ ଏହାକୁ ସୂର୍ଯ୍ୟଦେବଙ୍କ ପାଇଁ ନିର୍ଦ୍ଦିଷ୍ଟ "ଉଦିଚ୍ୟ ବେଶ' (ଉତ୍ତର-ଦେଶୀୟ) ପୋଷାକ କୁହାଯାଉଛି ।(୨୮୦) ଭାରତବର୍ଷର ଉତ୍ତର ଅଞ୍ଚଳରେ କାହିଁକି; ପୂର୍ବ, ପଶ୍ଚିମ କୌଣସି ଦିଗରେ ଏପରି ବିଚିତ୍ର ପୋଷାକ ଦେଖାଯାଏ ନାହିଁ । ଇଣ୍ଟରନେଟ୍ ଜରିଆରେ କେତେକ ତଥ୍ୟ ମିଳୁଛି "Sakaldwipiya History" ଶିରୋନାମାରେ ।
ସକଳ ଦ୍ୱୀପୀୟମାନଙ୍କୁ ମଗ ବ୍ରାହ୍ମଣ ମଧ୍ୟ କୁହାଯାଏ । ଏମାନେ ମୂଳତଃ ଇରାନୀ ବ୍ରାହ୍ମଣ ଏବଂ ଏମାନଙ୍କ ଭାରତ ପ୍ରବେଶ ମିଳୁଛି ମହାଭାରତ ଯୁଗରୁ । ଏମାନେ ସୂର୍ଯ୍ୟ ପୂଜକ, ଚିକିତ୍ସକ ଓ ଜ୍ୟୋତିର୍ବିଜ୍ଞାନୀ ଥିଲେ । କୃଷ୍ଣ ଏମାନଙ୍କ ସାହାଯ୍ୟ ନେଇଥିଲେ, ପୁତ୍ର ଶାମ୍ବଙ୍କୁ
୧୮୬ . ଅର୍କକ୍ଷେତ୍ର କୋଣାର୍କ